ETV Bharat / bharat

ଦିଲ୍ଲୀକୁ ମର୍କାଜ ସଙ୍କଟ, 2 ଦିନରେ ବଢିପାରେ ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Apr 4, 2020, 9:33 PM IST

ରିପୋର୍ଟ ଅନୁସାରେ ଏବେ ସୁଦ୍ଧା ମର୍କାଜରୁ 2300 ଲୋକଙ୍କୁ ବାହାର କରାଯାଇଛି । ସେମାନଙ୍କ ମଧ୍ୟରୁ 500 ଲୋକଙ୍କଠାରେ ସମାନ ଲକ୍ଷଣ ଦେଖାଯାଇଛି । ଅଧିକ ପଢନ୍ତୁ...

ଦିଲ୍ଲୀକୁ ମର୍କାଜ ସଙ୍କଟ, 2 ଦିନରେ ବଢିପାରେ ଆକ୍ରାନ୍ତଙ୍କ ସଂଖ୍ୟା
ଦିଲ୍ଲୀକୁ ମର୍କାଜ ସଙ୍କଟ, 2 ଦିନରେ ବଢିପାରେ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ନିଜାମୁଦ୍ଦିନର ମର୍କାଜରେ ଆୟୋଜିତ ଧାର୍ମିକ ସମାବେଶ ଏବେ ଦିଲ୍ଲୀ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି । ସେଠାରୁ ଫେରିଥିବା ପ୍ରାୟ ସମସ୍ତ ଲୋକଙ୍କ ରିପୋର୍ଟ ପଜିଟିଭ ଆସୁଛି । ଦିନକୁ ଦିନ ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଉ ଏଥିରେ ଅଧିକାଂଶ ମର୍କାଜବାସୀ ବୋଲି ଜଣାପଡିଛି ।

ରିପୋର୍ଟ ଅନୁସାରେ ଏବେ ସୁଦ୍ଧା ମର୍କାଜରୁ 2300 ଲୋକଙ୍କୁ ବାହାର କରାଯାଇଛି । ସେମାନଙ୍କ ମଧ୍ୟରୁ 500 ଲୋକଙ୍କଠାରେ ସମାନ ଲକ୍ଷଣ ଦେଖାଯାଇଛି । ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାସହ ବାକି 1800 ଲୋକଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।

କ୍ବାରେଣ୍ଟାଇନରେ ଥିବା 1800 ଲୋକଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଏମାନେ ସମସ୍ତେ କୋରୋନା ଆକ୍ରାନ୍ତ ଥିବା ସନ୍ଦେହ କରାଯାଉଛି । 2-3 ଦିନ ଭିତରେ ଏମାନଙ୍କ ରିପୋର୍ଟ ଆସିଯିବ । ପରେ ଏହି ସଂଖ୍ୟା ଆଗକୁ ଆହୁରି ବଢିବାର ଆଶଙ୍କା କରାଯାଉଛି ବୋଲି କେଜ୍ରିୱାଲ କହିଛନ୍ତି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.