ETV Bharat / bharat

ନଜରବନ୍ଦୀକୁ ନେଇ ମୁହଁ ଖୋଲିଲେ ଓମାର

ଓମାର ଅବଦୁଲ୍ଲା ନିଜର ଟ୍ବିଟର ହ୍ୟାଣ୍ଡେଲରେ ଲେଖିଥିଲେ, ''ମୋତେ ଲାଗୁଛି ମୋତେ ରବିବାର ମଧ୍ୟରାତ୍ରୀରୁ ନଜରବନ୍ଦୀ କରାଯାଇଛି । ଏହାସହ ଅନ୍ୟ କାଶ୍ମୀରର ଅନ୍ୟ ରାଜନେତାଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଉଛି ।

ଫାଇଲ ଫଟୋ
author img

By

Published : Aug 5, 2019, 5:31 AM IST

ଶ୍ରୀନଗର: କାଶ୍ମୀରରେ ଜାରି ରହିଛି ଜଟିଳ ସ୍ଥିତି । ଆଉ ଏହି ସମୟରେ ଅନେକ ଖବର ସାମ୍ନାକୁ ଆସୁଛି । ମିଳିଥିବା ସୂଚନା ଅନୁସାରେ, ପୂର୍ବ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହେବୁବା ମୁଫତିଙ୍କୁ ନଜରବନ୍ଦୀ କରାଯାଇଛି । ଯାହାକୁ ନେଇ ଟ୍ବିଟ କରିଛନ୍ତି ଓମାର ଅବଦୁଲ୍ଲା ।

ଏନେଇ ସେ ନିଜର ଟ୍ବିଟର ହ୍ୟାଣ୍ଡେଲରେ ଲେଖିଥିଲେ, ''ମୋତେ ଲାଗୁଛି ମୋତେ ରବିବାର ମଧ୍ୟରାତ୍ରୀରୁ ନଜରବନ୍ଦୀ କରାଯାଇଛି । ଏହାସହ ଅନ୍ୟ କାଶ୍ମୀରର ଅନ୍ୟ ରାଜନେତାଙ୍କୁ ମଧ୍ୟ ଗୃହବନ୍ଦୀ କରାଯାଉଛି । ଏହାର ସତ୍ୟତା ଜାଣିବାର କୌଣସି ଉପାୟ ନାହିଁ । ଯାହା ହେବ ଦେଖାଯିବ । ''

ଟ୍ବିଟର@OmarAbdullah
ଫଟୋ ସୌଜନ୍ୟ: ଟ୍ବିଟର@OmarAbdullah

ଏହାପରେ ସେ ଆଉ ଏକ ଟ୍ବିଟ କରି ଲେଖିଥିଲେ, ''କାଶ୍ମୀର ଲୋକଙ୍କ ପାଇଁ କଣ କରାଯାଉଛି ସେ ନେଇ କୌଣସି ସୂଚନା ନାହିଁ । ମାତ୍ର ମୋତେ ବିଶ୍ବାସ ରହିଛି ଆଲ୍ଲା ଯାହା ମଧ୍ୟ ଭାବିଛନ୍ତି ତାହା ସର୍ବଦା ଉତ୍ତମ ହୋଇଥାଏ । ଏହା ହୁଏତ ଏବେ ନଜର ନଆସି ପାରେ ମାତ୍ର ଆଗକୁ ଏହାର ଫଳାଫଳ ନିଶ୍ଚୟ ଲାଭଦାୟକ ହେବ । ସମସ୍ତଙ୍କୁ ଶୁଭକାମନା । ସୁରକ୍ଷିତ ରୁହନ୍ତୁ ଏବଂ ଶାନ୍ତି ବଜାୟ ରଖନ୍ତୁ ।''

ଟର@OmarAbdullah
ଫଟୋ ସୌଜନ୍ୟ: ଟ୍ବିଟର@OmarAbdullah

ଏଠାରେ ଆପଣଙ୍କୁ କହିରଖୁଛୁ ଯେ, କାଶ୍ମୀର ଘାଟିରେ ମୋବାଇଲ ଇଣ୍ଟେରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି । ଏହାସହ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଆହରକୁ ନେଇ ରାଜନୀତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଙ୍କୁ ଟାର୍ଗେଟ୍ କଲା ବିଜେଡ଼ି।

 ‘ଆହାର’କୁ ବନ୍ଦ କରିବାକୁ ହୀନ ଚକ୍ରାନ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ଓଡିଶାବାସୀ ଆହାର ଯୋଜନାରୁ ବଂଚିତ ହେବାକୁ ଯାଉଛନ୍ତି । ନାଲକୋ, ଏମସିଏଲ, ଆରଏସପି ଟଙ୍କା ଦେବାକୁ ପଛଘୁଂଚା ଦେଉଛନ୍ତି ।ଯୋଜନାର ଦୈନିକ ଲକ୍ଷେ ଓଡ଼ିଆ ଉପକୃତ ହେଉଛନ୍ତି। ଏହାର ଉଚିତ ଜବାବ ଦେବେ ଓଡ଼ିଶା ବାସି ବୋଲି କହିଛନ୍ତି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର।

