ETV Bharat / bharat

ରାହୁଲଙ୍କ ଜନ୍ମର ସାକ୍ଷୀ କେରଳ ନର୍ସ - president

ରାହୁଲ ଗାନ୍ଧିଙ୍କ ଜନ୍ମ ସମୟର ସେ ପ୍ରତ୍ୟକ୍ଷଦର୍ଶୀ ବୋଲି ପ୍ରମାଣ ଦେଇଛନ୍ତି କେରଳରେ ନର୍ସ ଭାବେ ନିଜ ସେବାରୁ ନିବୃତ ନେଇଥିବା 72 ବର୍ଷୀୟ ରାଜମ୍ମା ବାବଥିଲ ।

ଫାଇଲ ଫଟୋ
author img

By

Published : May 4, 2019, 6:42 AM IST

କୋଚି: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନାଗରିକତ୍ବକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ସାମ୍ନାକୁ ଆସିଛି ରାହୁଲଙ୍କ ଜନ୍ମର ପ୍ରମାଣ। ଆଉ ଏହାର ପ୍ରମାଣ ଦେଇଛନ୍ତି କେରଳରେ ନର୍ସ ଭାବେ ନିଜ ସେବାରୁ ନିବୃତ ନେଇଥିବା 72 ବର୍ଷୀୟ ରାଜମ୍ମା ବାବଥିଲ । ରାହୁଲ ଗାନ୍ଧିଙ୍କ ଜନ୍ମ ସମୟର ସେ ପ୍ରତ୍ୟକ୍ଷଦର୍ଶୀ ବୋଲି ନିଜକୁ କହିଛନ୍ତି ।

କେରଳର ୱାୟନାଡାର ଭୋଟର ଥିବା ରାଜମ୍ମା କହିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷଙ୍କ ନାଗରିକତା ଉପରେ ପ୍ରଶ୍ନ ଉଠାଇବା ଉଚିତ ନୁହେଁ । କାରଣ ରାହୁଲଙ୍କ ଜନ୍ମ ସମୟରେ ସେ ମଧ୍ୟ ଅନ୍ୟମାନଙ୍କ ଭଳି ସେଠାରେ ଉପସ୍ଥିତ ଥିଲେ । ରାହୁଲ ଦିଲ୍ଲୀର ହୋଲି ଫ୍ୟାମିଲି ହସ୍ପିଟାଲରେ ଜୁନ 19, 1970 ମସିହାରେ ଜନ୍ମ ହୋଇଥିଲେ । ସେହି ସମୟରେ ରାଜମ୍ମା ମଧ୍ୟ ଡ୍ୟୁଟିରେ ଥିଲେ ଓ ନର୍ସର ପ୍ରଶିକ୍ଷଣ ନେଉଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି କି, ରାହୁଲ ଜନ୍ମ ହେବା ପରେ ସେ ହିଁ ପ୍ରଥମେ ତାଙ୍କୁ ନିଜ କୋଳରେ ନେଇଥିଲେ । ମୁଁ ତାଙ୍କ ଜନ୍ମର ସାକ୍ଷୀ । ସେହି ସମୟରେ ଆମେ ମଧ୍ୟ ଇନ୍ଦିରା ଗାନ୍ଧିଙ୍କ ନାତିକୁ ଦେଖି ଖୁବ ଉତ୍ସାହିତ ଥିଲୁ । 49 ବର୍ଷ ପରେ ସେହି କୁନି ଶିଶୁ ଆଜି କଂଗ୍ରେସ ଅଧ୍ୟକ୍ଷ ଏବଂ ସେ ୱାୟନାଡାରୁ ଚଳିତ ବର୍ଷ ନିର୍ବାଚନ ଲଢୁଛନ୍ତି ।

ନିକଟରେ ରାହୁଲ ଗାନ୍ଧିଙ୍କ ନାଗରିକତା ଉପରେ ପ୍ରଶ୍ନ ଉଠାଇଥିଲେ ବିଜେପିର ଏହି ବରିଷ୍ଠ ନେତା ସୁଭ୍ରମଣ୍ୟମ ସ୍ୱାମୀ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.