ETV Bharat / bharat

ଚାରିଧାମ ଯାତ୍ରାରେ ବୃଦ୍ଧି ପାଉଛି ଶ୍ରଦ୍ଧାଳୁଙ୍କ ସଂଖ୍ୟା, 8682 ଜଣ ବୁକ କରିଛନ୍ତି ଇ-ବୁକ ପାସ - ଚାରିଧାମ ଯାତ୍ରାରେ ବୃଦ୍ଧି ପାଉଛି ଶ୍ରଦ୍ଧାଳୁଙ୍କ ସଂଖ୍ୟା

କୋରୋନା ସଚେତନତା ସହ ବଦ୍ରିନାଥରେ ରବିବାର 446 ଜଣ ଶ୍ରଦ୍ଧାଳୁ ପ୍ରଭୁ ବଦ୍ରି ବିଶାଳଙ୍କ ଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

ଚାରିଧାମ ଯାତ୍ରାରେ ବୃଦ୍ଧି ପାଉଛି ଶ୍ରଦ୍ଧାଳୁଙ୍କ ସଂଖ୍ୟା, ବର୍ତ୍ତମାନ 8682 ଜଣ ବୁକ କରିଛନ୍ତି ଇ-ବୁକ ପାସ

author img

By

Published : Jul 13, 2020, 7:27 PM IST

ଡେରାଡୁନ: କୋରୋନା କାଳରେ ଅନେକ ସୁରକ୍ଷା ସହ ଉତ୍ତରାଖଣ୍ଡ ସରକାର ଓ ଚାରିଧାମ ଦେବସ୍ଥାନମ ପ୍ରବନ୍ଧନ ବୋର୍ଡ ଦ୍ବାରା କେବଳ ରାଜ୍ୟବାସୀଙ୍କୁ ଚାରିଧାମର ଅନୁମତି ମିଳିଛି । ଏହା ଭିତରେ ଲଗାତାର ଶ୍ରଦ୍ଧାଳୁ ସଂଖ୍ୟାରେ ବୃଦ୍ଧି ପାଇବାରେ ଲାଗିଛି ।

ବଦ୍ରିନାଥରେ ରବିବାର 446 ଜଣ ଶ୍ରଦ୍ଧାଳୁ ପ୍ରଭୁ ବଦ୍ରି ବିଶାଳଙ୍କ ଦର୍ଶନ କରିଛନ୍ତି । ବଦ୍ରିନାଥ ଧାମରେ ଦର୍ଶନ ଅନୁମତି ମିଳିବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ 4 ହଜାରରୁ ଅଧିକ ଯାତ୍ରୀ ଦର୍ଶନ କରିସାରିଛନ୍ତି ।

ରାଜ୍ୟବାସୀଙ୍କ ପାଇଁ ଜୁଲାଇ 1 ତାରିଖରୁ ଚାରିଧାମ ଯାତ୍ରା ଆରମ୍ଭ କରିବା ନେଇ ଅନୁମତି ଦିଆଯାଇଥିଲା । ଯାତ୍ରା ଅନୁମତି ପାଇବା ପରେ ବର୍ତ୍ତମାନ ପର୍ଯ୍ୟନ୍ତ 8682 ଜଣ ଉତ୍ତରାଖଣ୍ଡ ଦେବସ୍ଥାନ ପରିଚାଳନା ବୋର୍ଡ ୱେବସାଇଟ www.badrinath-kedarnath.govରେ ଚାରିଧାମ ପାଇଁ ଇ-ପାସ ବୁକ କରାଯାଇଛି ।

ଯେଉଁଥିରେ ବଦ୍ରିନାଥ ଧାମ ପାଇଁ 11 ଜୁଲାଇରେ ବଦ୍ରିନାଥ ଧାମ ପାଇଁ 159 ଇ-ପାସ ପ୍ରଦାନ କରାଯାଇଥିଲା । କେଦାରନାଥ ଧାମ ପାଇଁ 34, 283 ଗଙ୍ଗୋତ୍ରୀ ପାଇଁ ଏବେ 72ଟି ଯମୁନେତ୍ରୀ ଧାମ ପାଇଁ ଇ-ପାସ ବୁକ କରାଯାଇଛି ।

ଉତ୍ତରାଖଣ୍ଡ ଚାରିଧାମ ଦେବସ୍ଥାନମ ପ୍ରବନ୍ଧନ ବୋର୍ଡର ମିଡିଆ ପ୍ରଭାରୀ ଡା. ହରିଶ ଗୌଡ କହିଛନ୍ତି ଯେ, ଯାତ୍ରା ଓ ଦର୍ଶନରେ ସମସ୍ତ ନିୟମ ପାଳନ କରାଯାଉଛି । ଯାତ୍ରା ରାସ୍ତାରେ ଯାତ୍ରୀଙ୍କ ବିଶ୍ରାମ ହେତୁ ବିଶ୍ରାମ ଗୃହ ଖୋଲାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.