ETV Bharat / bharat

ସୁରକ୍ଷାବଳଙ୍କ ଗୁଳିରେ ଟଳିଲା ଜଣେ ଆତଙ୍କବାଦୀ - Shopian

ସୋପିଆନରେ ଆତଙ୍କୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ । ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ଜଣେ ଆତଙ୍କବାଦୀ ମୃତ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : May 10, 2019, 8:55 AM IST

ଶ୍ରୀନଗର: ଶୁକ୍ରବାର ଜାମ୍ମୁକାଶ୍ମୀରରେ ସୋପିଆନ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷାବଳ ମଧ୍ୟରେ ଗୁଳି ବିନିମ୍ୟ ହୋଇଛି । ଏଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି

ଘଟଣାସ୍ଥଳରୁ ଅନେକ ହାତ ହତିଆର ସହ ଗୋଳାବାରୁଦ ଜବତ କରାଯାଇଥିବାର ଜମ୍ମୁ-କାଶ୍ମୀର ପୋଲିସ ପକ୍ଷରୁ ସୂଚନା ରହିଛି। ମୃତ ଆତଙ୍କବାଦୀର ପରିଚୟ ମିଳିନାହିଁ।

ଶ୍ରୀନଗର: ଶୁକ୍ରବାର ଜାମ୍ମୁକାଶ୍ମୀରରେ ସୋପିଆନ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷାବଳ ମଧ୍ୟରେ ଗୁଳି ବିନିମ୍ୟ ହୋଇଛି । ଏଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି

ଘଟଣାସ୍ଥଳରୁ ଅନେକ ହାତ ହତିଆର ସହ ଗୋଳାବାରୁଦ ଜବତ କରାଯାଇଥିବାର ଜମ୍ମୁ-କାଶ୍ମୀର ପୋଲିସ ପକ୍ଷରୁ ସୂଚନା ରହିଛି। ମୃତ ଆତଙ୍କବାଦୀର ପରିଚୟ ମିଳିନାହିଁ।

ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଓ ରାଜ୍ୟ ଖାଦ୍ୟ ନିରାପତ୍ତା ଆଇନ ଆଧାରରେ ,କାର୍ଡଧାରୀ ପରିବାରଙ୍କୁ ମିଳିବ ୨୫୦୦ ଟଙ୍କା ଏବଂ ୫୦ କିଲୋ ଚାଉଳ।ବିଏମସି ଅଞ୍ଚଳରେ ଥିବା  ୬୭ ଟି ୱାର୍ଡର ବିଭିନ୍ନ ସ୍ଥାନରେ ୧ଲକ୍ଷ ୫ ହଜାର କାର୍ଡଧାରୀ ,ପାଖାପାଖି ୪ ଲକ୍ଷ ହିତାଧିକାରୀଙ୍କୁ ମଙ୍ଗଳବାର ଠାରୁ  ସମ୍ପୂର୍ଣ୍ଣ ଭାବେ ରିଲିଫ ବଣ୍ଟନ ଆରମ୍ଭ ହୋଇଛି।୨୦୦୦ ଟଙ୍କା ଦୁର୍ଦଶା ଜନିତ ସହାୟତା ଏବଂ ୫୦୦ ଟଙ୍କାର ପଲିଥିନ ସହାୟତା ଦିଆଯାଉଛି।ଏହା ସାଙ୍ଗକୁ ୫୦ କିଲୋ ଚାଉଳ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଦିଆଯାଉଛି।ବିଏମସିର ୬୭ ଟି ୱାର୍ଡକୁ  ୧୩ ଟି ସେକ୍ଟର ରେ ବିଭକ୍ତ କରାଯାଇଛି।ପୁନଶ୍ଚ ଏହି ସେକ୍ଟର ଅଧୀନରେ ଅସ୍ଥାୟୀ ରିଲିଫ ବଣ୍ଟନ କେନ୍ଦ୍ର ଖୋଲାଯାଇ ହିତାଧିକାରୀଙ୍କୁ ରିଲିଫ ସହାୟତା ଯୋଗାଇ ଦିଆଯାଉଅଛି।ୱାର୍ଡ ଅଫିସର ,ଗୋଷ୍ଠିସଂଗଠକ,ପ୍ରଶାସନିକ ଅଧିକାରୀ ଏବଂ ପୋଲିସ ଅଧିକାରୀ ଙ୍କ ଉପସ୍ଥିତିରେ ରିଲିଫ ବଣ୍ଟନ କାର୍ଯ୍ୟ ଚାଲିଛି।

