ପାଟଣା: ବିହାରରେ ଅଡ-ଇଭେନ ଫର୍ମୂଲାରେ ଚାଲିବ ଅଟୋ ରିକ୍ସା ଓ ଇ-ରିକ୍ସା । କୋରୋନା ଲକଡାଉନ ପାଇଁ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପରିବହନ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶାନାମା ଜାରି ହୋଇଛି । ରାଜ୍ୟର ସବୁ ଜିଲ୍ଲାରେ ଯୁଗ୍ମ-ଅଯୁଗ୍ମ ନିୟମ ଆଧାରରେ ଗାଡି ଚଳାଚଳ କରିବ । କଣ୍ଟେନମେଣ୍ଟ ଜୋନରେ କିନ୍ତୁ ଏଥିରୁ ବାଦ ପଡିଛି । ସେହିପରି ସାଇକେଲ ରିକ୍ସା କୌଣସି ପ୍ରତିବନ୍ଧକ ରହିବ ନାହିଁ । କିନ୍ତୁ ରିକ୍ସାରେ ମାତ୍ର ଜଣିଏ ଯାଇପାରିବେ ।
ପରିବହନ ସଚିବ ସଞ୍ଜୟ କୁମାର ଅଗ୍ରୱାଲ କହିଛନ୍ତି ଯେ, ଅଟୋ ଓ ଇ-ରିକ୍ସା ଜିଲ୍ଲା ମଧ୍ୟରେ ଥିବା ଅଡ-ଇଭେନ ଫର୍ମୂଲାରେ ପରିଚାଳିତ ହେବ। ସୋମବାର, ବୁଧବାର ଏବଂ ଶୁକ୍ରବାର ଦିନ ଅଯୁଗ୍ମ ନମ୍ବରର ଗାଡି ଚାଲିବ । ମଙ୍ଗଳବାର, ଗୁରୁବାର, ଶନିବାର ଏବଂ ରବିବାର ଦିନ ଯୁଗ୍ମ ସଂଖ୍ୟା ବିଶିଷ୍ଟ ଯାନବାହାନ ଗଡିବ ।
ଟ୍ୟାକ୍ସି, କ୍ୟାବ, ଓଲା, ଉବେର ଆଦି ଜିଲ୍ଲା ମଧ୍ୟରେ ଚାଲିବ। ଜିଲ୍ଲାର ବାହାରୁ ଆସିବାକୁ ହେଲେ ଜିଲ୍ଲା ଅଧିକାରୀଙ୍କ ଠାରୁ ପାସ କିମ୍ବା ସ୍ପେଶାଲ ଟ୍ରେନ ଟିକେଟ ରହିବା ଜରୁରୀ ।