ETV Bharat / bharat

ଜାଣନ୍ତୁ ଦେଶର ବୟସ୍କ ଭୋଟରଙ୍କ ବିଷୟରେ - india

ନିର୍ବାଚନରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ ଜଣେ ଭୋଟର । ଭୋଟ ଦେବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ। କିନ୍ତୁ ଦୁଇ ତିନି ଦଶନ୍ଧିରୁ ଭୋଟ ଦେବା ଦେଶରେ ବିରଳ। ତେବେ ଦେଶରେ ରହିଛନ୍ତି ଏପରି କିଛି ବୟସ୍କ ଭୋଟର। ଆସନ୍ତୁ ଜାଣିବା କିଏ ଏହି ବୟସ୍କ ଭୋଟର ମାନେ ।

ଡିଜାଇନ ଫଟୋ
author img

By

Published : Mar 31, 2019, 11:27 PM IST

Updated : Mar 31, 2019, 11:53 PM IST

ନୂଆଦିଲ୍ଲୀ: ଆଉ ମାତ୍ର କିଛି ଦିନ ପରେ ଲୋକସଭା ନିର୍ବାଚନ। ନିର୍ବାଚନରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଜଣେ ଭୋଟରର ରହିଥାଏ। ଭୋଟ ଦେବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ। ଆଉ ଏହାକୁ ଖୁବ ଭଲ ଭାବେସମ୍ପନ୍ନ କରିଥାନ୍ତି ଭୋଟର । ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଭୋଟରଙ୍କ କଥା କହିବୁ ଯିଏ ବର୍ଷ ବର୍ଷ ଧରି ଭୋଟ ଦେଇ ଆସୁଛନ୍ତି । ସେମାନେ ହେଉଛନ୍ତି ଦେଶର ବୟସ୍କ ଭୋଟର ।

ଶ୍ୟାମ ସରଣ ନେଗୀ

ଶ୍ୟାମ ସରଣ ନେଗୀ ସ୍ବାଧୀନ ଭାରତର ପ୍ରଥମ ଭୋଟରଭାବେ ପରିଚିତ। 1951 ମସିହାରେ ସ୍ବତନ୍ତ୍ର ଭାରତରେ ପ୍ରଥମେ ଭୋଟ ଦେଇଥିଲେ ଶ୍ୟାମ ସରଣ। ସେବେଠାରୁ ସବୁ ଲୋକସଭା ନିର୍ବାଚନରେ ସେ ଭୋଟ ଦେଇ ଆସିଛନ୍ତି। ଆଉ ଆଜି କାଲିର ଯୁବପୀଢିଙ୍କୁ ଭୋଟ ଦେବା ପାଇଁ ପ୍ରୋତ୍ସାହିତ କରୁଛନ୍ତି । କିଛି ଦିନ ତଳେ ଶ୍ୟାମ ସରଣ ଖୁବ ଚର୍ଚ୍ଚାର ପରିସରକୁ ଆସିଥିଲେ। କାରଣ ତାଙ୍କ ନାମରେ ଯୋଡାଯାଇଥିଲା ମେଁ ଭି ଚୌକିଦାର। ପରବର୍ତ୍ତୀ ସମୟରେ ଏହାକୁ ପରିବର୍ତ୍ତନ କରାଯିବା ସହ ବିଜେପି ନେତା ତାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ।

ଅଜିବେନ ଚନ୍ଦ୍ରବଦିୟା

ଦୁନିଆର ସବୁଠୁ ବୃଦ୍ଧା ଭୋଟରରୂପେ ଜଣାଶୁଣା ଅଜିବେନ। ଗୁଜୁରାଟ ରାଜକୋଟର ଏହି ବୃଦ୍ଧା 2017 ମସିହାରେ ଚର୍ଚ୍ଚାକୁ ଆସିଥିଲେ। ଗୁଜୁରାଟ ରାଜ୍ୟସଭା ନିର୍ବାଚନରେ ଭୋଟ ଦେବା ସମୟରେ ତାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆଉ ଏହାର ଗୋଟିଏ ବର୍ଷ ପରେ ସେ ଆର ପାରିକୁ ଚାଲିଯାଇଥିଲେ । ସୂଚନା ଅନୁସାରେ,ଆଜିବେନ ନିଜ ହାତରେ 700 ରୁ ଊର୍ଦ୍ଧ୍ବ ଗର୍ଭବତୀଙ୍କୁ ପ୍ରସବ କରିଛନ୍ତି ।