ଘର ଦ୍ୱାର ସବୁ ଭାଙ୍ଗି ଯାଇଛି, ଗଛ ପଡି ସବୁ ନଷ୍ଟ ହୋଇଯାଇଛି।ଆଜି ବହୁତ ସମୟ ଲାଇନ ରେ ରହିବା ପରେ ରିଲିଫ ଆକାରରେ ୨୫୦୦ ଟଙ୍କା ମିଳିଲା।କଣ୍ଟ୍ରୋଲ ଡିଲର ଠାରୁ ୫୦ କେଜି ଚାଉଳ ମିଳିବ ବୋଲି ୫୪ ନଂ ୱାର୍ଡ ର ହିତାଧିକାରୀ ସୁଭାସିନୀ ପାତ୍ର କହିଛନ୍ତି।

ସକାଳୁ ଆସି ଧାଡିରେ ଛିଡା ହୋଇଛି।ଘରେ ମୋର ୫ ଜଣ ପରିବାର, ଘର ଦ୍ୱାର ସବୁ ଭାଙ୍ଗି ଯାଇଛି।୨୦୦୦ ଟଙ୍କା ଘର କାମ ପାଇଁ,୫୦୦ ଟଙ୍କା ପଲିଥିନ ପାଇଁ ଓ ୫୦ କିଲୋ ଚାଉଳ ମିଳିବ ବୋଲି ୫୫ ନଂ ୱାର୍ଡ ର କମଳା ସାହୁ କହିଛନ୍ତି।

ବିଏମସି ଅଧୀନରେ ଥିବା ସମସ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ କାର୍ଡ ଧାରୀଙ୍କୁ ମିଳିବ ରିଲିଫ।ସରକାରୀ ପ୍ୟାକେଜ ଘୋଷଣା ଅନୁସାରେ ରିଲିଫ ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି।୨ ହଜାର ଟଙ୍କା ଦୁର୍ଦ୍ଦଶା ସହାୟତା,୫ ସହ ଟଙ୍କା ପଲିଥିନ ପାଇଁ ଆର୍ଥିକ ସହାୟତା ଏବଂ ପିଡ଼ିଏସ ମାଧ୍ୟମରେ ୫୦ କିଲୋ ଚାଉଳ ପ୍ରତ୍ୟକ କାର୍ଡ଼ଧାରୀଙ୍କୁ ଦିଆଯିବ।୧ ଲକ୍ଷ ୦୫ ହଜାର କାର୍ଡରେ ପାଖାପାଖି ୪ ଲକ୍ଷରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କୁ ରିଲିଫ ଦିଆଯିବାର ବ୍ୟବସ୍ଥା ହୋଇଛି।ସମସ୍ତ ହିତାଧିକାରୀ ରିଲିଫ ସହାୟତା ପାଇବା ପର୍ଯ୍ୟନ୍ତ ରିଲିଫ ବଣ୍ଟନ ପ୍ରକ୍ରିୟା ଜାରି ରହିବ ।ୱାର୍ଡରେ ୱାର୍ଡ ଅଫିସର,ବିଏମସି ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ପୋଲିସ ପ୍ରଶାସନ ରିଲିଫ ବଣ୍ଟନ କାର୍ଯ୍ୟରେ ନିୟୋଜିତ ଅଛନ୍ତି ବୋଲି ବିଏମସି ଅତିରିକ୍ତ ଆୟୁକ୍ତ ସୁରଟ ମଳିକ କହିଛନ୍ତି।

ବାତ୍ୟା ବିପନ୍ନଙ୍କ ମଧ୍ୟରେ ଅନେକ ପରିବାର ଅଛନ୍ତି ଯେଉଁମାନଙ୍କର ରାସନ କାର୍ଡ଼ ନାହିଁ ,କିନ୍ତୁ ଯୋଗ୍ୟ ହିତାଧିକାରୀଙ୍କ ଭଳି ସମାନ ଅବସ୍ଥା ବା ଦୁର୍ଦଶା ଭୋଗୁଛନ୍ତି।ସରକାର ରିଲିଫ ପ୍ୟାକେଜ ଘୋଷଣା କଲେ ସତ କିନ୍ତୁ ଯେଉଁମାନଙ୍କର କୌଣସି ରେସନ କାର୍ଡ଼ ନାହିଁ ସେମାନଙ୍କ ପାଇଁ କଣ ବ୍ୟବସ୍ଥା ହେଉଛି ତାହା ଦେଖିବାର ଅଛି।ବିଏମସି ପ୍ରଶାସନ କଣ ବ୍ୟବସ୍ଥା କରୁଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.