ନୂଆଦିଲ୍ଲୀ: କୋରୋନା ମୁକାବିଲା ପାଇଁ ସବୁ ଆଡେ ନଜର ଦିଆଯାଇଛି । ବର୍ତ୍ତମାନ ସ୍ଥିତିକୁ ଲକ୍ଷ୍ୟ ରଖି ଭାରତ ଯଥାସମ୍ଭବ ଅନ୍ୟ ପ୍ରଭାବିତ ଦେଶକୁ ସାହାଯ୍ୟର ହାତ ବଢାଇଛି । ସେନେଇ ଭାରତୀୟ କରୋନା ଯୋଦ୍ଧାଙ୍କୁ କୁୱୈତରେ ନିଯୋଗ କରିବାର ପ୍ରୟାସ ଆରମ୍ଭ ହୋଇଛି । ଏଥିପାଇଁ ସି-130ରେ ଏହି ଯୋଦ୍ଧାଙ୍କୁ ଏୟାରଲିଫ୍ଟ କରାଯାଇଛି ।
ଭାରତ ନିଜ ପଡୋଶୀ ଦେଶମାନଙ୍କୁ ଡାକ୍ତରୀ ସାମଗ୍ରୀ ଓ ଔଷଧ ଦେବାର ଯୋଜନା କରିଛି । ଏଭଳି ସମୟରେ ଭାରତ ସମସ୍ତ ଦେଶଙ୍କୁ ମାନବିକତାର ସହକାରେ ସାହାଯ୍ୟର ହାତ ବଢାଇଛି । ଏହା ସହ ହାଇଡ୍ରୋକ୍ସିକ୍ଲୋରୋକୁଇନ ବଟିକାର ବଣ୍ଟନ ମଧ୍ୟ ଆରମ୍ଭ କରିସାରିଲାଣି ।
@ANI