ETV Bharat / bharat

ଆସନ୍ତା 11ରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ପିଜି ନାମଲେଖା ଆରମ୍ଭ - ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା

ଆସନ୍ତା 11 ରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ପିଜି ନାମଲେଖା ଆରମ୍ଭ । ଏ ନେଇ ବିସ୍ତୃତ ସୂଚନା ଓଜେଇଇର ୱେବସାଇଟରେ ଦିଆଯାଇଛି । ଅଧିକ ପଢନ୍ତୁ..

ଆସନ୍ତା 11 ରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ  ପିଜି ନାମଲେଖା ଆରମ୍ଭ

author img

By

Published : Nov 9, 2020, 4:51 PM IST

ଭୁବନେଶ୍ବର: ଦିବ୍ୟାଙ୍ଗ ବର୍ଗରେ ପୋଷ୍ଟ ଗ୍ରାଜୁଏଟ ନାମ ଲେଖା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଜେଇଇ ତାର ଅଫିସିଆଲ ୱେବସାଇଟରେ ଏ ନେଇ ବିଜ୍ଞପ୍ତି ଜାରି କରିଛି ।

ଓଜେଇଇ ନଭେମ୍ବର 8 ରେ ଏହାର ଅଫିସିଆଲ ୱେବସାଇଟ - https://ojee.nic.in ରେ ଦିବ୍ୟାଙ୍ଗ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ M. TECH, M. PLAN, M-ARCH, M.

PHARM, B. PHARM, MBA, MCA, I_MBAରେ ନାମଲେଖା ପାଇଁ ପ୍ରକ୍ରିୟା ସମ୍ବନ୍ଧରେ ନୋଟିଫାଏ କରିଛି । ଏଥିରେ ଛାତ୍ରଛାତ୍ରୀମାନେ କାଉନସେଲିଂର ସମ୍ପୁର୍ଣ୍ଣ ପ୍ରକ୍ରିୟା ଓ କେଉଁ ଶିକ୍ଷାନୁଷ୍ଠାନରେ କେତେ ସିଟ ରହିଛି ସେ ନେଇ ଜାଣିପାରିବେ ।

କାଉନସିଲିଂ ପାଇଁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ମେଡିକାଲ ବୋର୍ଡ ଆସନ୍ତା 11 ଓ 12 ତାରିଖରେ କଟକ ଏସସିବି ମେଡିକାଲ କଲେଜ , ଏଲଟି 2 ରେ ହେବ । ବିଜ୍ଞପ୍ତି ଅନୁସାରେ ଦିବ୍ୟାଙ୍ଗ ଛାତ୍ରାଛାତ୍ରୀମାନେ ସାଙ୍ଗରେ ଆଡମିଟ କାର୍ଡ, ରାଙ୍କ କାର୍ଡ ଓ ଫଟୋ ପରିଚୟ ପତ୍ର ନେଇ ମେଡିକାଲ ବୋର୍ଡରେ ହାଜର ହେବାକୁ କୁହାଯାଇଛି ।

ଦିବ୍ୟାଙ୍ଗ ବର୍ଗରେ ନାମ ଲେଖିବା ପାଇଁ ମେଡିକାଲ ବୋର୍ଡର ନିଷ୍ପତ୍ତି ଚୁଡାନ୍ତା ବୋଲି କୁହାଯାଇଛି । ତେବେ ସମସ୍ତ ପ୍ରକ୍ରିୟା କୋଭିଡ-19 ଗାଇଡଲାଇନ ପାଳନ କରି କରାଯିବ ।

ଅଫିସିଆଲ ନୋଟିଫିକେସନ ପାଇଁ ତଳେ ଲିଙ୍କ ରହିଛି-

https://ojee.nic.in/publicinfo/Handler/FileHandler.ashx?i=File&ii=67&iii=Y

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.