ବିଜେଡ଼ି ଟାର୍ଗେଟ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆହାର ଯୋଜନା କୁ ନେଇ କେନ୍ଦ୍ରମନ୍ତ୍ରୀ କରୁଛନ୍ତି ଷଡ଼ଯନ୍ତ୍ର। ଆହାର ଯୋଜନା କୁ ବନ୍ଦ କରିବା କୁ ଚକ୍ରାନ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି ବିଜେଡ଼ି ଅଭିଯୋଗ ଆଣିଛି। ଏ ନେଇ ସାମ୍ବାଦିକ ସମ୍ମିଳନୀ ରେ ସସ୍ମିତା ପତ୍ର କହିଛନ୍ତି ୨୦୧୫ ରେ ଉତ୍କଳ ଦିବସ ଅବସରରେ ଅଭାବୀ ଲୋକମାନଙ୍କ ପାଇଁ ହୋଇଥିଲା ୫ ଟଙ୍କିଆ ଆହାର ଯୋଜନା।ଏଥିପାଇଁ ନାଲକୋ, ଏମସିଏଲ୍,ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଚୁକ୍ତି ବାଧା କରିଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଙ୍କ ନିର୍ଦ୍ଦେଶରେ ୩ ଟି ଜକ କେନ୍ଦ୍ରୀୟ କମ୍ପାନୀ ଏହି ଯୋଜନା ରୁ ଓହରି ଯାଇଛନ୍ତି। ତେବେ ଓଡ଼ିଶା ପାଇଁ ବିଫଳ ହୋଇଥିଲେ ମଧ୍ୟ ବିହାର ପାଇଁ କେନ୍ଦ୍ରମନ୍ତ୍ରୀ ସମସ୍ତ ସୁବିଧା ଯୋଗାଇ ଦେଇଛନ୍ତି ବୋଲି ବିଜେଡ଼ି ଅଭିଯୋଗ ଆଣିଛି।

ଆହାର ଯୋଜନା ଓଡ଼ିଶା ର ଜନସାଧାରଣ ଙ୍କ ହିତରେ ଲାଗୁଥିବା ବେଳେ ବିହାରକୁ ସମ୍ପୂର୍ଣ୍ଣ ଭାବରେ ସମସ୍ତ ଅର୍ଥ କୁ ଉପଯୋଗ କରିବା ସହ ଆହର ଯୋଜନା ରୁ ଓହରି ଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସସ୍ମିତ ପାତ୍ର। 
ଆହାର ଯୋଜନା କୁ ନେଇ ବିଜେପି ପ୍ରତିକ୍ରିୟା ରଖିଛନ୍ତି ଯେ ଓଡ଼ିଶା ରେ ଅନେକ ଓଡ଼ିଆ ସଂସ୍ଥା ରହିଥିବା ବେଳେ ବାହାରରୁ ସଂସ୍ଥା କୁ ଅନିବର୍ କୌଣସି ଆବଶ୍ୟକତା ନାହିଁ।  ଯେଉଁ ସଂସ୍ଥା ଆହାର ଯୋଜନା କୁ ଅର୍ଥ ଯୋଇବା ଲାଗି ଚୁକ୍ତି କରିଥିଲେ ସେ ସଂସ୍ଥା ତାମିଲ ସଂସ୍ଥା ନୁହେଁ ତ ଏପରି ପ୍ରଶ୍ନ କରିଛନ୍ତି ବିଜେପି ନେତା ସମିରି ମହାନ୍ତି।

ସେହିପରି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ ହାର କମିଥିବା ରୁ  ନେଇ ବିଜେଡ଼ି ର ମୁଖ ପାତ୍ର ସୁଲତା ଦେଓ ବିଜେପି ଉପରେ ବର୍ଷିଛନ୍ତି। ସମସ୍ତ ସ୍ଥାନ ରେ ବିଜେପି କର୍ମୀ ଆତଙ୍କ ଖେଲାଉଥିବା ନଜରକୁ ଆସିବା ସହ ଭୋଟର ମାନଙ୍କୁ ଭୟ ଦେଖାଇଥିବା ନେଇ ଗଣମାଧ୍ୟମକୁ କହିଛନ୍ତି ଶୁଲତା ଦେଓ। ଯେଉଁଥିପାଇଁ ଭୋଟରଙ୍କ ସଂଖ୍ୟା କମିବାରେ ଲାଗିଛି। ସେଥିପାଇଁ ତୃତୀୟ ପର୍ଯ୍ୟାୟ ରେ ନିର୍ବାଚନ  ଆଗାମୀ ୨୩ ତାରିଖ ରେ ରହିଥିବା ବେଳେ କିଭଳି ଭାବରେ ଅଧିକ ସଂଖ୍ୟା ରେ ଭୋଟ ଶାନ୍ତି ଶୃଙ୍ଖଳା ର ସହ ଦେବେ ସେ ନେଇ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେପଟେ ବିଜେପିର ନେତା ସମୀର ମହାନ୍ତି କହିଛନ୍ତି ଯେ ଲାଠି ମାଡ଼, ଗୁଳିକରି ଜୀବନରୁ ମାରିଦେବା ସହ ସମସ୍ତ ହିଂସାକାଣ୍ଡ ର ବିଜେଡ଼ି ଜନକ୍ ବୋଲି କହିଛନ୍ତି। ଚୋର ମଚାଇ ସୋର୍ କହିବା ସହ ବିଜେଡ଼ି ର ହାରିବାର ଭୟ ଘାରିଛି ବୋଲି କହିଛନ୍ତି ସମିର୍ ମହାନ୍ତି।

Byte- ସସ୍ମିା ତ ପାତ୍ର
Byte- ସମିର୍ ମହାନ୍ତି।
Byte- ସୁଲତା ଦେଓ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.