ETV Bharat / bharat

କୋଭିଡ 19 ମୃତ୍ୟୁର କାରଣ ବାର୍ଦ୍ଧକ୍ୟ ଓ ମେଦବହୁଳତା !

author img

By

Published : May 23, 2020, 11:09 PM IST

ହାର୍ଟ, ଗଳା, ଲିଭର, କିଡନୀ ରୋଗରେ ପୀଡିତ ଲୋକ କୋରୋନାରେ ଶୀଘ୍ର ଆକ୍ରାନ୍ତ ହୁଅନ୍ତି । ଏମାନଙ୍କ କ୍ଷେତ୍ରରେ କୋରୋନା ଅଧିକ ଭୟଙ୍କର ରୂପ ନେଇଥାଏ । ଅଧିକ ପଢନ୍ତୁ...

କୋଭିଡ 19 ମୃତ୍ୟୁର କାରଣ ବାର୍ଦ୍ଧକ୍ୟ ଓ ମେଦବହୁଳତା !
କୋଭିଡ 19 ମୃତ୍ୟୁର କାରଣ ବାର୍ଦ୍ଧକ୍ୟ ଓ ମେଦବହୁଳତା !

ଲଣ୍ଡନ: କୋଭିଡ 19 ସଂକ୍ରମଣ କାରଣ କେବଳ ଥଣ୍ଡା, ଜ୍ବର, ଗଳା ବ୍ୟଥା ନୁହେଁ । ବୟସାଧିକ, ମେଦବହୁଳତା ମଧ୍ୟ ଏହି ରୋଗ ଆଣିପାରେ । ଏପରିକି ଅନ୍ୟାନ୍ୟ ରୋଗରେ ପୀଡିତ ଥିବା ଲୋକ ସହ 50ରୁ ଅଧିକ ପୁରୁଷ ବ୍ୟକ୍ତିଙ୍କୁ ମଧ୍ୟ ଏହା ଜଲଦି ସଂକ୍ରମିତ ହୋଇଥାଏ । ଏମାନଙ୍କ କ୍ଷେତ୍ରରେ କୋଭିଡ 19 ଭୟଙ୍କର ରୂପ ଧାରଣ କରେ । ଦୀର୍ଘ ସମୟ ଧରି ଏହି ବିଷୟ ଉପରେ ବିଭିନ୍ନ ଦେଶର ରିସର୍ଚ୍ଚର ଗବେଷଣା କରି ଆସୁଛନ୍ତି । ନିକଟରେ ଏକ ରିସର୍ଚ୍ଚରୁ ଏହି ତଥ୍ୟ ସମ୍ପର୍କରେ ଜଣାପଡିଛି ।

ଏକ ଅଧ୍ୟୟନ ଅନୁସାରେ ବୟସାଧିକ, ମେଦବହୁଳତା ଯୋଗୁଁ ୟୁକେରେ ଅଧିକ କୋରୋନା ମୃତ୍ୟୁ ହୋଇଥିବାର ଦେଖାଯାଇଛି । ବିଏମଜେ ଜର୍ଣ୍ଣାଲ ଅନୁସାରେ 50 ଉପରୁ ଅଧିକ ବୟସର ଲୋକଙ୍କୁ, ପୁରୁଷ ବ୍ୟକ୍ତିଙ୍କୁ ଅବା ମେଦବହୁଳତାର ଶିକାର ଲୋକଙ୍କୁ ଏହି ମହାମାରୀ ଶୀଘ୍ର ଆକ୍ରମଣ କରିଥାଏ । ସେହିପରି ହାର୍ଟ, ଗଳା, ଲିଭର, କିଡନୀ ରୋଗରେ ପୀଡିତ ଲୋକ ମଧ୍ୟ ଏଥିରେ ଶୀଘ୍ର ଆକ୍ରାନ୍ତ ହୁଅନ୍ତି । ଏମାନଙ୍କ କ୍ଷେତ୍ରରେ କୋରୋନା ଅଧିକ ଭୟଙ୍କର ରୂପ ନେଇଥାଏ । ଏକ ୟୁକେ ଟିମର ରିସର୍ଚ୍ଚରମାନେ ସ୍କଟଲାଣ୍ଡ, ଇଂଲଣ୍ଡ ଓ ୱେଲସର ସମସ୍ତ ହସ୍ପିଟାଲରେ 20 ହଜାର 133 ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଫେବୃୟାରୀ 6 ରୁ ଏପ୍ରିଲ 18 ଯାଏଁ ଏହି ଗବେଷଣା କରିଥିଲେ ।

