ହାଇଦ୍ରାବାଦ : ବାଂଲାଦେଶ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଅନ୍ୟତମ ଅଭିଜ୍ଞ ଖେଳାଳି ମହମୁଦୁଲ୍ଲା ମଙ୍ଗଳବାର ଦିନ ଟି20 କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । 3 ବର୍ଷ ପୂର୍ବରୁ କ୍ରିକେଟର ସବୁଠାରୁ ଲମ୍ବା ଫର୍ମାଟ୍ ଟେଷ୍ଟ କ୍ରିକେଟରୁ ମହମୁଦୁଲ୍ଲା ଅବସର ନେଇ ସାରିଛନ୍ତି, ବର୍ତ୍ତମାନ ସେ ଟି20ରୁ ମଧ୍ୟ ଅବସର ଘୋଷଣା କରିଛନ୍ତି ।
Bangladesh Legend Mahmudullah To Retire From T20Is After India Series 🇧🇩
— Satyam Singh (@Satyam_Rajput7) October 8, 2024
One of the greatest cricketers of Bangladesh has played 50 Tests, 232 ODIs, and 138 T20Is in his 17-year international cricket career. He scored over 10,000 runs and took more than 150 wickets. #INDvsBAN… pic.twitter.com/Y7MNVCHhEa
ପ୍ରେସମିଟ୍ରେ ଶୁଣାଇଲେ ଶେଷ ନିଷ୍ପତ୍ତି :-
ବର୍ତ୍ତମାନର ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ସିରିଜ୍ ଟି20 କ୍ରିକେଟ୍ରେ ମହମ୍ମଦୁଲ୍ଲାଙ୍କର ଶେଷ ଅନ୍ତର୍ଜାତୀୟ ଟି20 ସିରିଜ୍ ହେବ । ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ସିରିଜର ଦ୍ବିତୀୟ ଟି20 ମ୍ୟାଚ୍ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଏହି ପୂର୍ବତନ ବାଂଲା ଅଧିନାୟକ ଏହି ସୂଚନା ଦେଇଛନ୍ତି । ମହମ୍ମଦୁଲ୍ଲା ବାଂଲାଦେଶ ପାଇଁ ସର୍ବାଧିକ ଟି20 ମ୍ୟାଚ୍ ଖେଳିଥିବା କ୍ରିକେଟର । ତେବେ ସେ ତାଙ୍କ ପରିବାର ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ମହମ୍ମଦୁଲ୍ଲା କହିଛନ୍ତି, "ଭାରତ ଆସିବା ପୂର୍ବରୁ ମୁଁ ମୋର ନିଷ୍ପତ୍ତି ବିଷୟରେ ବୋର୍ଡକୁ ଜଣାଇଥିଲି । ହାଇଦ୍ରାବାଦରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ତୃତୀୟ ଟି20 ମ୍ୟାଚ୍ ଏହି ଫର୍ମାଟରେ ମୋର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ହେବ ।"
ମହମ୍ମଦୁଲ୍ଲାଙ୍କ କ୍ୟାରିୟର :-
ଏହି ବାଂଲାଦେଶୀ ଅଲରାଉଣ୍ଡର 139 ଟି20 ମ୍ୟାଚ୍ରେ 2,394 ରନ୍ ଏବଂ 40 ୱିକେଟ୍ ହାସଲ କରିଛନ୍ତି । ସେ ବାଂଲାଦେଶର ସର୍ବାଧିକ ସଂଖ୍ୟକ ମ୍ୟାଚ୍ ଖେଳିଥିବା ଅଧିନାୟକ, ସେ ମଧ୍ୟ କ୍ରିକେଟର ଏହି ଛୋଟ ଫର୍ମାଟରେ ସର୍ବାଧିକ ସଂଖ୍ୟକ ମ୍ୟାଚରେ ଦେଶକୁ ପ୍ରତିନିଧିତ୍ବ କରିଥିବା ଖେଳାଳି । 2007ରେ କେନିଆ ବିପକ୍ଷରେ ଅନ୍ତର୍ଜାତୀୟ ଟି20ରେ ଡେବ୍ୟୁ କରିଥିବା ମହମୁଦୁଲ୍ଲା 43ଟି ମ୍ୟାଚରେ ଦଳର ନେତୃତ୍ୱ ନେଇଛନ୍ତି । ବାଂଲାଦେଶ ଏହି 43 ମ୍ୟାଚ୍ ମଧ୍ୟରୁ 16ଟିରେ ଜିତିଛି । ସେ 2021 ଟି20 ବିଶ୍ବକପରେ ଦଳର ଅଧିନାୟକ ଥିଲେ । ମହମୁଦୁଲ୍ଲା ଅକ୍ଟୋବର 12ରେ ତାଙ୍କର 17 ବର୍ଷର ଟି20 କ୍ୟାରିୟର ଶେଷ କରିବାକୁ ଯାଉଛନ୍ତି ।
ଏହି ସମୟରେ, ଯଦି ଆମେ ବର୍ତ୍ତମାନର ସିରିଜକୁ ଉପରେ ନଜର ପକାଇବା, ଗ୍ବାଲିଅରରେ ପ୍ରଥମ ମ୍ୟାଚ୍ ଜିତି ଭାରତୀୟ ଦଳ 1-0ରେ ଏହି ସିରିଜରେ ଅଗ୍ରଣୀ ହାସଲ କରିଛି । ପ୍ରଥମ ମ୍ୟାଚ୍ରେ ବାଂଲାଦେଶକୁ 7 ୱିକେଟ୍ରେ ପରାସ୍ତ କରିଛି । ଗ୍ବାଲିଅରରେ ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ 19.5 ଓଭରରେ 127 ରନ୍ରେ ସମସ୍ତ ୱିକେଟ ହରାଇଥିଲା, ଏହାର ଜବାବରେ ବିଶ୍ବ ଚାମ୍ପିୟନ ଭାରତ କେବଳ 11.5 ଓଭରରେ ଟାର୍ଗେଟ ହାସଲ କରିନେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ :-
- ଏକା ସମୟରେ ବାଂଲାଦେଶ ଓ ଶ୍ରୀଲଙ୍କାକୁ ଟକ୍କର ଦେବ ଟିମ୍ ଇଣ୍ଡିଆ; ଏଠାରେ ଦେଖନ୍ତୁ LIVE
- ପ୍ରବଳ ଗରମରେ ଝାମା ପଡ଼ିଗଲେ ଖେଳାଳି, ଶେଷରେ ଖେଳିବାକୁ ଓହ୍ଲାଇଲେ କୋଚ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