ETV Bharat / bharat

କିରଣ ବେଦୀଙ୍କ ବିରୋଧରେ ଡାକ୍ତର-ନର୍ସଙ୍କ ପ୍ରଦର୍ଶନ - LG kiran bedi

ପୁଡୁଚେରୀର ଉପରାଜ୍ୟପାଳ କିରଣ ବେଦୀଙ୍କ ବ୍ୟବହାରକୁ ନେଇ ନାରାୟଣସ୍ବାମୀ ସରକାର ପରେ ବର୍ତ୍ତମାନ ଡାକ୍ତର ଓ ନର୍ସମାନେ ମଧ୍ୟ ରାସ୍ତାକୁ ଓହ୍ଲାଇଛନ୍ତି । ମଙ୍ଗଳବାର ଡାକ୍ତର, ନର୍ସ ଓ ଡାକ୍ତରୀ ଅଧିକାରୀମାନେ ସକାଳ 8 ଟାରୁ 10 ଟା ପର୍ଯ୍ୟନ୍ତ 2 ଘଣ୍ଟା ପ୍ରଦର୍ଶନ କରିଥିଲେ।

କିରଣ ବେଦୀଙ୍କ ବିରୋଧରେ ଡାକ୍ତର-ନର୍ସଙ୍କ ପ୍ରଦର୍ଶନ

author img

By

Published : Jul 21, 2020, 12:33 PM IST

ପୁଡୁଚେରୀ: ପୁଡୁଚେରୀର ଉପରାଜ୍ୟପାଳ କିରଣ ବେଦୀଙ୍କ ବ୍ୟବହାରକୁ ନେଇ ନାରାୟଣସ୍ବାମୀ ସରକାର ପରେ ବର୍ତ୍ତମାନ ଡାକ୍ତର ଓ ନର୍ସମାନେ ମଧ୍ୟ ରାସ୍ତାକୁ ଓହ୍ଲାଇଛନ୍ତି । ମଙ୍ଗଳବାର ଡାକ୍ତର, ନର୍ସ ଓ ଡାକ୍ତରୀ ଅଧିକାରୀମାନେ ସକାଳ 8 ଟାରୁ 10 ଟା ପର୍ଯ୍ୟନ୍ତ 2 ଘଣ୍ଟା ପ୍ରଦର୍ଶନ କରିଥିଲେ। ମେଡିକାଲ କର୍ମଚାରୀମାନେ ଦାବି କରିଛନ୍ତି ଯେ ଉପରାଜ୍ୟପାଳ କିରଣ ବେଦୀ ତାଙ୍କ ଆଚରଣ ପାଇଁ କ୍ଷମା ମାଗନ୍ତୁ।

ପ୍ରକାଶଥାଉକି, 18 ଜୁଲାଇରେ ଉପରାଜ୍ୟପାଳ କିରଣ ବେଦୀ କୋରୋନା ସ୍ପେଶାଲ ସେଲ ଯାଞ୍ଚ କରିବାକୁ ଯାଇଥିଲେ। ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ କିରଣ ବେଦୀ ଅଭଦ୍ର ତଥା ଧମକପୂର୍ଣ୍ଣ ଆଚରଣ କରିଥିବା ଅଭିଯୋଗ ହୋଇଛି। ବିରୋଧ କରୁଥିବା ମେଡିକାଲ କର୍ମଚାରୀମାନେ କିରଣ ବେଦୀ ତାଙ୍କ ଆଚରଣ ପାଇଁ କ୍ଷମା ମାଗନ୍ତୁ ଓ ଭବିଷ୍ୟତରେ କେବେ ବି ଏପରି ଆଚରଣ ନକରିବା ପାଇଁ ଦାବି କରିଥିଲେ।

ସୋମବାର ଡାକ୍ତର, ନର୍ସ ଓ ଅଧିକାରୀମାନେ କିରଣ ବେଦୀଙ୍କ ବିରୋଧରେ ଏକ କଳା ପଟ୍ଟି ବାନ୍ଧି ପ୍ରଦର୍ଶନ କରିଥିଲେ। ମେଡିକାଲ କର୍ମଚାରୀମାନେ କିରଣ ବେଦୀଙ୍କ ବିଭାଗକୁ ପରିଚାଳନା କରିବାର ପ୍ରକ୍ରିୟାକୁ ନିନ୍ଦା କରିଥିଲେ। ଆଜି(ମଙ୍ଗଳବାର) ଡାକ୍ତର ଓ ନର୍ସମାନେ ସରକାରୀ ଡାକ୍ତରଖାନାରେ 2 ଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ଉପ-ରାଜ୍ୟପାଳଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।

ଏମଧ୍ୟରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ବାମୀ ଓ କିରଣ ବେଦୀଙ୍କ ମଧ୍ୟରେ କଥାବାର୍ତ୍ତା ପୁଣି ତୀବ୍ର ହୋଇଛି। କିରଣ ବେଦୀ କହିଛନ୍ତି ଯେ ତାଙ୍କୁ ବାର୍ଷିକ ଆର୍ଥିକ ବିବରଣୀ ପଠାଯାଇ ନାହିଁ। ଏହି ବିଷୟକୁ ଗମ୍ଭୀର ବୋଲି ବର୍ଣ୍ଣନା କରାଯାଇଛି । ତେଣୁ ବଜେଟ୍ ଉପସ୍ଥାପନ ଓ ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ନୂତନ ତାରିଖ ଧାର୍ଯ୍ୟ କରାଯାଉ ବୋଲି ଏକ ଚିଠିରେ ଉଲ୍ଲେଖ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.