ETV Bharat / bharat

କୋରୋନାକୁ ହରାଇ ଘରକୁ ଫେରିଲା ବର୍ଷକର ଶିଶୁ

କର୍ଣ୍ଣାଟକ ଚିକ୍କାବଲାପୁରାରେ 1 ବର୍ଷୀୟ ଶିଶୁପୁତ୍ର କୋରୋନାକୁ ହରାଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛି ।

_baby recover
କୋରୋନାକୁ ହରାଇଲା ଏକ ବର୍ଷର ଶିଶୁ
author img

By

Published : Jun 12, 2020, 4:49 PM IST

ବେଙ୍ଗାଲୁରୁ: ମାରାତ୍ମକ କୋରୋନାକୁ ହରାଇଲା ଏକ ବର୍ଷର ଶିଶୁ । କର୍ଣ୍ଣାଟକ ଚିକ୍କାବଲାପୁରାରେ 1 ବର୍ଷୀୟ ଶିଶୁପୁତ୍ର କୋରୋନାକୁ ହରାଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛି ।

ସୂଚନା ଅନୁଯାୟୀ, ମହାରାଷ୍ଟ୍ରରୁ ଆସିଥିବା ଏକ ପରିବାରରେ ଏକ ବର୍ଷର ଶିଶୁ ପୁତ୍ର କୋରୋନା ଆକ୍ରାନ୍ତ ଥିବା ଗତ ମେ 25ରେ ଜଣାପଡିଥିଲା । ଏହାପରେ ଶିଶୁଟିକୁ ଆଇସୋଲେସନ ୱାର୍ଡରେ ରଖି ଡାକ୍ତର ଚିକିତ୍ସା କରିଥିଲେ ।

ଗତ କିଛି ଦିନ ତଳେ ଶିଶୁଟିର ବାପା ଓ ମାଆ ମଧ୍ୟ କୋରୋନା ସଂକ୍ରମିତ ହୋଇ ମେଡିକାଲରୁ ଡିସଚାର୍ଜ ହୋଇଥିଲେ । ବର୍ତ୍ତମାନ ଶିଶୁଟି ମଧ୍ୟ କୋରୋନାରୁ ସୁସ୍ଥ ହୋଇଛି । ଡାକ୍ତରମାନେ ଶିଶୁଟିକୁ ଏକ ଗଛ ଉପହାର ଦେଇ ଡାକ୍ତରଖାନାରୁ ଡିସଚାର୍ଜ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.