ଏହି ରିସର୍ଚ୍ଚରେ ଥିବା ଆକ୍ରାନ୍ତଙ୍କ ହାରାହାରି ବୟସ ଥିଲା 73 । ଏହି ସମୟରେ ଦେଖାଯାଇଥିଲା ଆକ୍ରାନ୍ତଙ୍କ ମଧ୍ୟରେ 12 ହଜାର 68 ପୁରୁଷ ଓ 8065 ମହିଳା ଥିଲେ । ଏପରିକି ସବୁଦିନ ମହିଳାଙ୍କ ଅପେକ୍ଷା ଅଧିକ ପୁରୁଷ ହସ୍ପିଟାଲରେ ଭର୍ତ୍ତି ହେଉଥିଲେ । ଏହି ରିସର୍ଚ୍ଚ ଆରମ୍ଭ ସମୟରେ ଯେତିକି ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ ତଥ୍ୟ ବାହାରିବା ପରେ ସେମାନଙ୍କ ଭିତରୁ ଅଧିକାଂଶଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ମେଦ ବହୁଳତା ଏହି ମହାମାରୀ ଆଣିବାର ଅନ୍ୟ ଏକ ଉପାୟ । ମଣିଷ ଅଧିକ ମୋଟା ହେଲେ ଏହାର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଧୀର ହୋଇଯାଇଥାଏ । ଏହାସହ ଅନ୍ୟାନ୍ୟ ରୋଗର ଶିକାର ଲୋକଙ୍କ ଶରୀର ଭିତରେ ଥିବା ଶକ୍ତି କ୍ରମଶଃ ଦୁର୍ବଳ ହୋଇଯାଇଥାଏ । ଏପରି ସ୍ଥଳେ କୋରୋନା ଆକ୍ରାନ୍ତ କଲେ ଶରୀର ଆହୁରି ଦୁର୍ବଳ ହୋଇଯାଏ । ଫଳରେ ଭିତରେ ଅନେକ ଶକ୍ତି ଠିକ୍ ଭାବେ କାର୍ଯ୍ୟ କରେ ନାହିଁ ।

ସେହିପରି 50ରୁ ଅଧିକ ବୟସର ଲୋକଙ୍କୁ ଡାଇବେଟିସ, ଲିଭର, ହାର୍ଟ ସମସ୍ୟା ଆଦି ରହିଥାଏ । ଫଳରେ ସେମାନେ ମୂଳରୁ ଖୁବ୍ ଅଳ୍ପ ଓ ଡାଏଟ୍ ଖାଇବା ଖାଇଥାନ୍ତି । ପ୍ରଥମରୁ ଦୁର୍ବଳ ଥିବା ଶରୀରକୁ କୋରୋନା ଖୁବ୍ ସହଜରେ ଆକ୍ରାନ୍ତ କରିଥାଏ । ସେଥିପାଇଁ ରିପୋର୍ଟ ଅନୁସାରେ ମହିଳାଙ୍କ ଅପେକ୍ଷା କୋରୋନାରେ ପୁରୁଷଙ୍କୁ 2 ଗୁଣା ଅଧିକ ମୃତ୍ୟୁ ଆଶଙ୍କା ରହିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.