ପାଲଘର: ମହାରାଷ୍ଟ୍ର ପାଲଘର କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣା। ଏଥିରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ପୂର୍ବରୁ ଗଣମାଧ୍ୟମର ଖବର ମୁତାବକ, ଅଗ୍ନିକାଣ୍ଡ ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆହତ ହୋଇଥିଲେ। ବର୍ତ୍ତମାନ ମୃତ୍ୟୁ ସଂଖ୍ୟା 2ରେ ପହଁଞ୍ଚିଛି। ଏହି ଘଟଣାଟି ବୋଏସର ମ୍ୟୁନସିପାଲଟି ଅଞ୍ଚଳରେ ଘଟିଛି।
ଏହି ଫ୍ୟାକ୍ର୍ଟିରେ ଘଟଣା ସମୟରେ 20 ଜଣ ଲୋକ କାମ କରୁଥିଲେ ବୋଲି ପାଲଘର ଜିଲ୍ଲାପାଳ କୈଳାଶ ସିନ୍ଧେ କହିଛନ୍ତି।