ETV Bharat / bharat

ଆସନ୍ତାକାଲି ଯାତ୍ରୀଙ୍କୁ ନେଇ ଗଡିବ 'ବନ୍ଦେ ଭାରତ ଏକ୍ସପ୍ରେସ'

ଭାରତର ପ୍ରଥମ ଇଞ୍ଜିନ ବିହୀନ ଟ୍ରେନ 'ବନ୍ଦେ ଭାରତ ଏକ୍ସପ୍ରେସ' ଶୁକ୍ରବାର ଏହାର ପ୍ରଥମ ଯାତ୍ରାରେ ଘଣ୍ଟା ପ୍ରତି 130 କିମି ପ୍ରତି ଘଣ୍ଟା ଅତିକ୍ରମ କରିଥିବା ସୂଚନା ରହିଛି ।

author img

By

Published : Feb 16, 2019, 11:02 AM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ଟ୍ରାକକୁ ଓହ୍ଲାଇଛି ଟ୍ରେନ 18 ବା ବନ୍ଦେ ଭାରତ ଏକ୍ସପ୍ରେସ । ଭାରତର ପ୍ରଥମ ଇଞ୍ଜିନ ବିହୀନ ଟ୍ରେନ 'ବନ୍ଦେ ଭାରତ ଏକ୍ସପ୍ରେସ' ଶୁକ୍ରବାର ଏହାର ପ୍ରଥମ ଯାତ୍ରାରେ ଘଣ୍ଟା ପ୍ରତି 130 କିମି ପ୍ରତି ଘଣ୍ଟା ଅତିକ୍ରମ କରିଥିବା ସୂଚନା ରହିଛି ।

ତେବେ ବର୍ତ୍ତମାନର ଗତି ହିସାବରେ ଟ୍ରେନ 18 ନୂଆଦିଲ୍ଲୀରୁ ବାରଣାସୀ ଯିବାକୁ 8 ଘଣ୍ଟା ସମୟ ଲାଗୁଛି । ଯେତେବେଳେ କି ଶତାବ୍ଦୀ ଏକ୍ସପ୍ରେସରେ ଏହି ରାସ୍ତା ଅତିକ୍ରମ କରିବାକୁ 12ରୁ 13 ଘଣ୍ଟା ଲାଗିଥାଏ । ଆସନ୍ତାକାଲି (ଫେବୃଆରି 17)ଠୁ ଏହା କମର୍ସିଆଲ ଭାବେ ଟ୍ରାକରେ ଗଡିବ । ସପ୍ତାହକୁ ଏହା 5 ଦିନ ଗଡିବ ।

ରେଳମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଆଗାମୀ ଦିନରେ ଏହାର ସ୍ପିଡକୁ ବଢାଇ 160 କିମି ପ୍ରତି ଘଣ୍ଟା କରିବାକୁ ନିଷ୍ପତ୍ତି ନିଆଯାଇଛି । ଟ୍ରାକର ମଧ୍ୟ ଅନ୍ୟାନ୍ୟ ମରାମତି କାର୍ଯ୍ୟ ବାକି ରହିଥିବା ସେ ପ୍ରକାଶ କରିଛନ୍ତି ।

ଭିନ୍ନକ୍ଷମଙ୍କ ଭିନ୍ନ ଧରଣର ଠକେଇ।

ନିଜକୁ ସିବିଆଇ ଅଧିକାରୀ କହୁଥିଲା , ଆଉ କାହାକୁ ବ୍ୟାଙ୍କ କର୍ମଚାରୀ କହି ଲୋଭ ଦେଖାଉଥିଲେ। ଦୀର୍ଘ ୬ବର୍ଷ ପରେ ସେହି ଭିନ୍ନକ୍ଷମ ଯୁବକ ପୁଣି ଥରେ ଧରପଡ଼ିଛି।
ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଯୁବକକୁ ଅଟକ ରଖାଯାଇଛି। କିଛି ସ୍ଥାନୀୟ ଓଲା ଉବେର ଗାଡ଼ି ଚାଲକ ମାନେ ମିଶି ଯୁବକ କୁ କାବୁ କରିବା ସହ ପୋଲିସ ର ଜୀମା କୁ  ଦେଇଥିଲେ । 

ଭିନ୍ନକ୍ଷମ ଯୁବକ ଜଣକ କଟକ ମଧୁପାଟଣା ଥାନା ଅଧୀନରେ ଥିବା ଶକ୍ତି ନଗର ଅଞ୍ଚଳର। ଭିନ୍ନକ୍ଷମ ଯୁବକ ଜଣଙ୍କ ଓଲା କାର ବୁକ କରି ସେହି କାର ରେ ବୁଲିବା ସହ ଭଡ଼ା ଦେଇନଥାଏ। ଏମିତି କି ବର୍ଷ ନୁହେଁ କି ୨ବର୍ଷ ନୁହେଁ ଦୀର୍ଘ ୬ବର୍ଷ ହେଲାଣି ଏମିତି ଠକେଇ କରି ଆସୁଛି। ବିଭିନ୍ନ ସମୟରେ ଭୁବନେଶ୍ୱର ବୁଲିବା ପାଇଁ ଓଲା ହଉ କି ଉବେର କାର କୁ ବୁକିଂ କରିଥାଏ। ସେହି କାର ରେ ବିଭିନ୍ନ ସ୍ଥାନ ବିଲିବ ସହ ଚଳକଙ୍କୁ ସିବିଆଇ ଅଧିକାରୀ କହୁଥାଏ। ଭଡ଼ା ମାଗିଲେ ଆମର ସିବିଆଇ ଅଧିକାରୀ ଆସୁଛନ୍ତି ଦେଇଦେବେ କହୁଥାଏ। ଏବଂ ଘଟଣା ସ୍ଥଳରୁ ଫେରାର ହୋଇଯାଏ। ଏମିତି ୭ଜଣଙ୍କର ପାଖ ପାଖି ୧୦ହଜାର ରୁ ଅଧିକ ଟଙ୍କାର ଭଡ଼ା କରି ଭୁବନେଶ୍ୱର ବୁଲି ସାରିଲାଣି। ଆଜି ସହିଦ ନଗର ସ୍ଥିତ ଏକ ହୋଟେଲ୍ ରୁ ବାହାରି ଆସୁଥିବା ବେଳେ ସମସ୍ତ ଚାଳକ ମାନେ ଯୁବକକୁ କାବୁ କରିଥିଲେ। ଠକାମୀ କରି ଭୁଲ କରିଛି ବୋଲି ସମସ୍ତଙ୍କର ଗୋଡ଼ ଧରିବା ସହ ଆଉ କେବେ ଏମିତି କାମ କରିବନି ବୋଲି କହିଥିଲା। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଭିନ୍ନକ୍ଷମ ଯୁବକକୁ ଥାନା କୁ ନେଇଥିଲେ । 

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.