ETV Bharat / bharat

ଦିଲ୍ଲୀରେ ପୁଣିଥରେ ଲାଗୁ ହେବ ଅଡ-ଇଭିନ ଫର୍ମୁଲା - odd even formula back in delhi

ଦିଲ୍ଲୀରେ ପୁଣିଥରେ ଲାଗୁ ହେବ ଅଡ-ଇଭିନ ଫର୍ମୁଲା।  ଆସନ୍ତା ନଭେମ୍ବର 4 ରୁ 15 ପର୍ଯ୍ୟନ୍ତ ରାଜଧାନୀରେ ଏହି ନିୟମ ଲାଗୁ କରିବାକୁ ଶୁକ୍ରବାର ଘୋଷଣା କରିଛନ୍ତି  ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Sep 13, 2019, 2:17 PM IST

Updated : Sep 13, 2019, 5:15 PM IST

ନୂଆଦିଲ୍ଲୀ: ବଢୁଥିବା ପ୍ରଦୁଷଣ ସ୍ତରକୁ ରୋକିବା ପାଇଁ କେଜରିୱାଲ ସରକାରଙ୍କ ବଡ ନିଷ୍ପତ୍ତି । ଦିଲ୍ଲୀରେ ପୁଣିଥରେ ଲାଗୁ ହେବ ଅଡ- ଇଭିନ ଫର୍ମୁଲା । ଆସନ୍ତା ନଭେମ୍ବର 4 ରୁ 15 ପର୍ଯ୍ୟନ୍ତ ରାଜଧାନୀରେ ଏହି ନିୟମ ଲାଗୁ କରିବାକୁ ଶୁକ୍ରବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଏହା ସହିତ ପ୍ରଦୁଷଣରୁ ରକ୍ଷା ପାଇବା ପାଇଁ ସରକାର ସାଧାରଣ ଲୋକଙ୍କୁ ମୁଖା ବଣ୍ଟନ କରିବେ। ପ୍ରଦୁଷଣର ଅଭିଯୋଗ କରିବା ପାଇଁ ବାର ରୁମର ସ୍ଥାପନା ମଧ୍ୟ କରିବାକୁ ସରକାର କହିଛନ୍ତି ।

ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରି କେଜରିୱାଲ କହିଛନ୍ତି, ସରକାର ରାଜଧାନୀକୁ ପ୍ରଦୁଷଣ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ଏଥିପାଇଁ ରାଜଧାନୀରେ 1000 ବିଦ୍ୟୁତ ଚାଳିତ ବସ ସେବା ଯୋଗାଇ ଦିଆଯିବ । ଏହା ସହିତ ଖୁବ୍‌ ଶୀଘ୍ର ବସ ଏଗ୍ରିଗେଟର ନୀତିର ଘୋଷଣା କରାଯିବ ବୋଲି ସେ କହିଛନ୍ତି । ତେବେ ଆପତ୍ତକାଳୀନ ବାହନକୁ ଏହି ନିୟମ ପାଳନ କରିବାରୁ ପଡିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେଜରିୱାଲ ।

ଏହା ସହିତ କେଜରିୱାଲ ନୂଆ ମୋଟରଯାନ ଆଇନର ପ୍ରଂଶଂସା କରି କହିଛନ୍ତି, ଏହା ଲାଗୁ ହେବାପରେ କିଛିଟା ସୁଧାର ଆସିଛି । ଲୋକେ ନିୟମ ପାଳନ କରୁଛନ୍ତି । ଆମେ ଏହା ଉପରେ ନଜର ରଖିଛୁ । ଯଦି ଏହା ଦ୍ବାରା ଲୋକଙ୍କୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ ତାହେଲେ ଆମେ ଏହାର ସମାଧାନର ବାଟ ଖୋଜିବୁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଡ-ଇଭିନ ହେଉଛି କେଜରିୱାଲ ସରକାରଙ୍କର ଏକ ଅଭିଯାନ ଯେଉଁଥିରେ ଦିଲ୍ଲୀରେ ଗୋଟିଏ ଦିନ ଯୁଗ୍ମ ନମ୍ବର ପ୍ଲେଟ ଧାରୀ ଅର୍ଥାତ 0,2,4,6 ଏବଂ 8 ଅଙ୍କର ନମ୍ବର ପ୍ଲେଟ ଥିବା ଯାନକୁ ଯାତାୟାତ କରିବାକୁ ଅନୁମତି ମିଳିବ । ଏହାର ପରବର୍ତ୍ତୀ ଦିନ ଅଯୁଗ୍ମ ସଂଖ୍ୟା ଅର୍ଥାତ 1,3,5,7 ଏବଂ 9 ଅଙ୍କ ନମ୍ବର ପ୍ଲେଟ ଥିବା ଥିବା ଯାତ୍ରୀଙ୍କୁ ନିଜ ଯାନରେ ଯିବା ପାଇଁ ଅନୁମତି ଦିଆଯିବ।

Intro:Body:

BLANK FOR LINK

Conclusion:
Last Updated : Sep 13, 2019, 5:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.