ETV Bharat / bharat

ପ୍ରତିଶ୍ରୁତିକୁ ବର୍ଷେ, 4ଜି ଇଣ୍ଟରନେଟ ଅପେକ୍ଷାରେ ଜମ୍ମୁ କାଶ୍ମୀର

author img

By

Published : Aug 5, 2020, 10:05 AM IST

ଆଜିକୁ ବର୍ଷେ ବିତିଲା । ହେଲେ ଆଜି ବି 4ଜି ହାଇସ୍ପିଡ ଇଣ୍ଟରନେଟ ସେବାରୁ ଦୂରରେ ଜାମ୍ମୁକାଶ୍ମୀର । ଏଥିଯୋଗୁଁ ଶିକ୍ଷା ସେକ୍ଟର ଓ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହେଉଛି । ଏଥିସହ ଗଣମାଧ୍ୟମର ବିଭିନ୍ନ ଶିଳ୍ପାନୁଷ୍ଠାନ ମଧ୍ୟ ଏହି କଚ୍ଛପ ଗତିର ଇଣ୍ଟରନେଟରେ ବିବ୍ରତ ହୋଇପଡିଛି । ଅଧିକ ପଢନ୍ତୁ..

ପ୍ରତିଶ୍ରୁତିକୁ ବର୍ଷେ,  4 ଜି ଇଣ୍ଟରନେଟ ଅପେକ୍ଷାରେ ଜାମ୍ମୁକାଶ୍ମୀର

ଶ୍ରୀନଗର: 5 ଜି ନେଟୱର୍କ ସେବା ଆରମ୍ଭ ପାଇଁ ଜୋରଦାର ପ୍ରସ୍ତୁତି ହେଉଛି । କିନ୍ତୁ ଆଜିର ଏହି 4ଜି ଯୁଗରେ ବି 2ଜି ର ଧୀମା ସ୍ପିଡରେ ଯେଣତେଣ ପ୍ରକାରେଣ କାମ ଚଲାଉଛନ୍ତି ଭୁସ୍ବର୍ଗ ବାସୀ ।

ଯେଉଁ ସମୟରେ ସମଗ୍ର ଦେଶ 4 ଜି ହାଇସ୍ପିଡ ଇଣ୍ଟରନେଟ ବ୍ୟବହାର କରି ୱେବିନାର ଓ ଅନଲାଇନ କ୍ଲାସ ମାଧ୍ୟମରେ ଆଗକୁ ପଢୁଛନ୍ତି । ସେତବେଳେ ମୋବାଇଲ ଟେଲିଫୋନ, ଇଣ୍ଟରନେଟ ଭିତ୍ତିଭୂମି ପହଞ୍ଚିବା କ୍ଷେତ୍ରରେ ଅବହେଳିତ ଜମ୍ମୁ ଏବଂ କାଶ୍ମୀର ।

370 ଉଚ୍ଛେଦ ପରଠୁ କେନ୍ଦ୍ର ଶାସିତ ଅଞ୍ଚଳରେ ବିଭାଜିତ ଜମ୍ମୁ ଏବଂ କାଶ୍ମୀର ବାସିନ୍ଦାଙ୍କ ଜୀବନର ସ୍ଥାୟୀ ପାଳଟିଯାଇଛି ଲକଡାଉନ ଓ ଅନିଶ୍ଚିତତା ଶବ୍ଦ । ଆଉ ଏଥିମଧ୍ୟରେ ସନ୍ତୁଳିତ ହେଛନ୍ତି ଏଠାକାର ଛାତ୍ରଛାତ୍ରୀ । ଶିକ୍ଷାନୁଷ୍ଠାନ ବନ୍ଦ ସହ ଇଣ୍ଟରେନଟ ସେବା ଧୀମା ମଧ୍ୟରେ ସେମାନଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି ।

ଗତ ବର୍ଷ ଅଗଷ୍ଟ 5 ରେ ଭାରତୀୟ ସମ୍ବିଧାନର ଧାରା 370 ଏବଂ 35A ଉଚ୍ଛେଦ ଭାରତୀୟ ଜନତା ପାର୍ଟି (ବିଜେପି)ର ନେତୃତ୍ବଧୀନ କେନ୍ଦ୍ର ସରକାର ଜମ୍ମୁକାଶ୍ମୀରରେ କର୍ଫ୍ୟୁ ଭଳି ପ୍ରତିବନ୍ଧକ ସହ ସଂପୂର୍ଣ୍ଣ ଯୋଗାଯୋଗ ଲକଡାଉନ ଲାଗୁ କରିଥିଲେ । ଜମ୍ମୁ-କଶ୍ମୀର ପ୍ରଶାସନ ଅନୁସାରେ , ବ୍ୟାପକ ବିରୋଧ ର ଆଶଙ୍କା ରହିଥିବାକୁ ଲ୍ୟାଣ୍ଡଲାଇନ ମୋବାଇଲ ଫୋନ, ଏବଂ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା ।

ତେବେ , 7 ମାସ ପରେ ଇଣ୍ଟନେଟ ପ୍ରତିବନ୍ଧକ କୋହଳ ହେଲା , କିନ୍ତୁ 2 ଜି ସ୍ପିଡ ସହିତ । ଆଜିକୁ ଗୋଟିଏ ବର୍ଷ ବିତିଗଲାଣି କିନ୍ତୁ ଏବେ ଯାଏଁ ହାଇସ୍ପିଡ 4 ଜି ଇଣ୍ଟିରନେଟ ସେବା ମିଳିପାରିନି । ଯେଉଁଥିପାଇଁ ଷ୍ଟୁଡେଣ୍ଟଙ୍କୁ ଠାରୁ ସାମ୍ବାଦିକ, ବ୍ୟବସାୟୀ, ବିଦେଶୀ କମ୍ପାନୀରେ କାର୍ଯ୍ୟରତ ଲୋକ, ଡକ୍ଟର ଏବଂ ସାଧାରଣ ଜନତା ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ସ୍ଥାନୀୟ ସାମ୍ବାଦିକମାନେ ଯୋଗାଯୋଗ କ୍ଷେତ୍ରରେ ପ୍ରବଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

