ନୂଆଦିଲ୍ଲୀ: ଆଜି ହେଉଛି ପ୍ରଯୁକ୍ତିବିଦ୍ୟା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସରେ ଆମ ଦେଶ, ସେହି ସମସ୍ତଙ୍କୁ ଅଭିବାଦନ ଜଣାଉଛି ଯେଉଁମାନେ ଟେକ୍ନୋଲୋଜିର ସୁଯୋଗ ନେଇ ଅନ୍ୟମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି।
-
Today, technology is helping many in the efforts to make the world free from COVID-19. I salute all those at the forefront of research and innovation on ways to defeat Coronavirus. May we keep harnessing technology in order to create a healthier and better planet.
— Narendra Modi (@narendramodi) May 11, 2020 " class="align-text-top noRightClick twitterSection" data="
">Today, technology is helping many in the efforts to make the world free from COVID-19. I salute all those at the forefront of research and innovation on ways to defeat Coronavirus. May we keep harnessing technology in order to create a healthier and better planet.
— Narendra Modi (@narendramodi) May 11, 2020Today, technology is helping many in the efforts to make the world free from COVID-19. I salute all those at the forefront of research and innovation on ways to defeat Coronavirus. May we keep harnessing technology in order to create a healthier and better planet.
— Narendra Modi (@narendramodi) May 11, 2020
ପ୍ରଧାନମନ୍ତ୍ରୀ କହିଛନ୍ତି 1998 ରେ ଏହି ଦିନ ଆମର ବୈଜ୍ଞାନିକମାନଙ୍କର ଅସାଧାରଣ ସଫଳତାକୁ ଆମେ ମନେ ରଖିଛୁ। ଏହା ଭାରତ ଇତିହାସରେ ଏକ ଐତିହାସିକ ମୁହୂର୍ତ୍ତ ଥିଲା । ମେ 11 ରେ ଟେକ୍ନୋଲୋଜି କ୍ଷେତ୍ରରେ ଭାରତର ସଫଳତା ଉପରେ ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ ପାଳନ କରାଯାଇଥାଏ । 11 ମେ 1998 ରେ ରାଜସ୍ଥାନର ପୋଖରିନରେ ପରମାଣୁ ପରୀକ୍ଷଣ ସଫଳତାର ସହ କରାଯାଇଥିଲା।
ଅଟଳ ବିହାରୀ ବାଜପେୟୀ ସେହି ସମୟରେ ଦେଶର ପ୍ରଧାନମନ୍ତ୍ରୀ ଥିଲେ ଓ ତାଙ୍କ ନେତୃତ୍ବରେ ଏହି ପରୀକ୍ଷଣ କରାଯାଇଥିଲା। ବାଜପେୟୀଙ୍କ ଶାସନ କାଳରେ କରାଯାଇଥିବା ପରମାଣୁ ପରୀକ୍ଷଣ ଦେଶ ପାଇଁ ଗର୍ବର ବିଷୟ ଥିଲା।
ଟେକ୍ନୋଲୋଜି ଦିବସରେ, ପ୍ରଧାନମନ୍ତ୍ରୀ ମୋଦି ଅନ୍ୟ ଏକ ଟ୍ବିଟରେ କୋରୋନା ଯୋଦ୍ଧାମାନଙ୍କୁ ଅଭିବାଦନ ଜଣାଇ କୋରୋନା ବିରୋଧି ଲଢେଇରେ ଟେକ୍ନୋଲୋଜିର ଗୁରୁତ୍ବ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ କୋଭିଡ-19 ରୁ ବିଶ୍ବକୁ ମୁକ୍ତ କରିବାକୁ ପ୍ରୟାସରେ ଟେକ୍ନୋଲୋଜି ବହୁତ ସହାୟକ ହୋଇଛି।