ନୂଆଦିଲ୍ଲୀ: ନିର୍ଭୟା ମାମଲାର ଦୋଷୀ ପୱନ ଗୁପ୍ତା ଜେଲରେ ନିଜ ଓକିଲ ରବି କାଜିଙ୍କୁ ଭେଟିବାକୁ ମନା କରିଛି । ତେବେ କଣ ପାଇଁ ଭେଟିବାକୁ ମନା କରିଛି, ତାହା ସ୍ପଷ୍ଟ ହୋଇନାହିଁ । ଏପି ସିଂ ମାମଲା ଛାଡିବା ପରେ ଅଦାଲତ ଦ୍ବାରା ରବି କାଜିଙ୍କୁ ପୱନର ଓକିଲ ନିଯୁକ୍ତ କରାଯାଇଥିଲା । ନୂତନ ଭାବେ ଡେଥ ୱାରେଣ୍ଟ ଜାରି ହେବାପରେ ପୱନର ଆଇନଗତ ପଦକ୍ଷେପ ସଂପର୍କରେ କୌଣସି ସୂଚନା ମିଳିପାରିନାହିଁ ।
ସୂଚନାଯୋଗ୍ୟ, ନିର୍ଭୟା ମାମଲାରେ 3 ଦୋଷୀଙ୍କ ଦୟା ଯାଚିକା ଖାରଜ ହୋଇଥିବାବେଳେ ପୱନ ଦୟାଯାଚିକା ଦାଖଲ କରିନାହିଁ । ତେଣୁ ପୱନର ଦୟା ଯାଚିକା ବା ଆଇନଗତ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି ।
@ANI