ETV Bharat / bharat

ଗୌତମ-ଅବଦ୍ଦୁଲାଙ୍କ ମଧ୍ୟରେ ଟ୍ବିଟର ଓ୍ବାର - ଗୌତମ

ଗୌତମ ଗମ୍ଭୀର ଏବଂ ଓମାର ଅବଦ୍ଦୁଲାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଟ୍ବିଟର ଯୁଦ୍ଧ । ଜମ୍ମୁ-କାଶ୍ମୀରରେ ସ୍ବତନ୍ତ୍ର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ନିଯୁକ୍ତି କରିବାକୁ ପ୍ରସ୍ତାବ ଦେଇଥିଲା ଉମର ଅବଦ୍ଦୁଲା । ତେବେ ତାଙ୍କର ଏହି ବୟାନକୁ କଡା ସମାଲୋଚନା କରିଛନ୍ତି ଗମ୍ଭୀର ।

ଡିଜାଇନ ଫଟୋ
author img

By

Published : Apr 2, 2019, 9:47 PM IST

ନୂଆଦିଲ୍ଲୀ:ଚଳିତ ନିର୍ବାଚନରେବିଜୟ ହାସଲ କରିବାକୁ ଅଣ୍ଚା ଭିଡିଛନ୍ତି ସମସ୍ତ ରାଜନୈତିକ ଦଳ। ଏହାକୁ ନେଇ ଏବେ ଦେଶର ରାଜନୀତି ସରଗରମ ଥିବା ବେଳେ ଏହାର ପ୍ରଭାବ ଏବେ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳିଛି। ଏପରିକି ସୋସିଆଲ ମିଡିଆ ଟ୍ବିଟରରେ ମଧ୍ୟ ନେତାଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ରାଜନୈତିକ ଯୁଦ୍ଧ।

ଭାରତୀୟ ଜନତା ପାର୍ଟିରେ ନିକଟରେ ଯୋଗ ଦେଇଥିବା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଏବଂ ଜମ୍ମୁ-କାଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ନେଶନାଲ କନଫ୍ରେନ୍‌ସର ନେତା ଓମାର ଅବଦ୍ଦୁଲାଙ୍କମଧ୍ୟରେ ଦେଖାଦେଇଛିଟ୍ବିଟର ଓ୍ବାର । ଜମ୍ମୁ-କାଶ୍ମୀରରେ ସ୍ବତନ୍ତ୍ର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ନିଯୁକ୍ତି କରିବାକୁ ପ୍ରସ୍ତାବ ଦେଇଥିଲା ଉମର ଅବଦ୍ଦୁଲା । ତେବେ ତାଙ୍କର ଏହି ବୟାନକୁ ନେଇ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଛି ଆରୋପ-ପ୍ରତ୍ୟାରୋପ। ଅବଦ୍ଦୁଲାଙ୍କ ବୟାନକୁ ନେଇ ତାଙ୍କୁ ପାକିସ୍ତାନ ଯିବାର ପରାମର୍ଶ ଦେଇଥିଲେଗୌତମ ଗମ୍ଭୀର । ଏହା ପରେ ଅବଦ୍ଦୁଲା ମଧ୍ୟ ଚୁପ୍‌ ରହି ନାହାଁନ୍ତି । ଗମ୍ଭୀରଙ୍କୁକେବଳ କ୍ରିକେଟ୍‌ ଖେଳିବାକୁପରାମର୍ଶ ଦେଇଛନ୍ତି ଅବଦ୍ଦୁଲା ।

ଗୌତମ ଗମ୍ଭୀର ନିଜ ଟ୍ବିଟର ଆକାଉଣ୍ଟରେ ଅବଦ୍ଦୁଲାଙ୍କୁ ଟ୍ୟାଗ କରି ଲେଖିଛନ୍ତି, 'ଉମର ଅବଦ୍ଦୁଲାଯଦି ଜମ୍ମୁ-କାଶ୍ମୀର ପାଇଁ ସ୍ବତନ୍ତ୍ର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଚାହୁଁଛନ୍ତି, ତେବେ ମୁଁ ବି ସମୁଦ୍ରରେ ଚାଲିବାକୁ ଚାହୁଁଛି । ସେ ଯଦି ଜମ୍ମୁ-କାଶ୍ମୀର ପାଇଁ ସ୍ବତନ୍ତ୍ର ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି, ତ ମୁଁ ବି ଚାହୁଁଛି ଘୁସୁରୀ ଆକାଶରେ ଉଡୁ । ଜମ୍ମୁ-କାଶ୍ମୀରରେ ସ୍ବତନ୍ତ୍ର ପ୍ରଧାନମନ୍ତ୍ରୀଙ୍କଠାରୁ ଅଧିକ ଅବଦ୍ଦୁଲାଙ୍କୁ ଗଭୀର ନିଦ୍ରାର ଆବଶ୍ୟକତା ରହିଛି । ଉଠୁବା ପରେ ତାଙ୍କୁ କଡା ଚା'ରଆବଶ୍ୟକତା ରହିଛି । ଯଦି ଏଥିରେ ବି ସେ ନ ବୁଝନ୍ତି ତ, ତାଙ୍କୁ ପାକିସ୍ତାନୀ ପାସପୋର୍ଟର ଆବଶ୍ୟକତା ରହିଛି।'