‘‘ ଯେତେବେଳେ ଦୀର୍ଘ 7 ମାସ ପରେ ସରକାର ଉପତ୍ୟାକାରେ ଇଣ୍ଟରନେଟ ସେବା ଦେଇଥିଲେ, ସେହି ସମୟରେ ଆଶ୍ବସନା ମଧ୍ୟ ଦେଇଥିଲେ କି ସ୍ଥିତି ସ୍ବାଭାବିକ ପରେ ଶୀଘ୍ର ହାଇସ୍ପିଡ ଇଣ୍ଟରନେଟ ସେବା ଶୀଘ୍ର ଦିଆଯିବ । କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କରାଯାଇ ନାହିଁ’’ ବୋଲି ଜାତୀୟ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରୁଥିବା ସାମ୍ବାଦିକ ୱାସିମ ନବୀ କହିଛନ୍ତି। ଏଭଳି ପରିସ୍ଥିତି କେବଳ ଦୁଖଃଦାୟକ ନୁହେଁ ବରଂ ନିନ୍ଦନୀୟ ବୋଲି ସେ ଦର୍ଶାଇଛନ୍ତି ।

ଇଣ୍ଟରନେଟ ସେବା ବାଧାପ୍ତାପ୍ତ ଯୋଗୁଁ ଶିକ୍ଷା ସେକ୍ଟର ଗଭୀର ଭାବେ ପ୍ରଭାବିତ ହେଉଛି । ଫଳରେ ଛାତ୍ରଛାତ୍ରୀ ଡିପ୍ରେସ ଆଡକୁ ଗତି କରୁଛନ୍ତି । ଏହି ମହାମାରୀ ମଧ୍ୟରେ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ କ୍ଲାସ୍ ଘୋଷଣା କରିଛନ୍ତି , କିନ୍ତୁ ଏଠାକାର କଚ୍ଛବ ବେଗର ଇଣ୍ଟରନେଟ ଯୋଗୁଁ ସ୍ଥିତି ଅଧିକ ଖରାପ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା 1.5 ମିଲିୟନ ଛାତ୍ରଛାତ୍ର କାଶ୍ମୀରର ଘରୋଇ ଏବଂ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି।

ଇଣ୍ଟରନେଟର ବେଗରେ ବ୍ୟାଘାତ ଯୋଗୁଁ ସ୍କୁଲ ପିଲାମାନେ ଲେକ୍ଚର (ପାଠ ପଢା) କୁ ଡାଉନଲୋଡ କରିବାକୁ ସକ୍ଷମ ନୁହଁନ୍ତି । ସେମାନଙ୍କ କହିବା ଅନୁୟାୟୀ ଏତେ ସ୍ଲୋ ଇଣ୍ଟରନେଟ ଯୋଗୁଁ କୌଣସି ଲେକ୍ଚର ରେକର୍ଡ ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗୁଛି । ଯାହାକି ଶିକ୍ଷା କ୍ଷେତ୍ରରେ ଚାପ ସୃଷ୍ଟି କରୁଛି ବୋଲି ଜଣେ ଷ୍ଟୁଡେଣ୍ଟ କହିଛନ୍ତି ।

ଶିକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ଭାବରେ ଇଣ୍ଟରନେଟକୁ ବିବେଚନା କରାଯାଉଛି । କିନ୍ତୁ ପ୍ରାୟ 1 ବର୍ଷ ଧରି ଏଠାରେ ଏହି ସୁବିଧା ଉପଲବ୍ଧ ନାହିଁ । ‘‘ଉପତ୍ୟକାରେ ଉପଲବ୍ଧ 2ଜି ଇଣ୍ଟରନେଟରୁ ପିଲାମାନେ କୌଣସି ଲାଭ ପାଆନ୍ତି ନାହିଁ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଆମର ପ୍ରସ୍ତୁତି ବହୁ ପରିମାଣରେ ପ୍ରଭାବିତ ହୋଇଛି ବୋଲି NEET ଆଶାୟୀ ଫଲକ ଇଟିଭି ଭାରତକୁ କହିଛନ୍ତି ।

ପ୍ରାୟ 12 ମାସ ଧରି ଶିକ୍ଷାନୁଷ୍ଠାନ ଏବଂ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଛି। 2019 ଅଗଷ୍ଟ 5 ଠାରୁ ସବୁଠାରୁ ବଡ ପ୍ରଭାବ ଶିକ୍ଷା ବ୍ୟବସ୍ଥା ଏବଂ ଅର୍ଥନୀତି ଉପରେ ପଡିଛି। ହାଇସ୍ପିଡ ଇଣ୍ଟରନେଟ ଅନୁପସ୍ଥିତି ଅର୍ଥନୀତିକୁ ଧୀମା କରିଦେଇଛି ।

ଏଥିମଧ୍ୟରେ ଜାମ୍ମୁ କାଶ୍ମୀରରେ ହାଇସ୍ପିଡ୍ 4G ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକ ନେଇ ସ୍ୱତନ୍ତ୍ର ପ୍ୟାନେଲ ମାଧ୍ୟମରେ ଆସନ୍ତା ଦୁଇ ମାସ ମଧ୍ୟରେ ପରବର୍ତ୍ତୀ ସମୀକ୍ଷା କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦାବି କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.