ହାଇଦ୍ରାବାଦ: କୋଭିଡ-19 ସଙ୍କଟ ସମୟରେ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡିଥିବା ବେଳେ ବେକାରୀ ହାର ଉତ୍କଟ ରୂପ ଧାରଣ କରିଛି । ଲକଡାଉନ ସମୟରେ ବିଭିନ୍ନ କମ୍ପାନୀ କର୍ମଚାରୀଙ୍କ ଛଟେଇ କରିଥିବା ବେଳେ ଏବେ ବି ଅନେକ କମ୍ପାନୀ ଏହି ପ୍ରକ୍ରିୟା ଜାରି ରଖିଛନ୍ତି । ଯାହା ଫଳରେ ନିଯୁକ୍ତି ହରାଇ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି । ହେଲେ ଏପରି ଏକ ସଙ୍କଟଜନକ ସମୟରେ ବେକାରୀ ଓ ଶ୍ରମିକଙ୍କ ସଠିକ ଆକଳନ କରାଯାଇପାରୁନାହିଁ । ଆଉ ଶ୍ରମ ଶକ୍ତି ତଥ୍ୟର ଏହି ଉପଲବ୍ଧତାକୁ ବିଚାର କରିବାକୁ ଜାତୀୟ ପରିସଂଖ୍ୟାନ ଆୟୋଗ(ଏନଏସଓ) ଏପ୍ରିଲ୍ 2017ରେ ସାମୟିକ ଶ୍ରମଶକ୍ତି ସର୍ଭେ ବା ପିରିୟଡିକ ଲେବର ଫୋର୍ସ ସର୍ଭେ(ପିଏଲଏଫଏସ) ଆରମ୍ଭ କରିଥିଲା ।

ପିଏଲଏଫଏସ ହେଉଛି ଭାରତର ପ୍ରଥମ କମ୍ପ୍ୟୁଟର ଆଧାରିତ ସର୍ବେକ୍ଷଣ ଯାହା ଶ୍ରମ ନିଯୁକ୍ତି ହାର, ଶ୍ରମିକ ଜନସଂଖ୍ୟା ଅନୁପାତ, ବେରୋଜଗାର ଅନୁପାତ ଏବଂ ଗ୍ରାମାଞ୍ଚଳର ବେକାରୀ ହାର ଏବଂ ସହରାଞ୍ଚଳ ପରିବାର ପାଇଁ ତ୍ରୈମାସିକ ଭିତ୍ତିରେ ପ୍ରମୁଖ ନିଯୁକ୍ତି ଏବଂ ବେକାରୀ ସୂଚକାଙ୍କ ଆକଳନ କରିଥାଏ ।
ଜୁଲାଇ 2017-ଜୁନ 2018ରେ ପ୍ରଥମ ସର୍ଭେ ଆରମ୍ଭ କରାଯାଇଥିଲା । ଯାହାର ରିପୋର୍ଟ 2019ରେ ପ୍ରକାଶ ପାଇଥିଲା । ଯେଉଁଥିରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ନିଯୁକ୍ତି ଓ ବେକାରୀରର ସାଧାରଣ ସ୍ଥିତି ଓ ବର୍ତ୍ତମାନର ସାପ୍ତାହିକ ସ୍ଥିତିର ସମସ୍ତ ଗୁରୁତ୍ବପୂର୍ଣ୍ଣ ଆକଳନ ପ୍ରଦାନ କରାଯାଇଥିଲା । ଜୁଲାଇ 2018-ଜୁନ 2019 ମଧ୍ୟରେ ହୋଇଥିବା ସାମୟିକ ଶ୍ରମ ଶକ୍ତି ସର୍ଭେର ଦ୍ବିତୀୟ ବାର୍ଷିକ ରିପୋର୍ଟ ଯାହା ଏନଏସଓ ଦ୍ବାରା ବର୍ତ୍ତମାନ ଜାରି କରାଯାଇଛି ।