ତେବେ ଗୌତମଙ୍କ ଟ୍ବିଟ୍‌ରେ ଘଟଣାଟି ସମାପ୍ତ ହୋଇନାହିଁ । ଏହାର ପାଲଟା ଜବାବ ଦେଇଛନ୍ତି ଅବଦ୍ଦୁଲା । ସେ ଗୌତମଙ୍କୁ ଟାର୍ଗେଟ କରି କହିଛନ୍ତି, 'ଗୋତମ ମୁଁ ଅଧିକ କ୍ରିକେଟ୍‌ ଖେଳିନାହିଁ । କାରଣ ମୁଁ ଜାଣିଥିଲି ମୁଁ ଏଥିରେ ଦୁର୍ବଳ । ଆପଣ ମଧ୍ୟ ଜମ୍ମୁ-କାଶ୍ମୀର ଏବଂ ତାର ଇତିହାସ ବିଷୟରେ କିଛି ଜାଣି ନାହାଁନ୍ତି । ଜମ୍ମୁ-କାଶ୍ମୀରକୁ ଗଠନ କରିବାରେ ନ୍ୟାସନାଲ କନଫ୍ରେନ୍‌ସର କି ଯୋଗଦାନ ରହିଛି ତାହା ମଧ୍ୟ ଆପଣଙ୍କୁ ଜଣା ନାହିଁ। ଆପଣ ଯାହା ଜାଣିଛନ୍ତି, ତାହା କରନ୍ତୁ । ରାଜନୀତିବିଷୟରେ ନୁହେଁ ଆଇପିଏଲ ବିଷୟରେ ଟ୍ବିଟ୍‌ କରନ୍ତୁ।'

ସୂଚନା ଯୋଗ୍ୟ, ବନ୍ଦିପୋରାଠାରେ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ ଓମାର କହିଥିଲେ, ସ୍ବାଧୀନତା ପରେ ରାଜା ଶାସିତ ରାଜ୍ୟଗୁଡିକ ବିନା ସର୍ତ୍ତରେ ଭାରତ ସହ ମିଶି ଥିଲା । କିନ୍ତୁ ଆମେ କହିଥିଲୁ, ଆମେ ଆମର ପରିଚୟ ନିଜେ ସୃଷ୍ଟି କରିବୁ । ଆମର ଏକ ସ୍ବତନ୍ତ୍ର ସମ୍ବିଧାନ ହେବ । ଜମ୍ମୁ-କଶ୍ମୀର ନିଜର ସ୍ବତନ୍ତ୍ର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନିଯୁକ୍ତି କରିବ ।

Intro:Body:

ସୁନ୍ଦରଗଡ ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କୁ ପାଞ୍ଚଟି ପ୍ରଶ୍ନ

ରାଉରକେଲା: ସୁନ୍ଦରଗଡରେ ଚଳିତ ନିର୍ବାଚନରେ ହେବ ଜୋରଦାର ଲଢେଇ। ମଇଦାନରେ ଅଛନ୍ତି ୩ ଦଳର ୩ ପୁରୁଖା ନେତା। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ,  ବିଜେଡିର ସୁନୀତା ବିଶ୍ୱାଳ ଓ କଂଗ୍ରେସର ଜର୍ଜ ତିର୍କୀଙ୍କ ମଧ୍ୟରେ ହେବ ଘମାଘୋଟ ଲଢେଇ। ତେବେ ନାମାଙ୍କନ ଦାଖଲ ପରେ ଏବେ ଚାଲିଛି ଜୋରଦାର ପ୍ରଚାର। 

କେଉଁ ମୁଦ୍ଦା ନେଇ ଭୋଟରଙ୍କ ନିକଟତର ହେବେ ପ୍ରାର୍ଥୀ ସେନେଇ ଚାଲିଛି ମାନସ ମନ୍ଥନ। କାରଣ ଯେଉଁ ପ୍ରାର୍ଥୀ ଜିତିବା ପରେ ଜନସାଧାରଣଙ୍କ ସହ ଛିଡା ହେବ ସେମିତି ମୁହଁ ବାଛିବେ ଜନତା। 

ତେବେ ଏନେଇ ଆମ ଅଭିଯାନ 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' ନେଇ ଆଜି ଆମେ ଭେଟିଥିଲୁ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କୁ।

ବିଜୟୀ ହେଲେ ରାଜ୍ୟ ସରକାର କରିନଥିବା କାମକୁ ସମ୍ପୂର୍ଣ୍ଣ କରିବେ ବୋଲି କହିଛନ୍ତି ଜୁଏଲ। ଯେଉଁଠି ରାଜ୍ୟ ସରକାର କେନ୍ଦ୍ରର ଅନୁଦାନକୁ ଖର୍ଚ୍ଚ କରିନପାରି ସମାଲୋଚନା କରୁଛନ୍ତି ତାହାକୁ ସଠିକ ବାଟରେ ଖର୍ଚ୍ଚ କରିବା ସହ ଜନସାଧାରଣଙ୍କ ସେବାରେ ଲଗାଇବେ ବୋଲି ସେ କହିଛନ୍ତି। 

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.