ETV Bharat / bharat

ହିମାଚଳରେ ସ୍ମାର୍ଟ ଶିକ୍ଷାଦାନ ସାଜିଛି ସ୍ବପ୍ନ - ସ୍ମାର୍ଟ ଶିକ୍ଷାଦାନ

ଅଦୃଶ୍ୟ କୋରୋନା ଭାଇରସ ପାଇଁ ଘରେ ରହି ଚାଲିଛି ସମସ୍ତ କାର୍ଯ୍ୟ । ସ୍ଥିତି ଏମିତି ହେଲା କି ବିଦ୍ୟାଳୟ ବଦଳରେ ଘରେ ରହି ଅନଲାଇନରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ସମସ୍ତ କାର୍ଯ୍ୟ ଏବେ ଯେମିତି ସାଜିଛି ଭର୍ଚ୍ଚୁଆଲ । ଏହି ଅନଲାଇନ ଶିକ୍ଷାଦାନ ଦେଉଛନ୍ତି ଅନେକ ଶିକ୍ଷାନୁଷ୍ଠାନ । ଦେଶରେ ଏମିତି କିଛି ଅଞ୍ଚଳ ରହିଛି ଯେଉଁଠି ଆଜି ମଧ୍ୟ ପହଞ୍ଚିନି ଇଣ୍ଟରନେଟ, ତେଣୁ ଶିକ୍ଷାଦାନରୁ ବଞ୍ଚିତ ହୋଇଛନ୍ତି ସେଠାକାର ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ..

ହିମାଚଳରେ ସ୍ମାର୍ଟ ଶିକ୍ଷାଦାନ ସାଜିଛି ସ୍ବପ୍ନ

author img

By

Published : Jul 15, 2020, 9:37 AM IST

Updated : Jul 15, 2020, 9:00 PM IST

ସିମଲା: କୋରୋନା ପାଇଁ ବର୍ତ୍ତମାନ ବିଦ୍ୟାଳୟ ବଦଳରେ ଘରେ ରହି ଅନଲାଇନରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । କିନ୍ତୁ ଆଜି ମଧ୍ୟ ଦେଶରେ ଏମିତି କିଛି ଅଞ୍ଚଳ ରହିଛି, ଯେଉଁଠି ଆଜି ମଧ୍ୟ ପହଞ୍ଚିନି ଇଣ୍ଟରନେଟ, ତେଣୁ ଶିକ୍ଷାଦାନରୁ ବଞ୍ଚିତ ହୋଇଛନ୍ତି ସେଠାକାର ଛାତ୍ରଛାତ୍ରୀ । ଏହି ବ୍ୟବସ୍ଥାର ଏକ ଉଦାହାରଣ ହେଉଛି ହିମାଚଳ ପ୍ରଦେଶର କିନୌର ଜିଲ୍ଲା । ଏଠାରେ ଇଣ୍ଟରନେଟର ବୁନିଆଦ ବି ପ୍ରବେଶ କରିନାହିଁ ।

ଏଠାରେ ସ୍ମାର୍ଟ ଶିକ୍ଷା ଦାନ ପାଇଁ ଚକମକ କରୁଥିବା ଚିକ୍କଣ କକ୍ଷ ରହିଛି । କିନ୍ତୁ ଶିକ୍ଷାଦାନକୁ ସଂଚାଳନ କରିବା ପାଇଁ ଅଭାବ ରହିଛି ଆବଶ୍ୟକ ଇଣ୍ଟରନେଟ । ହାଇ ସ୍ପିଡ଼ ଇଣ୍ଟରନେଟର ଆବଶ୍ୟକତା ରହିଥିବାବେଳେ କିନୌର ଏବଂ ରିଙ୍କାଗପିୟା ସୀମାବର୍ତ୍ତୀ ଅଞ୍ଚଳରେ ଏପର୍ଯ୍ୟନ୍ତ 2ଜି ଇଣ୍ଟରନେଟ ମଧ୍ୟ ପହଁଚିପାରିନାହିଁ । ଫଳରେ ସହସ୍ର ଛାତ୍ରଛାତ୍ରୀଙ୍କ ପାଇଁ ସ୍ବପ୍ନ ପାଲଟିଛି ସ୍ମାର୍ଟ ଶିକ୍ଷାଦାନ ।

ହିମାଚଳରେ ସ୍ମାର୍ଟ ଶିକ୍ଷାଦାନ ସାଜିଛି ସ୍ବପ୍ନ

ଏହାରି ଭିତରେ ଜିଲ୍ଲାର ଅନେକ ଛାତ୍ର, ଯେଉଁମାନେ ଅନ୍ୟ ରାଜ୍ୟରେ ରହି ପାଠ ପଢୁଥିଲେ ସେମାନେ ଲକଡାଉନ ଯୋଗୁଁ ନିଜ ଘରକୁ ଫେରି ଆସିଛନ୍ତି । ସେପଟେ ସେମାନଙ୍କ ଶିକ୍ଷାନୁଷ୍ଠାନ ସ୍ମାର୍ଟ କ୍ଲାସର ବ୍ୟବସ୍ଥା କରିଥିବା ସତ୍ତ୍ବେ ବାଧା ସାଜିଛି ଇଣ୍ଟରନେଟ । ଶିକ୍ଷାଦାନରୁ ଛାତ୍ରଛାତ୍ରୀ ବଞ୍ଚିତ ହୋଇଥିବାବେଳେ ଅସୁବିଧାରେ ପଡ଼ିଛନ୍ତି ଅଭିଭାବକ । ସେପଟେ ଇଣ୍ଟରନେଟର ସୁବିଧା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ନଚେତ ବିଦ୍ୟାଳୟ ଗୁଡ଼ିକରେ ସାମାଜିକ ଦୂରତା ଏବଂ କୋଭିଡ଼ ଗାଇଡନାଇନ ଅନୁଯାୟୀ ଶିକ୍ଷାଦାନ କରିବାକୁ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ପ୍ରଶାସନିକ ଅଧିକାରୀ କହିଛନ୍ତି, ଇଣ୍ଟରନେଟ କନେକ୍ଟଭିଟ ପ୍ରଭାବିତ ଯୋଗୁଁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି । ସେହିପରି ଯେଉଁଠାରେ ସାର୍ଟ କ୍ଲାସ କରିବା ସମ୍ଭବପର ହେଉ ନାହିଁ ଏବଂ ଅନେକ ଉପାନ୍ତ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲାଯିବା ନେଇ ବିଚାର ଚାଲିଥିବା କରିଛନ୍ତି ଜିଲ୍ଲାପାଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 15, 2020, 9:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.