ETV Bharat / bharat

ଏଥର ହାଇଦ୍ରାବାଦରେ ପାଳନ ହେବନି ଗଶେଶ ଚତୁର୍ଥୀ, ମହରମରେ ବି କଟକଣା - ମହରମରେ ବି କଟକଣା

ଗଶେଶ ଚତୁର୍ଥୀ ଓ ମହରମ ଉପରେ କଟକଣା ଲଗାଇଲେ ହାଇଦ୍ରାବାଦ ପୋଲିସ । ପୂର୍ବରୁ ଦିଲ୍ଲୀ ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

ଏଥର ହାଇଦ୍ରାବାଦରେ ପାଳନ ହେବନି ଗଶେଶ ଚତୁର୍ଥୀ

author img

By

Published : Aug 17, 2020, 12:11 PM IST

ହାଇଦ୍ରାବାଦ: ଦିଲ୍ଲୀ ପରେ ହାଇଦ୍ରାବାଦରେ ଗଣେଶ ଚତୁର୍ଥୀ ଓ ମହରମକୁ ନେଇ ଜାରି ହେଲା କଟକଣା । କୋଭିଡ ସଂକ୍ରମଣକୁ ଦେଖି ହାଇଦ୍ରାବାଦ ପୋଲିସ ସର୍ବସାଧାରଣରେ ପ୍ରତିମୂର୍ତ୍ତୀ ସ୍ଥାପନା ଏବଂ ମହରମ ସମୟରେ ତାଜିଆ ଶୋଭାଯାତ୍ରା ଉପରେ ରୋକ ଲଗାଯାଇଛି ।

କୋଭିଡ ସଂକ୍ରମଣରୁ ନିଜ ପରିବାରକୁ ସୁରକ୍ଷା ଦିଅନ୍ତୁ । ଘରେ ରହି ମହରମ ଓ ଗଶେଶ ଚତୁର୍ଥୀକୁ ପାଳନ କରନ୍ତୁ। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସର୍ବସାଧାରଣରେ କୌଣସି ପ୍ରତିମା କିମ୍ବା କୌଣସି କାର୍ଯ୍ୟକ୍ରମ ଆୟୋଜନ ନ କରିବାକୁ ପୋଲିସ କମିଶନର ଅଞ୍ଜନୀ କୁମାର କହିଛନ୍ତି ।

ସୂଚନାଯୋଗ୍ୟ,କୋଭିଡ ମହାମାରୀ ଏବଂ ପରବର୍ତ୍ତୀ ଦେଶବ୍ୟାପୀ ଲକଡାଉନ କାରଣରୁ ମାର୍ଚ୍ଚରୁ ସାରା ଦେଶରେ ଧାର୍ମିକ ତଥା ବୃହତ ସମାବେଶ ନିଷେଧାଦେଶ ଜାରି ରହିଛି । ଗତ 2 ମାସ ହେବ ଅନ୍ୟାନ୍ୟ କଟକଣାକୁ କୋହଳ କରାଯାଇଛି, ମାତ୍ର ସମାବେଶ ଉପରେ ଏବେ ବି କଟକଣା ଲାଗୁ ହୋଇଛି ।

ରବିବାର ଦିଲ୍ଲୀ ସରକାର ଜାତୀୟ ରାଜଧାନୀରେ ଗଣେଶ ଚତୁର୍ଥୀ ଉତ୍ସବ ଏବଂ ମହରମ ଶୋଭାଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଚଳିତ ବର୍ଷ ଅଗଷ୍ଟ 22 ଗଶେଶ ଉତ୍ସବ ପାଳନ କରାଯିବ । ଏହି ସମୟରେ ମହରମ ଅଗଷ୍ଟ 20ରେ ଆରମ୍ଭ ହୋଇ ସେପ୍ଟେମ୍ବର 18 ରେ ଶେଷ ହେବ।

ସୋମବାର ସକାଳ ପର୍ଯ୍ୟନ୍ତ, ତେଲେଙ୍ଗାନାରେ କୋରୋନା ଭାଇରସ 92,255 ରିପୋର୍ଟ କରିଛି। ଏଥିରେ 70,132 ସୁସ୍ଥ ହୋଇଥିବାବେଳେ , 21,420 ସକ୍ରିୟ ମାମଲା ଏବଂ 703 ଜଣଙ୍କ ମୃତ୍ୟୁ ହୋଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.