ନୂଆଦିଲ୍ଲୀ : ଦେଶରେ କାୟା ବିସ୍ତାର କରିଛି କୋରୋନା । ଭାରତରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ଶହ ଶହ ମୁଣ୍ତ ନେଉଛି ଏହି କିଲର ଭାଇରସ । ଏହି ମହାମାରୀକୁ ରୋକିବାକୁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିକି ଲକ ଡାଉନ, ସଟଡାଉନକୁ ମଧ୍ୟ ଦେଶରେ ଲାଗୁ କରିଥିଲେ ସରକାର । ହେଲେ ରୋକ ଲାଗିପାରୁନି ଏହି ସଂକ୍ରମଣ ଉପରେ ।
କୋରୋନାରେ ପ୍ରାଣ ହରାଇଲେ ସିଆରପିଏଫ ଯବାନ । ନୂଆଦିଲ୍ଲୀର ଜଣେ ସିଆରପିଏଫ ଯବାନ କୋରୋନାରେ ସଂକ୍ରମିତ ହୋଇଥିଲେ । ପରେ ପ୍ଲାଜମା ଥେରାପି ମଧ୍ୟ କରାଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ସେ ପ୍ରାଣ ହରାଇଛନ୍ତି । ତେବେ ସିଆରପିଏଫର ମୋଟ 1057 କୋରୋନା ମାମଲା ରହିଥିବାବେଳେ 540 ସକ୍ରିୟ ମାମଲା ରହିଛି । ସେଥିମଧ୍ୟରୁ 508 ଜଣ ସୁସ୍ଥ ହୋଇଥିବା ବେଳେ 9 ଜଣ ପ୍ରାଣ ହରାଇଥିବା ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ପକ୍ଷରୁ ସୂଚନା ମିଳିଛି । ତେବେ ଦିନକୁ ଦିନ କୋରୋନା ସଂକ୍ରମଣ ଭାରତରେ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ କୋରୋନା ପଜେଟିଭଙ୍କ ସଂଖ୍ୟା 528859 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 16095ରେ ପହଞ୍ଚିଛି ।
ସୌଜନ୍ୟ @ ANI