ETV Bharat / bharat

ଝାବୁଆ ପାଇଁ ଚ୍ୟାଲେଞ୍ଜ ଅନଲାଇନ କ୍ଲାସ: ବାଜିରେ 15 ହଜାର ଶିଶୁଙ୍କ ଭବିଷ୍ୟତ - Online classes go for a toss in Jhabua

ଅଭିଭାବକମାନେ ବି ଚାହାଁନ୍ତି ଯେ ଅନଲାଇନ ଶିକ୍ଷା ଦ୍ବାରା ତାଙ୍କ ପିଲାମାନେ ଲାଭବାନ ହୁଅନ୍ତୁ । କିନ୍ତୁ ସମ୍ବଳ ଅଭାବରୁ ସେମାନେ ସ୍ମାର୍ଟ ଫୋନ୍ କିଣିବାକୁ ସକ୍ଷମ ନୁହଁନ୍ତି ।

Online classes go for a toss in Jhabua
ଝାବୁଆ ପାଇଁ ଚ୍ୟାଲେଞ୍ଜ ଅନଲାଇନ କ୍ଲାସ
author img

By

Published : Aug 11, 2020, 9:03 AM IST

ଭୋପାଳ: ଅଭିଭାବକମାନେ ବି ଚାହାଁନ୍ତି ଯେ ଅନଲାଇନ ଶିକ୍ଷା ଦ୍ବାରା ତାଙ୍କ ପିଲାମାନେ ଲାଭବାନ ହୁଅନ୍ତୁ । କିନ୍ତୁ ସମ୍ବଳ ଅଭାବରୁ ସେମାନେ ସ୍ମାର୍ଟ ଫୋନ୍ ଏବଂ ଟିଭି କିଣିବାକୁ ସକ୍ଷମ ନୁହଁନ୍ତି । ଯାହାଙ୍କୁ ଗୋଟେ ଓଳି ଖାଦ୍ୟ ପାଇଁ ମଧ୍ୟ ସଂଘର୍ଷ କରିବାକୁ ପଡେ, ସେଭଳି ସ୍ଥିତିରେ ସେମାନେ ଏତେ ଟଙ୍କାର ଜିନିଷ କିଣିବାକୁ କିପରି ବା ସମର୍ଥ ହେବେ ।

ଝାବୁଆ ପାଇଁ ଚ୍ୟାଲେଞ୍ଜ ଅନଲାଇନ କ୍ଲାସ

ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲା ହେଉଛି ଏଭଳି ଶିଶୁଙ୍କ ଅସହାୟତାର ଏକ ଉଦାହରଣ । ସ୍ବପ୍ନ ବଡ କିନ୍ତୁ ସମ୍ବଳ ସ୍ବଳ୍ପ । ଗ୍ରାମାଞ୍ଚଳରେ ହିଁ ଅସଲ ଅନଲାଇନ୍ ଶିକ୍ଷାର ଚିତ୍ର ଦେଖିବାକୁ ମିଳେ । ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରୁ ମାତ୍ର 7 ଘଣ୍ଟାର ଦୂର ଏହି ଜିଲ୍ଲା ତଥାପି ଏଠାରେ ଅବ୍ୟବସ୍ଥା । ଏଠାରେ ସାକ୍ଷରତା ହାର 43. 3 ପ୍ରତିଶତ । ଶିଶୁ ପାଠ ପଢିବାକୁ ଚାହାଁନ୍ତି କିନ୍ତୁ ସ୍ମାର୍ଟ ଫୋନ ନଥିବାରୁ ସେମାନେ ଏଥିରୁ ବଞ୍ଚିତ ହେଉଛନ୍ତି ଅନ୍ୟପକ୍ଷେ ସ୍ମାର୍ଟ ଫୋନ ଥିବା ପିଲାଙ୍କ ପାଖରେ ଇଣ୍ଟରନେଟ୍ ନଥିବା କାରଣରୁ ପାଠ ପଢି ପାରୁନାହାଁନ୍ତି । ଯାହା ବର୍ତ୍ତମାନ ଅନଲାଇନ୍ ପାଠ୍ୟକ୍ରମର ମୁଖ୍ୟ ସମସ୍ୟା ।

