ETV Bharat / bharat

ବାଚସ୍ପତିଙ୍କ ଅନୁରୋଧ: ‘ଗୃହର ମର୍ଯ୍ୟାଦା ରକ୍ଷା କରନ୍ତୁ’ - ସମାଜବାଦୀ ପାର୍ଟି

ଆଜି ଲୋକସଭାରେ ବାଚସ୍ପତି ଓମ ବିର୍ଲା ସମସ୍ତ ସଦସ୍ୟ ଓ ମନ୍ତ୍ରୀଙ୍କୁ ଏକ ପରାମର୍ଶ ଦେଇଥିଲେ । ବାଚସ୍ପତି କହିଥିଲେ ଯେ ଏହି ଗୃହ ଆପଣ ସମସ୍ତଙ୍କର । ସମସ୍ତଙ୍କ ସହମତିରେ ଗୃହ ଚାଲେ । ଆପଣମାନେ ଯେଉଁ ଆସନରେ ବସିଛନ୍ତି ତାହା ମଧ୍ୟ ଆପଣଙ୍କର । ଏହାର ସମ୍ମାନ ବଞ୍ଚାଇ ରଖନ୍ତୁ ।

ବାଚସ୍ପତି, ଓମ ବିର୍ଲା
author img

By

Published : Jul 29, 2019, 1:44 PM IST

ନୂଆଦିଲ୍ଲୀ: ଲୋକସଭାରେ ଆଜି ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନଙ୍କ କ୍ଷମା ପ୍ରାର୍ଥନାକୁ ନେଇ ହଟ୍ଟଗୋଳ ଦେଖାଦେଇଛି । ବିଜେପିର ବିହାର ସାଂସଦ ରମାଦେବୀଙ୍କୁ ଦେଇଥିବା ମନ୍ତବ୍ୟ ପ୍ରସଙ୍ଗରେ ସେ ଆଜି କ୍ଷମା ମାଗିଥିଲେ । ଗୃହରେ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ସେ ଏହି କ୍ଷମା ପ୍ରାର୍ଥନା କରିଥିଲେ ।

ତେବେ ଏହି ଅବସରରେ ବାଚସ୍ପତି ଓମ ବିର୍ଲା ସମସ୍ତ ସଦସ୍ୟ ଓ ମନ୍ତ୍ରୀଙ୍କୁ ଏକ ପରାମର୍ଶ ଦେଇଥିଲେ । ବାଚସ୍ପତି କହିଥିଲେ ଯେ ଏହି ଗୃହ ଆପଣ ସମସ୍ତଙ୍କର । ସମସ୍ତଙ୍କ ସହମତିରେ ଗୃହ ଚାଲେ । ଆପଣମାନେ ଯେଉଁ ଆସନରେ ବସିଛନ୍ତି, ତାହା ମଧ୍ୟ ଆପଣଙ୍କର । ଏହାର ସମ୍ମାନ ବଞ୍ଚାଇ ରଖନ୍ତୁ ।

ଭିଡିଓ ସୌଜନ୍ୟ: ଲୋକସଭା ଟିଭି

ସେ ସମସ୍ତ ସଦସ୍ୟ ଓ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଯେ ଗୃହର ମର୍ଯ୍ୟାଦା ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତୁ । ଗୃହରେ ଏପରି ଭାଷା ପ୍ରୟୋଗ ବା ବ୍ୟବହାର କରନ୍ତୁ ନାହିଁ, ଯାହା ଗୃହର ସମ୍ମାନକୁ କ୍ଷୁର୍ଣ୍ଣ କରିବ । ଏହାସହ ନିଜେ ବସିଥିବା ଆସନର ସମ୍ମାନ ବଞ୍ଚାଇବାକୁ ମଧ୍ୟ ସେ ସମସ୍ତ ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଏହା ପ୍ରଥମ ଘଟଣା ନୁହେଁ ଯେବେକି ବାଚସ୍ପତି ସଦସ୍ୟଙ୍କୁ କିଛି ଅନୁରୋଧ କରିଛନ୍ତି । ସେ ଆଗରୁ ମଧ୍ୟ ଉପଯୁକ୍ତ ଭାବେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରିଚାଳନା କରିବାକୁ ସଦସ୍ୟଙ୍କୁ ପରାମର୍ଶ ଦେଇଥିଲେ ।

Intro:ସ୍ଲଗ- ତେଲକୋଇ ଅଞ୍ଚଳରେ ହାତୀ ଖେଳାଇଲେ ଆତଙ୍କ, ଭାଙ୍ଗିଲେ ଘରBody:ଆଙ୍କର-ତେଲକୋଇ ଵନାଞ୍ଚଳ ଅଧିନସ୍ଥ ବନବିହାରୀପୁର ଗାଁ ରେ ହାତୀ ଆତଙ୍କ ।ଗତକାଲି ବିଳମ୍ବିତ ରାତି ୧ଟା ବେଳକୁ ମଧୁ ଜୁଆଙ୍ଗ ଓ ସମବାରିଆ ଜୁଆଙ୍ଗ ର ଘର ଭାଙ୍ଗି ଧାନ ଚାଉଳ ଖାଇଯାଇଥିଲେ ।ଦନ୍ତାହାତୀ ଟି ଘର ଭାଙ୍ଗବା ବେଳେ ମଧୁ ଜୁଆଙ୍ଗ ଘରେ ଶୋଇ ଥିଲେ । ହାତୀ ଘରଭାଙ୍ଗିବା ଶବ୍ଦ ଶୁଣି ତାଙ୍କ ଭାଇ ସମବାରିଆ ଜୁଆଙ୍ଗ ହାତୀ ମାନଙ୍କ ଉପସ୍ଥିତ ଥିବା ସତ୍ଵେ ସାହସ କରି ତାଙ୍କ ଭାଇ ମଧୁ ଜୁଆଙ୍ଗକୁ ଘର ଭିତରୁ ଟାଣିଆଣିଥିଲେ ।ଦୁଇଭାଇ ଅଳ୍ପକେ ବର୍ତ୍ତି ଯାଇଥିଲେ । ୮ଟିକିଆ ହାତୀ ଦଳରେ ଗୋଟିଏ ଦନ୍ତାହାତୀ ହାତୀ ସହିତ ୨ଟି ଛୁଆ ହାତୀ ମଧ୍ୟ ଅଛନ୍ତି ।ଏହାକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । କେତେବେଳେ କଣ ଅଘଟଣ ନ ଘଟିବ ତାହା କହିହେବ ନାହିଁ । ବନ ବିଭାଗ ସୂଚନା ଅନୁଯାୟୀ ତେଲକୋଇ ରେଞ୍ଜ ରେ ୪ଟି ଗ୍ରୁପରେ ୧୯ଟି ହାତୀ ଅଛନ୍ତି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.