ETV Bharat / bharat

ଅରୁଣାଚଳ ପ୍ରଦେଶରେ ଉଗ୍ରବାଦୀଙ୍କ ଆକ୍ରମଣ, ଜଣେ ଆସାମ ରାଇଫଲ ଯବାନ ଶହୀଦ - ଅରୁଣାଚଳପ୍ରଦେଶ ଉଗ୍ରବାଦୀଙ୍କ ଆକ୍ରମଣ

ଅରୁଣାଚଳପ୍ରଦେଶରେ ଆମ୍ବୁସ ଲଗାଇ ଉଗ୍ରବାଦୀମାନେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଜଣେ ଯବାନ ଶହୀଦ ହୋଇଛନ୍ତି । ଆହତ ହୋଇଥିବା ଅନ୍ୟ ଜଣେ ଯବାନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଅଧିକ ପଢନ୍ତୁ...

ଅରୁଣାଚଳପ୍ରଦେଶରେ ଉଗ୍ରବାଦୀଙ୍କ ଆକ୍ରମଣ, ଜଣେ ଆସାମ ରାଇଫଲ ଯବାନ ଶହୀଦ

author img

By

Published : Oct 4, 2020, 7:51 PM IST

ଇଟାନଗର: ଅରୁଣାଚଳ ପ୍ରଦେଶରେ ଆମ୍ବୁସ ଲଗାଇ ଉଗ୍ରବାଦୀମାନେ ଆକ୍ରମଣ କରିଛନ୍ତି । ରାଜଧାନୀ ଇଟାନଗର ଠାରୁ ପ୍ରାୟ 300 କିଲୋମିଟର ଦୂରରେ ଥିବା ଚଙ୍ଗଲାଙ୍ଗ ଜିଲ୍ଲାରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଘଟଣାରେ ଆସାମ ରାଇଫଲର ଜଣେ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ଜଣେ ଯବାନ ଆହତ ହୋଇଥିବା ଜଣାପଡିଛି ।

ଆକ୍ରମଣରେ ସମ୍ପୃକ୍ତ ଉଗ୍ରବାଦୀଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ପ୍ରାଥମିକ ରିପୋର୍ଟ ଅନୁଯାୟୀ, ସଶସ୍ତ୍ର ବନ୍ଧୁକଧାରୀମାନେ ଆସାମ ରାଇଫଲର କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଜଣେ ଯବାନ ଶହୀଦ ହୋଇଛନ୍ତି । ଆହତ ହୋଇଥିବା ଅନ୍ୟ ଜଣେ ଯବାନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଅରୁଣାଚଳପ୍ରଦେଶ, ବିଶେଷତ ମିଆଁମାର ସହିତ ସୀମାବର୍ତ୍ତୀ ଅଞ୍ଚଳ NSCN-IM ଉଗ୍ରବାଦୀଙ୍କ ଦ୍ୱାରା ପ୍ରଭାବିତ ହୋଇଛି । ଚଳିତ ବର୍ଷ ଜୁଲାଇରେ ଆସାମ ରାଇଫଲ ମଣିପୁରରେ ଏହି ସଂଗଠନ ସହ ଜଡିତ ଥିବା 6 ଜଣ ଉଗ୍ରବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.