କଟକ: ପୁରୁଣା ରାଉସ ପାଟଣାରେ କଣ୍ଟେନମେଣ୍ଟ ଜୋନ ଅବଧି ବୃଦ୍ଧି । କୋରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ପୁରୁଣା ରାଉସ ପାଟଣାରେ କଣ୍ଟେନମେଣ୍ଟ କଟକଣାକୁ ବୃଦ୍ଧି କରିଛି କଟକ ମହାନଗର ନିଗମ ।
ଗତ ଗୁରୁବାର 2 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଏହି ଘୋଷଣା କରିଛି ସିଏମସି । କଣ୍ଟେନମେଣ୍ଟ ଜୋନ ଘୋଷଣା ବେଳେ ଏଠାରେ 5 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗତ ଗୁରୁବାର ପୁଣି 2 ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ କଣ୍ଟେନମେଣ୍ଟ ଅବଧିକୁ ବୃଦ୍ଧି କରିଛି ସିଏମସି ।ଏହାଛଡା ଯିବା ଆସିବା ରାସ୍ତାକୁ ସିଲ୍ କରିଛି ସିଏମସି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