ETV Bharat / bharat

ନୃତ୍ୟ ଗୋପାଳ ଦାସ ହେଲେ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ

author img

By

Published : Feb 19, 2020, 8:41 PM IST

Updated : Feb 19, 2020, 8:51 PM IST

ସରିଲା ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ବୈଠକ । ଏଥିରେ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ଟ୍ରଷ୍ଟର ଅଧ୍ୟକ୍ଷ ଓ ଚମ୍ପତ ରାୟଙ୍କୁ ମହାମନ୍ତ୍ରୀ ଭାବେ ଚୟନ କରାଯାଇଛି । ଅଧିକ ପଢନ୍ତୁ...

ନୃତ୍ୟ ଗୋପାଳ ଦାସ ହେଲେ ରାମ ମନ୍ଦର ଟ୍ରଷ୍ଟର ଅଧ୍ୟକ୍ଷ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ନବଗଠିତ 'ରାମ ମନ୍ଦିର ତୀର୍ଥ କ୍ଷେତ୍ର' ଟ୍ରଷ୍ଟ ପକ୍ଷରୁ ଦିଲ୍ଲୀରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ବୈଠକରେ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ଟ୍ରଷ୍ଟର ଅଧ୍ୟକ୍ଷ ଓ ଚମ୍ପତ ରାୟଙ୍କୁ ମହାମନ୍ତ୍ରୀ ଭାବେ ଚୟନ କରାଯାଇଛି । ସେହିପରି ନୃପେଶ ମିଶ୍ରଙ୍କୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନ୍ୟାସର ଭବନ ନିର୍ମାଣ ସମିତି ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିବା ବେଳେ ଗୋବିନ୍ଦ ଗିରିଙ୍କୁ କୋଷାଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି ।

ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଏହି ପ୍ରଥମ ବୈଠକରେ 9ଟି ପ୍ରସ୍ତାବ ପାରିତ ହୋଇଛି । ଏହି ବୈଠକ ଦିଲ୍ଲୀ ଗ୍ରେଟର କୈଳାସ-1 ସ୍ଥିତ ଟ୍ରଷ୍ଟ ଅଫିସରେ ହୋଇଥିଲା । ଏହି ଟ୍ରଷ୍ଟ ଅଫିସ ବିରିଷ୍ଠ ଓକିଲ ପରାସରଣଙ୍କ ବାସଭବନରେ ଗଠନ କରାଯାଇଛି ।

ମନ୍ଦିରର ଢାଞ୍ଚା ପୂର୍ବପରି ସମାନ ରହିବ ବୋଲି ବୈଠକ ଶେଷ ପରେ ଅଧ୍ୟକ୍ଷ ନୃତ୍ୟ ଗୋପାଳ ଦାସ କହିଛନ୍ତି । ଆଗାମୀ 15 ଦିନ ମଧ୍ୟରେ ଟ୍ରଷ୍ଟର କର୍ମକାର୍ତ୍ତା ଅଯୋଧ୍ୟାରେ ଏକାଠି ହେବା ନେଇ ଜଣାପଡିଛି । ସେତେବେଳ ମନ୍ଦିର ନିର୍ମାଣ ପାଇଁ ତାରିଖର ଘୋଷଣା କରାଯାଇପାରେ ।

@ANI

Last Updated : Feb 19, 2020, 8:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.