ETV Bharat / bharat

ପୁଲୱାମା ଆକ୍ରମଣକୁ ବର୍ଷେ; ବ୍ୟର୍ଥ ଯାଇନି ବଳିଦାନ

author img

By

Published : Feb 14, 2020, 2:53 PM IST

Updated : Feb 14, 2020, 9:24 PM IST

ଭାରତ ମାତାର 40 ବୀର ଯୋଦ୍ଧାଙ୍କ ବଳିଦାନକୁ ପୁରିଛି ଏକ ବର୍ଷ । ଦେଶବାସୀ ଦେଉଛନ୍ତି ଗଭୀର ଶ୍ରଦ୍ଧାଞ୍ଜଳି । ଶତ୍ରୁଙ୍କ ଗଡରେ ପଶି ପ୍ରତିଶୋଧ ନେଇଛି ସେନା । ଏହି ଅବସରରେ ସହିଦଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି । ପଢନ୍ତୁ ସଂପୂର୍ଣ୍ଣ ଖବର...

pulwama
ପୁଲୱାମା ଆଟାକକୁ ବର୍ଷେ; ବ୍ୟର୍ଥ ଯାଇନି ବଳିଦାନ

ଭୁବନେଶ୍ବର: ଫେବୃୟାରୀ 14, 2019 । ଦିନ ଥିଲା ଗୁରୁବାର । ସମୟ ସକାଳ 3.30 । ସ୍ଥାନ ପୁଲୱାମା । ଆତଙ୍କବାଦୀଙ୍କ ବିସ୍ପୋରଣରେ ଥରିଗଲା ସମଗ୍ର ଅଞ୍ଚଳ । ଆଖି ପଲକରେ ସହିଦ ହୋଇଗଲେ 40 ବୀର ଯବାନ । ଘଟଣାକୁ ନେଇ ସାରା ଦେଶରେ ଜଳିଲା ପ୍ରତିଶୋଧର ବହ୍ନି । ଆଉ ଭାରତୀୟ ସେନା ନେଲା ଏହାର ବଦଲା ।

2019 ଫେବୃୟାରୀ 14 ସକାଳ 3.30 ରୁ ଆରମ୍ଭ ହେଲା ଯବାନ ସ୍ଥାନାନ୍ତର । ସିଆରପିଏଫCRPF 180 ବାଟାଲିୟନର 8ଶହ ଯବାନ ସ୍ଥାନାନ୍ତର ହେଉଥିଲେ ଶ୍ରୀନଗର କ୍ୟାମ୍ପକୁ । ଏହି ସ୍ଥାନାନ୍ତର ସେନାର ଗୋଟିଏ ସାଧାରଣ ପ୍ରକ୍ରିୟା ଥିଲା । ଛୁଟିରୁ ଫେରିଥିବା ବା ବିଭିନ୍ନ ସେକ୍ଟରରେ ପୋଷ୍ଟିଂ ଶେଷ ହେବାପରେ ଜମ୍ମୁରୁ ଶ୍ରୀନଗର ଯବାନଙ୍କ ସ୍ଥାନାନ୍ତର ହୋଇଥାଏ । ସେହିଦିନ ମଧ୍ୟ ଏହା ହୋଇଥିଲା । 11 ଘଣ୍ଟାର ଯାତ୍ରା ପରେ ଅପରାହ୍ନ 2.30ରେ ଯବାନଙ୍କ ଗାଡି ପହଞ୍ଚିଲା ଟ୍ରାନଜିଟ କ୍ୟାମ୍ପରେ । ଏହି ଠାରୁ ପୁଣି 16 ଗାଡି ସାମିଲ ହେଲା ଯାତ୍ରାରେ । ଶ୍ରୀନଗର କ୍ୟାମ୍ପକୁ ସ୍ଥାନାନ୍ତର ହେଉଥିଲେ ସମସ୍ତ ଯବାନ ।