ତେବେ ନମୂନା ସଂଗ୍ରହ ଡିଜାଇନ 2017-18 ଭଳି ସମାନ ରହିଛି । ଅର୍ଥାତ୍ ସହରାଞ୍ଚଳ ପାଇଁ ଏକ ରୋଟେସନ ପ୍ୟାନେଲ ନମୂନା ଡିଜାଇନ କରାଯାଇଥାଏ । ଏହି ରୋଟେସନ ପ୍ୟାନେଲ ଯୋଜନାରେ ସହରାଞ୍ଚଳର ପ୍ରତ୍ୟେକ ମନୋନୀତ ଘରକୁ 4ଥର ପରିଦର୍ଶନ କରାଯାଇଥାଏ । ଆରମ୍ଭରେ ପ୍ରଥମ ପରିଦର୍ଶନ କାର୍ଯ୍ୟସୂଚୀ ସହିତ ପର୍ଯ୍ୟାୟକ୍ରମେ ତିନି ଥର ପରେ ପୁନଃ ପରିଦର୍ଶନ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଥାଏ । ସହରାଞ୍ଚଳରେ ପ୍ରତ୍ୟେକ ସ୍ତର ମଧ୍ୟରେ ଏକ ପ୍ୟାନେଲ ପାଇଁ ନମୂନା ଦୁଇଟି ସ୍ବତନ୍ତ୍ର ଉପ-ନମୂନା ଆକାରରେ ପ୍ରସ୍ତୁତ କରାଯାଇଥାଏ । ରୋଟେସନ ପ୍ୟାନେଲ ଯୋଜନା ଏହା ନିଶ୍ଚିତ କରେ ଯେ ପ୍ରଥମ ପର୍ଯ୍ୟାୟ ସଂଗୃହୀତ ୟୁନିଟ୍ (ଏଫଏସୟୁଏସ) ଗୋଟିଏର କ୍ରମାଗତ ଦୁଇଟି ପରିଦର୍ଶନ ମଧ୍ୟରେ 75% ମେଳ ଖାଉଛି କି ନାହିଁ । ସେହିପରି ଗ୍ରାମାଞ୍ଚଳ ନମୂନାରେ କୌଣସି ପୁନଃ ପରିଦର୍ଶନ ନଥାଏ । କେବଳ ଏକ ଷ୍ଟ୍ରାଟମ୍ / ସବ-ଷ୍ଟ୍ରାଟମ୍ ପାଇଁ ନମୂନା ଦୁଇଟି ସ୍ବତନ୍ତ୍ର ଉପ-ନମୂନା ଆକାରରେ ଅନିୟମିତ ଭାବରେ ପ୍ରସ୍ତୁତ କରାଯାଇଥାଏ । ଏହାର ସର୍ବେକ୍ଷଣ ସମୟରେ ପ୍ରତ୍ୟେକ ତ୍ରୈମାସରେ ବାର୍ଷିକ ଆବଣ୍ଟନର 25%ଏଫଏସୟୁର ଅନ୍ତର୍ଭୁକ୍ତ କରାଯାଇଥାଏ । ଏହି ପରିବର୍ତ୍ତନ ଗୁଡିକୁ ଦୃଷ୍ଟିରେ ରଖି 2011-12 ଏବଂ ପୂର୍ବ ବର୍ଷ ଗୁଡିକର ନିଯୁକ୍ତି ଓ ବେକାରୀ ସର୍ବେକ୍ଷଣ (ଇୟୁଏସ)ର ଫଳାଫଳ ସହିତ ପିଏଲଏଫଏସର ଆକଳନ ତୁଳନାତ୍ମକ ନୁହେଁ ।
ବାର୍ଷିକ ରିପୋର୍ଟ ପାଇଁ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଜୁଲାଇ 2018 ରୁ ଜୁନ୍ 2019 ମଧ୍ୟରେ ପ୍ରଥମ ପରିଦର୍ଶନ ପାଇଁ ନମୂନା ଆକାର: ଜୁଲାଇ 2018- ଜୁନ 2019ରେ ସମଗ୍ର ଭାରତ ସ୍ତରରେ ସର୍ଭେ ପାଇଁ ମୋଟ 12,800 ଏପଏସୟୁ ମଧ୍ୟରୁ (7,024 ଗ୍ରାମ ଏବଂ 5,776 UFS ବ୍ଲକ୍) ଆବଣ୍ଟନ କରାଯାଇଥିବା ବେଳେ ସମୁଦାୟ 12,720 ଏଫଏସୟୁ (6,983 ଗାଁ ଏବଂ 5,737 ସହରାଞ୍ଚଳ ବ୍ଲକ) ପିଏଲଏଫଏସ କାର୍ଯ୍ୟସୂଚୀ ( 10.4) ପାଇଁ ସର୍ଭେ କରାଯାଇପାରେ । ସର୍ବେକ୍ଷଣ କରାଯାଇଥିବା ପରିବାର ସଂଖ୍ୟା 1,01,579 (ଗ୍ରାମାଞ୍ଚଳରେ 55,812 ଏବଂ ସହରାଞ୍ଚଳରେ 45,767) ଏବଂ ସର୍ଭେ କରାଯାଇଥିବା ବ୍ୟକ୍ତିଙ୍କ ସଂଖ୍ୟା 4,20,757 (ଗ୍ରାମାଞ୍ଚଳରେ 2,39,817 ଏବଂ ସହରାଞ୍ଚଳରେ 1,80,940) ରହିଥିଲା ।