ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୁଞ୍ଚ ଇଲାକାରେ ପୁଣି ଗୁଳିବିନିମୟ । ସୀମାରେ ଥିବା ମନକୋଟ ସେକ୍ଟର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ପକ୍ଷରୁ ଗୁଳିବର୍ଷଣ ହୋଇଥିଲା । ଯାହାର ମୁହଁତୋଡ଼ ଜବାବ ଦେଇଛନ୍ତି ଭାରତୀୟ ସେନା । ଏହି ଗୁଳିବିନିମୟରେ ଜଣେ ବିଏସଏଫ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।
ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଠାରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ରହିଛି । ଘଟଣା ପରେ ମଧ୍ୟ ଉଭୟ ପକ୍ଷରୁ ସୀମାରେ ଜାରି ରହିଛି ଗୁଳିବିନିମୟ ।