ନୂଆଦିଲ୍ଲୀ: ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ପୁଣି ଯୁଗ୍ମ-ଅଯୁଗ୍ମ ଫର୍ମୁଲାକୁ ଆପଣେଇଛି । ଏହି ନିୟମ ସକାଳ 8ରୁ ସଂନ୍ଧ୍ୟା 8ଟା ଯାଏଁ କାର୍ଯ୍ୟକାରୀ ହେବ । ତେବେ ଏହି ନିୟମରୁ ମହିଳା ଓ ଦୁଇଚକିଆ ବାହନକୁ ବାଦ୍ ଦିଆଯାଇଛି ।
ଅନ୍ୟପକ୍ଷେ ବୈଦୁତିକ ବାହନକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇନାହିଁ । ଏନର୍ଜି ଏଫିସିଏନ୍ସି ସର୍ଭିସେସ୍ ଲିମିଟେଡ(EESL) ପକ୍ଷରୁ ବୈଦୁତିକ ଯାନକୁ ବାଦ ଦେବା ପାଇଁ ସରକାରଙ୍କୁ ନିବେଦନ କରାଯାଇଥିଲା । ତେବେ ଏଥର ସିଏନଜି ଗାଡିକୁ କିନ୍ତୁ ନିୟମ ଅନ୍ତର୍ଭୁକ୍ତ କରାଯାଇଛି । ଏପରିକି ଅନ୍ୟ ରାଜ୍ୟରେ ରେଜିଷ୍ଟ୍ରେସନ ହୋଇଥିବା ଗାଡିଙ୍କ ଉପରେ ମଧ୍ୟ ନିୟମ ଲାଗୁ ହେବ ।
ଏହାସହ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ସମୟ ପରିବର୍ତ୍ତନ କରାଯାଇଛି । ଦିଲ୍ଲୀ ସରକାର, ଓଲା ଓ ଉବେରଙ୍କୁ ମଧ୍ୟ ଗାଡିଭଡା ନବଢାଇବାକୁ ଅନୁରୋଧ କରିଛନ୍ତି । ଅଟୋ ଓ ଇ-ରିକ୍ସାଙ୍କୁ ମଧ୍ୟ ଅଧିକ ଅର୍ଥ ନନେବା ପାଇଁ କୁହାଯାଇଛି ।