ETV Bharat / bharat

ମହାରାଷ୍ଟ୍ରର ଚିନ୍ତା ବଢାଇଲା ଧରାଭି; 3ୟ କୋରୋନା ଆକ୍ରାନ୍ତ ଚିହ୍ନଟ - corona maharsta

ମୁମ୍ବାଇର ଧରାଭି ବସ୍ତି ଅଞ୍ଚଳରେ ପୁଣି ଜଣେ କୋରୋନା ରୋଗୀ । 35 ବର୍ଷୀୟ ଡାକ୍ତରଙ୍କ ଠାରେ କୋଭିଡ-19 ପଜିଟିଭ ଥିବା ଜଣାପଡିଛି । ଅଧିକ ପଢନ୍ତୁ...

ମହାରାଷ୍ଟ୍ରର ଚିନ୍ତା ବଢାଇଲା ଧାରଭି; 3ୟ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Apr 3, 2020, 9:12 AM IST

Updated : Apr 3, 2020, 9:32 AM IST

ମୁମ୍ବାଇ: ମହାରାଷ୍ଚ୍ର ସରକାରଙ୍କ ଚିନ୍ତା ବଢାଇଲା ଧରାଭି ବସ୍ତି । ଲଗାତାର 3ୟ ଦିନରେ ତିନୋଟି କୋରୋନା ମାମଲା ସାମ୍ନାକୁ ଆସିଛି । ଗତକାଲି ଜଣେ ସଫେଇ କର୍ମଚାରୀ କୋରୋନା ଆକ୍ରାନ୍ତ ଥିବାବେଳେ, ଆଜି ଜଣେ 35 ବର୍ଷୀୟ ଡାକ୍ତର ଏହି ରୋଗରେ ପୀଡିତ ଥିବା ଜଣାପଡିଛି ।

କୋରୋନା ଚିହ୍ନଟ ହେବା ପରେ ସଂକ୍ରମିତ ଡାକ୍ତରଙ୍କ ପରିବାରବର୍ଗଙ୍କୁ କ୍ବାରେଣ୍ଚାଇନରେ ରଖାଯାଇଛି । ସେମାନଙ୍କ ମଧ୍ୟ ଆଜି ଟେଷ୍ଟ କରାଯିବ। ଏହା ସହ ଡାକ୍ତରଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କ ଟ୍ରାକ କରୁଛି ବ୍ରିହାନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ । ଏପରିକି ସମ୍ପୃକ୍ତଙ୍କ ଘରକୁ ମଧ୍ୟ ସିଲ କରି ଦିଆଯାଇଛି ।

ଏସିଆ ମହାଦେଶର ସବୁଠାରୁ ଜନବହୁଳ ବସ୍ତି ଭାବେ ଜଣାଶୁଣା ମୁମ୍ବାଇର ଧରାଭି ବସ୍ତି । ଗତ ବୁଧବାର ଜଣେ 56 ବର୍ଷୀୟ ବୟସ୍କ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତରେ ମୃତ୍ୟୁବରଣ କରିଛନ୍ତି ।

@ANI

Last Updated : Apr 3, 2020, 9:32 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.