ETV Bharat / bharat

ଦ୍ବାରକା ଇସ୍କନ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ: 10 ଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ଅନଲାଇନ ଦର୍ଶନ ବ୍ୟବସ୍ଥା

author img

By

Published : Aug 12, 2020, 5:49 PM IST

ଭଗବାନ ଓ ଭକ୍ତଙ୍କ ଆସ୍ଥାକୁ ନଜରରେ ରଖି ଏଥର ଇସ୍କନ ମନ୍ଦିରରେ ଭକ୍ତଙ୍କ ଅନଲାଇନ ଦର୍ଶନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

online darshan
ଅନଲାଇନ ଦର୍ଶନ ବ୍ୟବସ୍ଥା କରିବ ଦ୍ବାରକା ଇସ୍କନ ମନ୍ଦିର ପ୍ରଶାସନ

ନୂଆଦିଲ୍ଲୀ: ଦ୍ବାରକା ଇସ୍କନ ମନ୍ଦିରରେ ହେବ ଅନଲାଇନ ଦର୍ଶନ । ଭଗବାନ ଓ ଭକ୍ତଙ୍କ ଆସ୍ଥାକୁ ନଜରରେ ରଖି ଏଥର ଇସ୍କନ ମନ୍ଦିରରେ ଭକ୍ତଙ୍କ ଅନଲାଇନ ଦର୍ଶନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ଗତ 7 ବର୍ଷ ଧରି ଦ୍ବାରକା ଇସ୍କନ ମନ୍ଦିରରେ ଅନୁଷ୍ଠିତ ହେଉଥିବା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବରେ 3-4 ଲକ୍ଷ ଭକ୍ତଙ୍କ ସମାଗମ ହେଉଥିଲା । କିନ୍ତୁ ଚଳିତ ବର୍ଷ କୋରୋନା କାରଣରୁ ମାତ୍ର 10 ହଜାର ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ ।

ସେଥିପାଇଁ ଭଗବାନଙ୍କଠାରେ ଭକ୍ତଙ୍କ ବିଶ୍ବାସକୁ ଦୃଷ୍ଟିରେ ରଖି ଦ୍ବାରକା ଇସ୍କନ ମନ୍ଦିରରେ ଅନଲାଇନ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ପୂଜାର୍ଚ୍ଚନାକୁ 10 ଲକ୍ଷ ଲୋକ ଲାଇଭ ଦେଖିବେ ।

ଦ୍ବାରକା ଇସ୍କନ ମନ୍ଦିର ସଭାପତି ପୀୟୁଷ ଗୋୟଲ କହିଛନ୍ତି, ଶ୍ରୀ କୃଷ୍ଣଙ୍କ ଲୀଳା, ଦର୍ଶନ, ଅଭିଷେକ ଏବଂ ଆରତୀଙ୍କୁ ଦେଖିବା ପାଇଁ ଅନଲାଇନ୍ ବ୍ୟବସ୍ଥା କରାଯାଇଛି । ଯେଉଁଥିରେ 10 ଲକ୍ଷ ଲୋକ ଲାଇଭ ଦର୍ଶନ, ଅଭିଷେକ ଏବଂ ଆଳତୀ ଦେଖିପାରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.