ETV Bharat / bharat

ଦେଶପ୍ରେମରେ ଝଲସିଲା ଲାଲକିଲ୍ଲା, ବୀର ସଂଗ୍ରାମୀଙ୍କ ସ୍ମୃତି ଚାରଣ କଲେ ମୋଦି

author img

By

Published : Aug 15, 2020, 11:01 AM IST

Updated : Aug 15, 2020, 4:29 PM IST

ମହାମାରୀ ବେଳେ ଲାଲକିଲ୍ଲାରେ ଝଲସିଲା ଦେଶପ୍ରେମ। 74 ତମ ସ୍ବାଧୀନତା ଦିବସରେ ଦେଶ ଭକ୍ତିର ସ୍ବର ଗୁଞ୍ଜରିତ ହେଲା ଗାଁରୁ ସହର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ସ୍ବାଧୀନତାର ସ୍ବାଦ ଚଖାଇଥିବା ମହାନ ବୀରଙ୍କ ସ୍ମୃତିଚାରଣ କରିବା ସହ ମାନସ ପଟରେ ସ୍ବତନ୍ତ୍ର ସ୍ଥାନ ଦେବାକୁ ଆହ୍ବାନ ଜଣାଇଛନ୍ତି।

ଦେଶପ୍ରେମରେ ଝଲସିଲା ଲାଲକିଲ୍ଲା, ବୀର ସଂଗ୍ରାମୀଙ୍କ ସ୍ମୃତି ଚାରଣ କଲେ ମୋଦି
ଦେଶପ୍ରେମରେ ଝଲସିଲା ଲାଲକିଲ୍ଲା, ବୀର ସଂଗ୍ରାମୀଙ୍କ ସ୍ମୃତି ଚାରଣ କଲେ ମୋଦି

ନୂଆଦିଲ୍ଲୀ: ମହାମାରୀ ବେଳେ ଲାଲକିଲ୍ଲାରେ ଝଲସିଲା ଦେଶପ୍ରେମ । 74 ତମ ସ୍ବାଧୀନତା ଦିବସରେ ଦେଶ ଭକ୍ତିର ସ୍ବର ଗୁଞ୍ଜରିତ ହେଲା ଗାଁ ରୁ ସହର। ମହାନା ସଂଗ୍ରାମୀଙ୍କ ବଳିଦାନ ଓ ବୀର ଗାଥାକୁ ଗାଇଲେ ଦେଶବାସୀ। ଆଉ ଦେଶ ମାତୃକା ପ୍ରତି ସମ୍ନାନରେ ପୁରି ଉଠିଲା ପୁରା ପରିବେଶ। ଏହା ଥିଲା ଇତିହାସ ଓ ଗୌରବର ମୂକସାଖୀ ଥିବା ଲାଲକିଲ୍ଲାର ଚିତ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି ସ୍ବାଧୀନତାର ସ୍ବାଦ ଚଖାଇଥିବା ମହାନ ବୀରଙ୍କ ସ୍ମୃତିଚାରଣ କରିବା ସହ ମାନସ ପଟରେ ସ୍ବତନ୍ତ୍ର ସ୍ଥାନ ଦେବାକୁ ଆହ୍ବାନ ଜଣାଇଛନ୍ତି।

74 ତମ ସ୍ବାଧିନତା ଦିବସ, ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

''ଆମେ ଖରାପ ସମୟ ଦେଇ ଗତି କରୁଛେ। ମୁଁ ଆଜି ମୋ ସାମ୍ନାରେ ଛୋଟ ପିଲାମାନଙ୍କୁ ଦେଖିପାରୁନି। କୋରୋନା ସବୁ କିଛିରେ ବାଧା ଉପୁଜାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।'' ଏହି ସମୟରେ ମୋଦି ଅନେକ ଦିଗ ଉପରେ ଗୁରୁତ୍ବାରୋପ କରିଛନ୍ତି। ଦିନରାତି ସୀମାରେ ଜୀବନକୁ ବାଜି ଲଗାଇ ଜଗିରହିଥିବା ସେନାର ଯବାନ ଓ ସୁରକ୍ଷା ବାହିନୀଙ୍କୁ ସମ୍ମାନ ଦେବାର ଦିନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମହାମାରୀରର ମହାଦଶାରେ ମଧ୍ୟ ଦେଶ ହାରିଯାଇ ନାହିଁ। ଭାରତର ଶକ୍ତିକୁ ବିଶ୍ବ ପ୍ରଣାମ କରୁଛି। ଆତ୍ମନିର୍ଭର ଭାରତ ଏବେ 130 କୋଟି ଜନତାଙ୍କ ମନ୍ତ୍ର ହେବା ଦରକାର।