କୃଷ୍ଣଦାସ ବୈଷ୍ଣବ

ମଧ୍ୟପ୍ରଦେଶର କୃଷ୍ଣଦାସ ବୈଷ୍ଣବ ସବୁଠୁ ବୟସ୍କ ଭୋଟରତାଲିକାରେ ରହିଛନ୍ତି । ସ୍ବାଧିନତା ପରେ ସେ 105 ବର୍ଷ ପର୍ଯ୍ୟନ୍ତ ଭୋଟ ଦେଇ ଆସିଛନ୍ତି । 1967ରେ ଡାକ ବିଭାଗରୁ ଅବସର ନେଇଥିଲେ । ସେ ମହାତ୍ମା ଗାନ୍ଧି ଏବଂ ଜବାହାର ଲାଲ ନେହେରୁଙ୍କୁ ଭେଟିଥିବା କୁହନ୍ତି । ଇନ୍ଦୋରବାସୀଙ୍କ ପାଇଁ କୃଷ୍ଣଦାସ ବୈଷ୍ଣବ ମିଶାଲ ପାଲଟିଛନ୍ତି । ଅନ୍ୟମାନଙ୍କୁ ଭୋଟ ଦେବା ପାଇଁ ପ୍ରେରଣା ଦେଇଥାନ୍ତି ।

ଅଜଗର ଅଲ୍ଲୀ

ପଶ୍ଚିମବଙ୍ଗର ରହୁଥିବା ଅଜଗର ଅଲ୍ଲୀ ମଧ୍ୟ ଦେଶର ସବୁଠୁ ବୟସ୍କ ଭୋଟର ତାଲିକାରେ ରହିଛନ୍ତି । 2016ରେ ତାଙ୍କୁ ଭୋଟ ଦେବାର ସୁଯୋଗ ମିଳିଥିଲା। ସେତେବେଳେ ତାଙ୍କ ବୟସ 103 ବର୍ଷ ହୋଇଥିଲା। ଗୋଟିଏ ଭୋଟର ମୂଲ୍ୟ କଣ ତାହା ଅଜଗରଙ୍କ ଛଡା ବେଶୀ କେହି ଜାଣିନଥିବେ। ଏହି ଭୋଟ ଦେବା ମୋର ସ୍ବପ୍ନ ଥିଲା । କାରଣ ବାଲାଂଦେଶ ଏବଂ ପଶ୍ଚିମବଙ୍ଗର ସମସ୍ୟା ଯୋଗୁଁ କିଛି ଲୋକ ଭୋଟ ଦେବାରୁ ବଞ୍ଚିତ ହୋଇଥିଲେ । 2016 ମସିହାରେ ନିଜ ନାତି ସହ ପ୍ରଥମେ ସେ ଭୋଟ ଦେଇଥିଲେ।

ରୋଚିଙ୍ଗା

ମିଜୋରାମର 108 ବର୍ଷୀୟ ରୋଚିଙ୍ଗା ସବୁଠୁ ବୃଦ୍ଧ ଭୋଟର। ତାଙ୍କ କହିବା ଅନୁସାରେ ଭୋଟ ଦେବା ସମସ୍ତଙ୍କର ନୈତିକ ଦାୟିତ୍ବ। 2018 ନିର୍ବାଚନ ସମୟରେ ସେ ଗଣମାଧ୍ୟମକୁ କହିଥିଲେ ଯେ, ଯେବେ ନିର୍ବାଚନ ଆସିଲେ ମୁଁ ଭୋଟ ଦେବାକୁ କେବେ ଭୁଲିନଥାଏ । ନିଜେ ଭୋଟ ଦେବା ସହ ଅନ୍ୟମାନଙ୍କୁ ମଧ୍ୟ ଭୋଟ ଦେବା ପାଇଁମୁଁ କହିବି ।

Intro:Body:

vgsfg

Conclusion:
Last Updated : Mar 31, 2019, 11:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.