ETV Bharat / bharat

ଏଭେରେଷ୍ଟରେ ଟ୍ରାଫିକ ଜାମ, ଜଣେ ଭାରତୀୟ ମୃତ

author img

By

Published : May 24, 2019, 9:29 PM IST

Updated : May 24, 2019, 9:41 PM IST

ବୁଧବାର ୨୦୦ ପର୍ବତାରୋହୀ ଏଭେରେଷ୍ଟ ଶିଖରରେ ପହଞ୍ଚିବାକୁ ଉଦ୍ୟମ କରିଥିଲେ । ଫଳରେ ସେଠାରେ ଟ୍ରାଫିକ ଜାମ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସମୟରେ ଜାମରେ ଫସିଥିବା 2 ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିଲା ।

ପ୍ରତୀକାତ୍ମକ ଫଟୋ

କାଠମାଣ୍ଡୁ: ବିଶ୍ବର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭେରେଷ୍ଟରେ ଟ୍ରାଫିକ ଜାମ । ଏକାସାଙ୍ଗରେ ଅନେକ ପର୍ବତାରୋହୀ ଶୃଙ୍ଗରେ ଚଢିବାକୁ ଉଦ୍ୟମ କରିବାରୁ ଏପରି ପରିସ୍ଥିତି ଦେଖାଦେଇଛି । ଫଳରେ 2 ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ମିଳିଥିବା ସୂଚନାନୁସାରେ ବୁଧବାର ୨୦୦ ପର୍ବତାରୋହୀ ଏଭେରେଷ୍ଟ ଶିଖରରେ ପହଞ୍ଚିବାକୁ ଉଦ୍ୟମ କରିଥିଲେ । ଫଳରେ ସେଠାରେ ଟ୍ରାଫିକ ଜାମ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସମୟରେ ଜାମରେ ଫସିଥିବା 2 ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିଲା । ଭାରତୀୟ ପର୍ବତାରୋହୀ ଅଞ୍ଜଳି କୂଲକର୍ଣ୍ଣି(55) ଶିଖର ଆରୋହଣ କରି ଫେରୁଥିବାବେଳେ ବାଟରେ ଏହି ଜାମରେ ଫସିବାରୁ ତାଙ୍କର ମୃତ୍ୟୁ ହୋଇଥିଲା ।

ସେହିପରି ଆମେରିକାର ପର୍ବାତାରୋହୀ ଡୋନାଲଡ ଲିନ କାସ(55) ମଧ୍ୟ ଏଭେରେଷ୍ଟ ଆରୋହଣ ସମୟରେ ଅଚେତ ହୋଇପଡିଥିଲେ । ପରେ ତାଙ୍କୁ ବେସ କ୍ୟାମ୍ପକୁ ଅଣାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସୂଚନାନୁସାରେ ସମସ୍ତ ପର୍ବତାରୋହୀ ଏକା ସାଙ୍ଗରେ ଏଭେରେଷ୍ଟ ଆରୋହଣରେ ବାହାରି ଯାଇଥିବାବେଳେ ପ୍ରବଳ ତୁଷାରପାତ ହୋଇଥିଲା ।

ଫଳରେ ସମସ୍ତଙ୍କର ଫେରିବା ଅସମ୍ଭବ ହୋଇପଡିଥିଲା । ଏକାସହ ସମସ୍ତେ ଫେରିବାବେଳେ ବାଟରେ ଟ୍ରାଫିକ ଜାମ ହୋଇଥିଲା । ବେସ କ୍ୟାମ୍ପକୁ ଫେରିନପାରି ଅତ୍ୟଧିକ ଥଣ୍ଡାରେ ଅନେକ ଅସୁସ୍ଥ ହୋଇପଡିଥିବା ସୂଚନା ରହିଛି । ବୁଧବାର ଭୋରରୁ ବିଭିନ୍ନ ଦେଶର ପର୍ବତାରୋହୀ ଦୁଇ ଘଣ୍ଟାରୁ ଅଧିକ କାଳ ଶିଖରକୁ ଚଢିବା ପାଇଁ ଅପେକ୍ଷା କରିଥିଲେ । ଏଥର ସରକାର ୪୪ଟି ଟିମକୁ ରେକର୍ଡ ସଂଖ୍ୟକ ୩୮୧ କ୍ଲାଇମ୍ବିଙ୍ଗ ପରମିଟ ଦେଇଛନ୍ତି ।

Intro:Body:

BLANK

Conclusion:
Last Updated : May 24, 2019, 9:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.