ମହାମାରୀ କାଳରେ ସେବା ହେଉଛି ପରମ ଧର୍ମ । କୋରାନା ଯୋଦ୍ଧାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କୋଭିଡ ଯୋଦ୍ଧାମାନେ ସଂପୂର୍ଣ୍ଣ ଭାବେ ନିଜ ଜୀବନକୁ ବାଜି ଲଗାଇ ଦେଶର ସେବା କରିଚାଲିଛନ୍ତି । ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ, ଆମ୍ବୁଲାନ୍ସ, ପୋଲିସ କର୍ମୀ, ସଫେଇ କର୍ମୀ, ପୋଲିସକର୍ମୀ, ସେବା କର୍ମୀ, ନିୟମିତ ଭାବେ କାମ କରୁଛନ୍ତି । କୋରୋନା ମୁକାବିଲା ଲାଗି ୧୩୦ କୋଟି ଜନତାଙ୍କୁ ସଂକଳ୍ପ ନେବାକୁ ହେବ। ଦେଶବାସୀଙ୍କ ସଂକଳ୍ପ ରହିଲେ ଆମେ କୋରୋନା ବିପକ୍ଷରେ ବିଜୟ ହାସଲ କରିପାରିବା ।

ଏହାସହ କୋରୋନା ଯୁଦ୍ଧରେ ହାରିଯାଇଥିବା ଯୋଦ୍ଧାଙ୍କ ପରିବାରକୁ ନିଜର ସମବେଦନା ଜଣାଇଛନ୍ତି ମୋଦି । ପୂର୍ବ, ପଶ୍ଚିମ ଭାରତରେ ବନ୍ୟା ଦେଖାଯାଇଛି ଓ କେଉଁଠି ଭୂସ୍ଖଳନ ଦେଖାଯାଇଛି । ସଂକଟ ସମୟରେ ଦେଶ ଏକାଠି ହୋଇଛି । ସେହିପରି ଏହି ପ୍ରାକୃତିକ ବିପର୍ଯ୍ୟୟରେ ଜୀବନ ହରାଇଥିବା ଲୋକଙ୍କ ପରିବାରକୁ ମଧ୍ୟ ସମବେଦନା ଜଣାଇଲେ ମୋଦି ।

କୋରୋନା କାଳରେ ଆତ୍ମନିର୍ଭର ଭାରତ କଥାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ । ଦେଶର ଯୁବକ, ମାତୃଶକ୍ତି ଉପରେ ତାଙ୍କର ଭରସା ଅଛି। ଆମ ପାଇଁ ବିଶ୍ବ ଏକ ପରିବାର । ଭାରତକୁ ବିଶ୍ବ ଅର୍ଥନୀତିରେ ଯୋଗଦାନ ବଢାଇବାକୁ ପଡିବ । ସେଥିଲାଗି ଭାରତକୁ ଆତ୍ମନିର୍ଭର ହେବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 80 କୋଟି ଲୋକଙ୍କ ପାଇଁ ମାଗଣା ରାସନର ବ୍ୟବସ୍ଥା କରାଯାଇଛି ।

ସେହିପରି ଭୋକାଲ ଫର ଲୋକାଲ କଥା କହିଛନ୍ତି ମୋଦି । କୃଷି କ୍ଷେତ୍ରରେ ପୂର୍ବରୁ ବିଦେଶରୁ ଗହମ ଆମଦାନୀ ହେଉଥିଲା । ହେଲେ ଏବେ ଭାରତ ଗହମ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ହୋଇଛି। ଏହାସହ କୋରୋନାର ସଙ୍କଟରେ ମଧ୍ୟ ଭାରତରେ ବିଦେଶୀ କମ୍ପାନୀ ମାନେ ଇନଭେଷ୍ଟ କରିବାକୁ ଚାହୁଁଛନ୍ତି । ଯାହାଫଳରେ ଗତବର୍ଷ ଏଫଡିଆଇରେ 18 ପ୍ରତିଶତର ବୃଦ୍ଧି ହୋଇଛି ।