ଟ୍ରାନଜିଟ କ୍ୟାମ୍ପରୁ ଆରମ୍ଭ ହେଲା ଶ୍ରୀନଗର କ୍ୟାମ୍ପକୁ ଯାତ୍ରା । ଜମ୍ମୁ -ଶ୍ରୀନଗର ଜାତୀୟ ରାଜପଥର ଅନେକ ସର୍ଭିସ ରୋଡ ଅତିକ୍ରମ କରି ଯବାନଙ୍କ ଗାଡି ବଢୁଥାଏ ଆଗକୁ ଆଗକୁ । ସମୟ ଅପରାହ୍ନ 3.30 । ସ୍ଥାନ ଗୋରୀପୁରା ଅଞ୍ଚଳର ‘ମାଇଲଷ୍ଟୋନ 272 ପୁଲୱାମା’ - ପାଞ୍ଚଟି ବସ ଆଗପଛ ହୋଇ ଆଗକୁ ବଢୁଥାଏ । ଆଗରୁ ପଛରୁ ସୁରକ୍ଷା ଦେଉଥାନ୍ତି ଏସକର୍ଟ ଟିମ । 4 ଟି ବସ ଅତିକ୍ରମ କରିବା ପରେ 5ମ ବସରେ ଯାଇ ଧକ୍କା ହୁଏ ପୂର୍ବରୁ ଥିବା ଏକ ଟାଟା ସୁମୋ ଗାଡି । ଗାଡିରେ ଥିଲା ଜୈସ-ମହମ୍ମଦ ସଂଗଠନର ସଦସ୍ୟ ଆଦିଲ ମହମ୍ମଦ । ଧକ୍କା ହେବା ମାତ୍ରେ ଧମାକାଦାର ବ୍ଲାଷ୍ଟ ହୁଏ । ଆଖି ପଲକରେ 40 ଜଣ ବୀର ବାହାଦୂର ଯବାନ ସହିଦ ହୋଇଯାଆନ୍ତି । ପରେ ଆହତ ଦୁଇ ଯବାନ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଇହଧାମ ଛାଡନ୍ତି । ଟାଟା ସୁମୋ ଗାଡିରେ 3 କୁଇଣ୍ଟାଲରୁ ଉର୍ଦ୍ଧ୍ବ ବିସ୍ପୋରକ ଥିଲା ।

ଘଟଣା ସମଗ୍ର ବିଶ୍ବକୁ ବ୍ୟାପୀ ଗଲା । ଦୋହଲିଗଲା ହିନ୍ଦୁସ୍ତାନ । ବୀରପୁତ୍ରଙ୍କୁ ହରାଇ ଭାରତ ମାତାର ଆଖିରୁ ବୋହିଲା ଅଶ୍ରୁରଧାର । ଜନମାନସରେ ଉଗ୍ରହେଲା କ୍ରୋଧ । ଦେଶବାସୀ ଓହ୍ଲାଇଲେ ରାଜରାସ୍ତାକୁ । ଦାବି ହେଲା 40 ବଦଳରେ 4ଶହ ଆତଙ୍କୀଙ୍କ ମୁଣ୍ଡ । ଦେଶବାସୀଙ୍କ କ୍ରୋଧ, ଦେଶର ଅଖଣ୍ଡତା, ଯବାନଙ୍କ ବୀରତ୍ବକୁ ସମ୍ମାନ ଜଣାଇ ଦିଲ୍ଲୀ ‘ୱାର ରୁମରେ ବଢିଲା ଚଳଚଞ୍ଚଳ’ ଚାଲିଲା ତୁହାକୁ ତୁହା ବୈଠକ । କିଛି ଘଣ୍ଟାପରେ ପ୍ରଧାନମନ୍ତ୍ରୀ ଘୋଷଣା କରନ୍ତି ଯବାନଙ୍କ ବଳିଦାନ ବ୍ୟର୍ଥ ଯିବନି । ଆଉ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ମୁତାବକ ଫେବୃୟାରୀ 27ରେ ଭାରତୀୟ ସେନା ନିଏ ପ୍ରତିଶୋଧ । ଶତ୍ରୁ ସୀମାରେ ପଶି 3 ଶହରୁ ଉର୍ଦ୍ଧ୍ବ ଆତଙ୍କୀଙ୍କୁ ନିପାତ କରେ ।

ଆଜି ଫେବୃୟାରୀ 14 । ଅର୍ଥାତ ପୁଲୱାମା ଆଟାକକୁ ଗୋଟିଏ ବର୍ଷ । 40 ବୀର ଯୋଦ୍ଧାଙ୍କୁ ହରାଇଥିବା ମା ଭାରତୀ ଆଖିରୁ ଶୁଖିନି ଲୁହ ସତ । କିନ୍ତୁ ବ୍ୟର୍ଥ ଯାଇନି ବଳିଦାନ । ପୁଲୱାମା ଆଟାକର ବର୍ଷପୂର୍ତ୍ତୀ ଅବସରରେ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 14, 2020, 9:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.