ହାଇଦ୍ରାବାଦ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟଙ୍କ ଚୂଡାନ୍ତ ରାୟ ପ୍ରକାଶ ପାଇଛି । ତେବେ ଏହି ରାୟକୁ ଚ୍ୟାଲେଞ୍ଜ କରିବାକୁ କେତେକ ମୁସଲିମ ପକ୍ଷ ଉଦ୍ୟମ ଜାରି ରଖିଛନ୍ତି ।
ତେବେ ଜାମିଅତ୍ ସୁନ୍ନି ଉଲେମା-ଇ-ହିନ୍ଦ୍ର ସାଧାରଣ ସଚିବ ଗ୍ରାଣ୍ଡ ମୁଫତି ଶେଖ୍ ଆବୁ ବକର ‘ଇଟିଭି ଭାରତ’କୁ ବୟାନ ଦେଇ ସୁପ୍ରିମକୋର୍ଟର ରାୟକୁ ସମର୍ଥନ କରିଥିବା ବେଳେ ଭାରତର ଶାନ୍ତି ଓ ସୌହାର୍ଦ୍ଦ୍ୟ ଭାବନା, ହିନ୍ଦୁ -ମୁସଲିମ ଭାଇଚାରା ସପକ୍ଷରେ ଏହି ରାୟ ଆସିଥିବା କହିଛନ୍ତି ।
ଏହାସହ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ' ବୋର୍ଡ (ଏଆଇଏମପିଏଲବି) ରିଭ୍ୟୁ ପିଟିସନ ଦାଖଲ କଲେ ଏହାକୁ ମଧ୍ୟ ସମର୍ଥନ କରିବୁ ବୋଲି ସେ କହିଛନ୍ତି ।
ଏଠାରା ସୂଚନା ଯୋଗ୍ୟ ଯେ, ଅଯୋଧ୍ୟା ମାମଲାରେ ଏକ ପ୍ରମୁଖ ପକ୍ଷ ସୁନ୍ନି ଓ୍ଵାକଫ ବୋର୍ଡ ରିଭ୍ୟୁ ପିଟିସନ ବା ପୁର୍ନବିଚାର ଆବେଦନ କରିବାକୁ ମନାକରିଥିଲେ ମଧ୍ୟ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ' ବୋର୍ଡ (ଏଆଇଏମପିଏଲବି) ଏଥିପାଇଁ ଆଗେଇ ଆସିଛି ।