ଗତ 6 ବର୍ଷ ଭିତରେ ଲୋକଙ୍କ ଜୀବନ ଧାରଣ କ୍ଷମତା ଭଲ କରିବା ପାଇଁ ଅନେକ କାମ କରାଯାଇଛି । ଅନେକ ପରିବାରକୁ ଗ୍ୟାସ ଯୋଗାଇ ଦିଆଯାଇଛି ବୋଲି ଅଭିଭାଷଣରେ କହିଛନ୍ତି ପ୍ରଧାନମନ୍ତ୍ରୀ।

ନୂଆ ଶିକ୍ଷାନୀତି ଓ କୃଷକଙ୍କ ଆୟ ଉପେ ଅନେକ କାର୍ଯ୍ୟ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନୂଆ ଶିକ୍ଷାନୀତି ବିଦ୍ୟାର୍ଥୀଙ୍କୁ ସହାୟକ ହେବ । ଆଜି ଗାଁର ଲୋକଙ୍କୁ ମଧ୍ୟ ଅନ୍‌ଲାଇନ୍‌ ସୁବିଧା ମିଳୁଛି । ହଜାରେ ଦିନରେ 6 ଲକ୍ଷ ଗାଁକୁ ଅପଟିକାଲ ଫାଇବର କାମ ଯୋଗାଇ ଦିଆଯିବ। ବହୁଶୀଘ୍ର ସାଇବର ସୁରକ୍ଷା ନେଇ ଘୋଷଣା କରାଯିବ ବୋଲି ମୋଦି କହିଛନ୍ତି ।

ଲେହ, ଲଦାଖ, କାର୍ଗିଲ ଓ ଜମ୍ମୁ କଶ୍ମୀରକୁ ବର୍ଷେ ପୂର୍ବରୁ 370ରୁ ଆଜାଦ ମିଳିଛି ଓ ନୂଆ ବିକାଶ ପାଇଁ ବାଟ ଖୋଲିଛି । ଆୟୁଷ୍ମାନ ଭାରତକୁ ଜମ୍ମୁ କାଶ୍ମୀରେ ଲାଗୁ କରାଯାଇଛି । ସେଠାକାର ସ୍ଥାନୀୟ ସରପଞ୍ଚ ମାନେ ବିକାଶର ଭାଗିଦାରୀରେ ସକ୍ରିୟ ଭୂମିକା ନିଭାଉଛନ୍ତି । ସେଥିଲାଗି ସେମାନଙ୍କୁ ହୃଦୟରୁ ଧନ୍ୟବାଦ ଦେଲେ ମୋଦି କହିଛନ୍ତି।

କୋରୋନା ଭ୍ୟାକ୍ସିନ ପାଇଁ ସମସ୍ତଙ୍କ ଉତ୍କଣ୍ଠା ରହିଛି । ଭାରତରେ ଗୋଟିଏ ନୁହେଁ, ଦୁଇଟି ନୁହେଁ, ତିନିଟି କୋରୋନାଭାଇରସ୍ ଟୀକା ପରୀକ୍ଷା କରାଯାଉଛି। ସେହି ଟିକାଗୁଡ଼ିକର ବହୁଳ ଉତ୍ପାଦନ ପାଇଁ ଦେଶ ମଧ୍ୟ ପ୍ରସ୍ତୁତ ବୋଲି ମୋଦି କହିଛନ୍ତି। ସମସ୍ତଙ୍କ ପାଖରେ ଯେପରି ଏହା ପହଞ୍ଚିପାରିବ ତାହାର ରୂପରେଖ ପ୍ରସ୍ତୁତ ସରିଛି ।

ଅନ୍ୟପଟେ ଏକ ହଜାର ଦିନ ମଧ୍ୟରେ ଲାକ୍ଷାଦ୍ବୀପରେ ମଧ୍ୟ ଇଣ୍ଟରନେଟ ସୁବିଧା ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ସବୁଠୁ ବଡ ଦୀର୍ଘ 500 ବର୍ଷର ବିବାଦର ଅନ୍ତ ଘଟି ରାମଜନ୍ମ ଭୂମିର ଭୂମି ପୂଜନ କରାଯାଇଥିବା କଥା ଅଭିଭାଷଣରେ ମୋଦି ଦୋହରାଇଛନ୍ତି। ସର୍ବ ଶେଷରେ ପ୍ରଧାନମନ୍ତ୍ରୀ ଭାରତ ମାତାକି ଜୟ କହି ନିଜର ଅଭିଭାଷଣ ଶେଷ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 15, 2020, 4:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.