ETV Bharat / bharat

ଯୁଗ୍ମ-ଅଯୁଗ୍ମ ଫର୍ମୁଲା: ତୃତୀୟ ଦିନରେ କଟିଲା 709 ଚାଲାଣ - ଯୁଗ୍ମ-ଅଯୁଗ୍ମ ଫର୍ମୁଲା

ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହେବାପରେ ଦିନକୁ ଦିନ ବଢିଚାଲିଛି ଚାଲାଣ କାଟର ସଂଖ୍ୟା । ପ୍ରଥମଦିନ ଯେଉଁଠି 271ଟି ଗାଡିର ଚାଲାଣ କଟାହୋଇଥିବାବେଳେ ଦ୍ବିତାୟ ଦିନରେ 562ଟି ଚାଲାଣ କଟାହୋଇଥିଲା । କିନ୍ତୁ ତୃତୀୟ ଦିନରେ ଚାଲାଣ ସଂଖ୍ୟା ବଢି 709 ସଂଖ୍ୟା ଛୁଇଁଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Nov 7, 2019, 8:30 AM IST

ନୂଆଦିଲ୍ଲୀ: ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ହେବାର ତୃତୀୟ ଦିନରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ 709ଟି ଗାଡିର ଚାଲାଣ କଟାଯାଇଛି । ସେଥିମଧ୍ୟରୁ 406ଟି ଟ୍ରାଫିକ ପୋଲିସ ଦ୍ବାରା କଟାଯାଇଥିବାବେଳେ ଅନ୍ୟ ସବୁ ପରିବହନ ଏବଂ ରେଭିନ୍ୟୁ ବିଭାଗ ପକ୍ଷରୁ କଟା ହୋଇଛି । ଏହି ଫର୍ମୁଲା ଏବେ ଆଗାମୀ 15 ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ସେପର୍ଯ୍ୟନ୍ତ ଏହି ନିୟମକୁ ଉଲ୍ଲଙ୍ଘନ କରୁଥିବା ସମସ୍ତ ଗାଡିର ଚାଲାଣ କଟାଯିବ ।

ବୁଧବାର କେବଳ ଯୁଗ୍ମ ଗାଡି ଚାଲିବାକୁ ନିଷ୍ପତ୍ତି ଥିବାବେଳେ ରାସ୍ତାରେ ଅନେକ ଅଯୁଗ୍ମ ଗାଡି ଦେଖିବାକୁ ମିଳିଥିଲା । ଯାହକୁ ନେଇ ଟ୍ରାଫିକ ବିଭାଗ, ରେଭିନ୍ୟୁ ଓ ପରିବହନ ବିଭାଗ ଚାଲାଣ କାଟିଥିଲେ । ଜଏଣ୍ଟ କମିଶନର ନରେନ୍ଦ୍ର ସିହଂ ବୁନ୍ଦେଲା କହିଛନ୍ତି, ଯୁଗ୍ମ-ଅଯୁଗ୍ମ ଫର୍ମୁଲାକୁ ଧ୍ୟାନରେ ରଖି ଟ୍ରାଫିକ ପୋଲିସ ସରକାରଙ୍କ ସହ ମିଶି କାମ ଜାରି ରଖିଛି । ଏନେଇ ପ୍ରଥମରୁ 200ଟି ପଏଣ୍ଟ ଚିହ୍ନଟ କରାଯାଇଛି । ଯେଉଁଠି 800ରୁ ଅଧିକ ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି । ଏହି ଟିମ କେବଳ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଉଲ୍ଲଙ୍ଘନ କରୁଥିବା ଗାଡିର ଚାଲାଣ କାଟୁଛନ୍ତି ।

ତେବେ ଏହି ଫର୍ମୁଲା ଲାଗୁ ହେବରା 3ୟ ଦିନ ସବୁଠାରୁ ଅଧିକ ଚାଲାଣ କଟା ହୋଇଛି । ପ୍ରଥମଦିନ ଯେଉଁଠି 271ଟି ଗାଡିର ଚାଲାଣ କଟାହୋଇଥିବାବେଳେ ଦ୍ବିତାୟ ଦିନରେ 562ଟି ଚାଲାଣ କଟାହୋଇଥିଲା । କିନ୍ତୁ ତୃତୀୟ ଦିନରେ ଚାଲାଣ ସଂଖ୍ୟା ବଢି 709 ସଂଖ୍ୟା ଛୁଇଁଛି ।

Intro:Body:

yy

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.