ETV Bharat / bharat

ପୁଞ୍ଛରେ ପାକ୍‌ର ଅସ୍ତ୍ରବିରତି ଉଲ୍ଲଂଘନ, ଜଣେ ଯବାନ ଶହୀଦ - ଅସ୍ତ୍ରବିରତି ଉଲଙ୍ଘନ

ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲାରେ ପୁଣିଥରେ ଅସ୍ତ୍ରବିରତି ଉଲଙ୍ଘନ କରିଛି ପାକିସ୍ତାନ । ଏଥିରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।

ପୁଞ୍ଛରେ ପାକ୍‌ର ଅସ୍ତ୍ରବିରତି ଉଲଙ୍ଘନ
ପୁଞ୍ଛରେ ପାକ୍‌ର ଅସ୍ତ୍ରବିରତି ଉଲଙ୍ଘନ
author img

By

Published : Jun 14, 2020, 11:56 AM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଞ୍ଛ ଜିଲ୍ଲାରେ ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ । ଶନିବାର ମଧ୍ୟରାତ୍ରିରେ ଭାରତୀୟ ଚେକପୋଷ୍ଟ ଗୁଡିକୁ ଲକ୍ଷ କରି ପାକିସ୍ତାନ ସୈନ୍ୟବାହିନୀ ପକ୍ଷରୁ ଗୁଳିମାଡ କରାଯାଇଥିଲା । ଏଥିରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।

ପୁଞ୍ଛରେ ପାକ୍‌ର ଅସ୍ତ୍ରବିରତି ଉଲଙ୍ଘନ
ପୁଞ୍ଛରେ ପାକ୍‌ର ଅସ୍ତ୍ରବିରତି ଉଲଙ୍ଘନ

ତେବେ ପାକିସ୍ତାନୀ ଯବାନଙ୍କ ଗୁଳିମାଡରେ 29 ବର୍ଷିୟ ଲୁଂଗବୁଇ ଏବନମଲୀ ଶହୀଦ ହୋଇଥିବା ପୁଞ୍ଛର ବରିଷ୍ଠ ପୋଲିସ ଅଧିକ୍ଷକ ରମେଶ କୁମାର ଅନଗରଲ ସୂଚନା ଦେଇଛନ୍ତି । ଏହା ବ୍ୟତୀତ ଏଥିରେ 2 ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଏୟାରଲିଫ୍ଟ କରି ଉଦ୍ଧମପୁରର ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନେ ଚିକିତ୍ସିତ ହେଉଥିବା ରମେଶ କୁମାର କହିଛନ୍ତି ।

ଏହା ପୂର୍ବରୁ ଜମ୍ମୁ-କାଶ୍ମୀରରେ ଏଲଓସିରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର ଜବାବ ଦେଇଥିଲା ଭାରତ । ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନୀ ସେନାର କେତେକ ଚେକପୋଷ୍ଟ ଭାରି ମାତ୍ରାରେ କ୍ଷୟକ୍ଷତି ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ପାକିସ୍ତାନ ପକ୍ଷରୁ 6 ମାସ ମଧ୍ୟରେ 2000ରୁ ଉର୍ଦ୍ଧ୍ବ ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ଖାସକରି ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରଠାରୁ ଏହି ସଂଖ୍ୟା ବୃଦ୍ଧି ପାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.