ETV Bharat / bharat

ଲୋକସଭା ଭଙ୍ଗ ଉପରେ ରାଷ୍ଟ୍ରପତିଙ୍କ ମୋହର - president-of-india

ଆଉ ଅଳ୍ପ କେତୋଟି ଦିନ ପରେ ଆସିବ ନୂଆ ସରକାର । ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ପୁନର୍ବାର ସରକାର ଗଠନ ହେବ । ଏଥିପାଇଁ 16ଶ ଲୋକସଭା ଭାଙ୍ଗିବାକୁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛି କେନ୍ଦ୍ର ମନ୍ତ୍ରିମଣ୍ଡଳ । ଅନୁରୋଧ କ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରି ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : May 25, 2019, 6:23 PM IST

ନୂଆଦିଲ୍ଲୀ: ଭଙ୍ଗହେଲା 16ତମ ଲୋକସଭା । କେନ୍ଦ୍ର ମନ୍ତ୍ରିମଣ୍ଡଳର ପରାମର୍ଶ କ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲୋକସଭା ଭଙ୍ଗ କରିବାକୁ ମଞ୍ଜୁରୀ ଦେଇଛନ୍ତି । ସେପଟେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ ଅରୋରା 2019 ଲୋକସଭାରେ ବିଜୟ ହାସଲ କରିଥିବା ପ୍ରାର୍ଥୀଙ୍କ ସୂଚୀ ରାଷ୍ଟ୍ରପତିଙ୍କୁ ହସ୍ତାନ୍ତର କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ପରିଷଦ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାମୂହିକ ଇସ୍ତଫା ଦେଇଥିଲେ । ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ସମେତ ମନ୍ତ୍ରୀ ପରିଷଦର ଇସ୍ତଫା ସ୍ବୀକାର କରିବା ସହ ନୂଆ ସରକାର ଗଠନ କରିବାର ଅନୁମତି ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, 16ତମ ଲୋକସଭା ନିର୍ବାଚନର କାର୍ଯ୍ୟକାଳ 3 ଜୁନରେ ସମାପ୍ତ ହେବ । ତେଣୁ ଏହା ପୂର୍ବରୁ 17ତମ ଲୋକସଭା ଗଠନ କରାଯିବ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.