ଜୁଲାଇ 20 ରୁ ଦୂରଦର୍ଶନରେ ଶ୍ରେଣୀଗୃହ ଶିକ୍ଷାଦାନ ସମ୍ବନ୍ଧୀୟ କାର୍ଯ୍ୟକ୍ରମକୁ ଟେଲିକାଷ୍ଟ କରି କୋରୋନା ଭାଇରସ ଦ୍ବାରା ଛାତ୍ରଛାତ୍ରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ କରିବାକୁ ସରକାର ଚେଷ୍ଟା କରିଥିଲେ । ଏହି ଜିଲ୍ଲାର ପ୍ରାୟ 15 ହଜାର ଏପରି ପିଲା ଅଛନ୍ତି, ଯାହାଙ୍କ ପାଖରେ ଫୋନ୍ କିମ୍ବା ଟିଭି ନାହିଁ । ଏହି ପିଲାମାନଙ୍କ ପାଇଁ ଗ୍ରାମ ପଞ୍ଚାୟତ ବିଲଡିଂରେ ଅନଲାଇନ୍ ଶିକ୍ଷାଦାନ ସୁବିଧା କରାଯାଇଛି । ତଥାପି ଇଣ୍ଟରନେଟ କାରଣରୁ ଏହା ମଧ୍ୟ ସମ୍ଭବ ହେଉ ନାହିଁ ।

ଝାବୁଆରେ 2538 ସରକାରୀ ବିଦ୍ୟାଳୟ ଅଛି ଯେଉଁଠାରେ 3 ଲକ୍ଷରୁ ଅଧିକ ଛାତ୍ର ପାଠ ପଢୁଛନ୍ତି । ଏଠାରେ 326 ଘରୋଇ ବିଦ୍ୟାଳୟ ଅଛି ଯେଉଁଠାରେ ପ୍ରାୟ 63,551 ପିଲା ନାମ ଲେଖାଇଛନ୍ତି । ମୌଳିକ ସୁବିଧା ଅଭାବରୁ ସରକାରୀ ବିଦ୍ୟାଳୟର ପିଲାମାନେ କୋରୋନା କାଳରେ ଅନଲାଇନ୍ କ୍ଲାସ୍ ପାଇବାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘରୋଇ ବିଦ୍ୟାଳୟର ପିଲାମାନେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଫଳସ୍ବରୂପ, ଡ୍ରପ୍ ଆଉଟ୍ ହାର ବୃଦ୍ଧି ହେବାର ସମ୍ଭାବନା ରହିଛି ।

ତେବେ ସମ୍ପୃକ୍ତ ଅଧିକାରୀଙ୍କ ଭିନ୍ନ ଭିନ୍ନ ପଦକ୍ଷେପ ରହିଛି । ଯଦି ସେମାନଙ୍କ କଥାକୁ ବିଶ୍ବାସ କରାଯାଏ ତେବେ ଅନଲାଇନ୍ ଶିକ୍ଷାଦାନ ଛାତ୍ରମାନଙ୍କ ନିକଟରେ ପହଞ୍ଚୁଛି । ସମୟ ଅବଧିରେ ବହି ବଣ୍ଟନ ମଧ୍ୟ କରାଯାଉଛି ଓ ଶିକ୍ଷକମାନେ ଛାତ୍ରମାନଙ୍କ ସହିତ ନିୟମିତ ଯୋଗାଯୋଗରେ ଅଛନ୍ତି । ପ୍ରତି ନାନୋସେକେଣ୍ଡରେ ଅଫଲାଇନ ପାଠ ପଢା ଅନଲାଇନରେ ପରିବର୍ତ୍ତନ ହେଉଥିବା ସରକାର କହୁଛନ୍ତି । କିନ୍ତୁ ଗ୍ରାଉଣ୍ଡ ସ୍ତରର ଭୂମିକା କିଛି ଅଲଗା ହିଁ କହୁଛି ଓ ଅବ୍ୟବସ୍ଥା ସମ୍ପୂର୍ଣ୍ଣ ବାରି ହୋଇ ପଡୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.