ETV Bharat / bharat

ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ସସ୍ମିତ, 20 ବର୍ଷ ପରେ ଗୃହ ଚଳାଇଲେ ଓଡିଆ ସାଂସଦ - ଓଡ଼ିଆ ସାଂସଦ

ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ଓଡ଼ିଆ ସାଂସଦ । ଉପାଧ୍ୟକ୍ଷ ଭାବେ ଗୃହ ପରିଚାଳନା କଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଦୀର୍ଘ ୨୦ ବର୍ଷ ପରେ ରାଜ୍ୟସଭାର ଉପାଧ୍ୟକ୍ଷ ଆସନରେ ଦାୟିତ୍ବ ତୁଲାଇଛନ୍ତି ସସ୍ମିତ । ଅଧିକ ପଢନ୍ତୁ..

ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ଓଡ଼ିଆ ସାଂସଦ
ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ଓଡ଼ିଆ ସାଂସଦ
author img

By

Published : Sep 19, 2020, 4:06 PM IST

Updated : Sep 19, 2020, 4:24 PM IST

ହାଇଦ୍ରାବାଦ: ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ଓଡ଼ିଆ ସାଂସଦ । ଉପାଧ୍ୟକ୍ଷ ଭାବେ ଗୃହ ପରିଚାଳନା କଲେ ବିଜେଡି ସାଂସଦ ସସ୍ମିତ ପାତ୍ର । ଦୀର୍ଘ ୨୦ ବର୍ଷ ପରେ ରାଜ୍ୟସଭାର ଉପାଧ୍ୟକ୍ଷ ଆସନରେ ଗୃହ ପରିଚାଳନା ଦାୟିତ୍ବ ତୁଲାଇଛନ୍ତି ସସ୍ମିତ ।

ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ସସ୍ମିତ, 20 ବର୍ଷ ପରେ ଗୃହ ଚଳାଇଲେ ଓଡିଆ ସାଂସଦ

ଗୃହରେ ମହାମାରୀ ରୋଗ (ସଂଶୋଧନ) ଅଧ୍ୟାଦେଶ ଉପରେ ଆଲୋଚନା ଚାଲିଥିବା ସମୟରେ ଗୃହ କାର୍ଯ୍ୟ ପରିଚାଳନା କରିଥିଲେ ସସ୍ମିତ । ରାଜ୍ୟ ସଭାରେ ସସ୍ମିତ ପ୍ରଥମଥର ପାଇଁ ଗୃହ କାର୍ଯ୍ୟ ଚଳାଇଥିବାବେଳେ ଦକ୍ଷତା ଓ ସାଧୁତାର ସହ ସମ୍ପନ୍ନ କରିଛନ୍ତି କର୍ତ୍ତବ୍ୟ । ଯାହାକୁ ନେଇ ସସ୍ମିତଙ୍କୁ ସାଥି ସଦସ୍ୟ ଜଣାଇଛନ୍ତି ବଧାଇ ।

ସେପଟେ ସସ୍ମିତ କହିଛନ୍ତି, ଏପରି ସୁଯୋଗ ଏବଂ ଗୁରୁତ୍ବପୂର୍ଣ୍ଣ ଆସନରେ ଯଦି ଆଜି ବସିଥାଏ, ତେବେ ତାହା ସାଢେ ଚାରି କୋଟି ଓଡିଆ ଲୋକଙ୍କ ଭଲ ପାଇବା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଯୋଗୁଁ ସମ୍ଭବ ହୋଇଛି । ତେଣୁ ଓଡିଶାବାସୀଙ୍କ ଭଲ ପାଇବା ବିନା ଏ ଯାତ୍ରା ସମ୍ଭବପର ନୁହେଁ ବୋଲି କହିଛନ୍ତି ସମ୍ମିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 19, 2020, 4:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.