ETV Bharat / bharat

ଦଶ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମହିଳା ଗିରଫ - ଜଣେ ଫେରାର

ମୁମ୍ବାଇର ଜେଜେ ଜଙ୍କସନରେ ପୋଲିସର ନିୟମିତ ଯାଞ୍ଚ ବେଳେ 10ଲକ୍ଷ ଟଙ୍କାର ଗଞ୍ଜେଇ ସହ ଜଣେ ମହିଳା ଗିରଫ । ଅଧିକ ପଢନ୍ତୁ...

ଚୋରା ଗଞ୍ଜେଇ ସହ ମହିଳା ଗିରଫ
ଚୋରା ଗଞ୍ଜେଇ ସହ ମହିଳା ଗିରଫ
author img

By

Published : Dec 27, 2020, 1:28 PM IST

ମୁମ୍ବାଇ: ଅନେକ କଟକଣା ପରେ ବି କମିବାରେ ନାଁ ନେଉନି ଚୋରା ଗଞ୍ଜେଇ କାରବାର । ଚୋରାରେ ଗଞ୍ଜେଇ ଚାଲାଣ କରି ବନ୍ଧା ହେଲେ ମହିଳା । ପୁରୁଷ ବନ୍ଧୁଙ୍କ ସହ ଗଞ୍ଜେଇ ଚାଲାଣ କରି ଫସି ଗଲେ ମହିଳା । 10ଲକ୍ଷ ଟଙ୍କାର ଗଞ୍ଜେଇ ସହ ଜଣେ ମହିଳାଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ ।

ସୂଚନାଅନୁସାରେ, ମୁମ୍ବାଇର ଜେଜେ ଜଙ୍କସନରେ ପୋଲିସ ନିୟମିତ ଯାଞ୍ଚ ଚଳାଇଥିଲା । ଏହି ସମୟରେ ଜଣେ ବ୍ୟକ୍ତି ଓ ମହିଳା ଗୋଟିଏ ଟ୍ୟାକ୍ସିରେ ଯାଉଥିବା ବେଳେ ପୋଲିସ ତାଙ୍କ ଗାଡି ଯାଞ୍ଚ କରିଥିଲା । ଯାଞ୍ଚରେ ଗାଡିରୁ ତିନୋଟି ବ୍ୟାଗରେ ଭର୍ତ୍ତି ବେଆଇନ ଭାବେ ଚାଲାଣ ହେଉଥିବା 10 ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ କରିବା ସହ ଦୁଇଜଣଙ୍କୁ କାବୁ କରିଥିଲା ପୋଲିସ । କୌଶଳ କ୍ରମେ ଘଟଣାସ୍ଥଳରୁ ମହିଳାଙ୍କ ପୁରୁଷ ବନ୍ଧୁ ଫେରାର ହୋଇଯାଇଥିଲେ । ଘଟଣାରେ ମହିଳାଜଣଙ୍କୁ ପୋଲିସ କାବୁ କରି ପଚରାଉଚରା ଜାରି ରଖିଛି ।

ତେବେ ମୁମ୍ବାଇରେ ଆସନ୍ତା 5ତାରିଖ ଯାଏଁ ରାତି 11ଟାରୁ ସକାଳ 6 ଯାଏଁ ରାତ୍ରୀକାଳିନ କର୍ଫ୍ୟୁ ବଳବତ୍ତର ରହିଛି । ନୂତନ ବର୍ଷକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ବଜାୟ ରଖିବା ପାଇଁ ପ୍ରାୟ 35,000 ହଜାର ପୋଲିସ ଯାଞ୍ଚ ବ୍ୟବସ୍ଥାରେ ନିୟୋଜିତ ରହିବେ । ଯେଉଁମାନେ କୋଭିଡ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.