ETV Bharat / bharat

କୋଭିଡ 19: ବୃଦ୍ଧଙ୍କ ପାଇଁ ଚିନ୍ତାଜନକ - corona update

ଅଧିକ ବୟାସାଧିକ ଯୋଗୁଁ ବୃଦ୍ଧ ଲୋକଙ୍କ ଶରୀର ଦୁର୍ବଳ ହୋଇଯାଇଥାଏ । ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ । ଫଳରେ ସେମାନଙ୍କୁ କୋରୋନାର ଅଧିକ ଭୟ ରହିଥାଏ । ଅଧିକ ପଢନ୍ତୁ...

କୋଭିଡ 19: ବାର୍ଦ୍ଧକ୍ୟ ଲୋକଙ୍କ ପାଇଁ ଚିନ୍ତାଜନକ

author img

By

Published : Apr 3, 2020, 7:47 PM IST

ହାଇଦ୍ରାବାଦ: ବିଶ୍ବରେ କୋରୋନାଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ହଜାର ହଜାର ଲୋକଙ୍କ ଜୀବନ ଯାଉଛି । ସେହିପରି ଭାରତରେ ମୃତ୍ୟୁ ସଂଖ୍ୟା 50 ଛୁଇଁଛି । କୋଭିଡ 19 ଡର ଏବେ ସମସ୍ତଙ୍କ ମନରେ ଲାଗିରହିଛି । କେତେବେଳେ କାହାକୁ ଏହି ଭୂତାଣୁ ଆକ୍ରମଣ କରିବ ତାହାକୁ ନେଇ ସମସ୍ତେ ଭୟଭୀତ । ବିଶେଷ ରିପୋର୍ଟରୁ ଜଣାପଡିଛି ଯେ ଏହି ରୋଗ ବୃଦ୍ଧ ଲୋକଙ୍କୁ ଶିଘ୍ର ଆକ୍ରାନ୍ତ କରିଥାଏ । ଏହାସହ ଏଥିରେ ଥରେ ଆକ୍ରାନ୍ତ ହେଲେ ଏମାନଙ୍କର ଜୀବନ ପ୍ରତି ଅଧିକ ବିପଦ ରହିଥାଏ ।

ତେବେ ଏପରି ହେବା ପଛରେ କାରଣ ମଧ୍ୟ ରହିଛି । ଅଧିକ ବୟାସାଧିକ ଯୋଗୁଁ ସେମାନଙ୍କ ଶରୀର ଦୁର୍ବଳ ହୋଇଯାଇଥାଏ । ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ । ଏହାସହ ବିଭିନ୍ନ ରୋଗ ମଧ୍ୟ ମାଡି ବସିଥାଏ । ଫଳରେ କୋରୋନା ଭୂତାଣୁ ଖୁବଶିଘ୍ର ଆଟାକ୍‌ କରିଥାଏ । ତେଣୁ ଏପରି ସ୍ଥିତି ବୃଦ୍ଧ ଲୋକଙ୍କ ଶରୀର ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ । ସେମାନଙ୍କୁ ସବୁପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଆପଣାଇବାକୁ ପଡିବ । ଏହାସହ ପ୍ରତି ମୂହୁର୍ତ୍ତରେ ସେମାନଙ୍କ ସ୍ବାସ୍ୟବସ୍ଥା ଉପରେ ନଜର ରଖିବା ଉଚିତ ।

ସାମାଜିକ ଦୂରତା ଏମାନଙ୍କ ପାଇଁ ନିହାତି ଆବଶ୍ୟକ । ସମସ୍ତଙ୍କଠାରୁ ଏକ ମିଟର ଦୂରତା ବଜାୟ ରଖନ୍ତୁ । ଏହାସହ ଯଦି ଥଣ୍ଡା, ଜ୍ବର କିମ୍ବା କାଶ ହେଉଛି ତେବେ ବାହାରକୁ ନବାହାରି ଘରେ ଏକା ରହନ୍ତୁ । କାହାରି ସହ ହାତ ମିଳାଇବା କିମ୍ବା ଆଲିଙ୍ଗନ କରିବା ଅନୁଚିତ । ନିଜ ହାତ, ମୁହଁ, ଜିଭ, ନାକକୁ ପରିଷ୍କାର ରଖିବା ବାରମ୍ବାର ଛୁଅଁନ୍ତୁ ନାହିଁ । କାଶିବା, ଛିଙ୍କିବାବେଳେ ମୁହଁ କଭର କରିବା ସହ ହାତ ଧୁଅନ୍ତୁ । ଘରୋଇ ଖାଦ୍ୟ ଖାଆନ୍ତୁ ଓ ତେଲ, ମସଲାର କମ ବ୍ୟବହାର କରନ୍ତୁ । ପ୍ରବଳ ପାଣି ଓ ଫଳରସ ପିଅନ୍ତୁ ।

ଯୋଗ ଓ ବ୍ୟୟାମ କରନ୍ତୁ । ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଆନ୍ତୁ । ନିଜ ଇଚ୍ଛାନୁସାରେ ଔଷଧ ଗ୍ରହଣ କରନ୍ତୁନି । ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । କୌଣସି ଅପରେସନ କିମ୍ବା ସର୍ଜରୀ କରିବାର ଥିଲେ ଏବେ ପାଇଁ ସ୍ଥଗିତ ରଖନ୍ତୁ । ବାହାର ଜାଗାରେ ଥିଲେ ଭିଡିଓ କଲ ଅବା ଭଏସ କଲରେ ପରିବାର ଲୋକଙ୍କ ସହ ସମ୍ପର୍କରେ ରହନ୍ତୁ । ଘର ପରିଷ୍କାର ରଖନ୍ତୁ । ସୁସ୍ଥ ଓ ସତେଜ ରହନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.