ETV Bharat / bharat

ସୁପ୍ରିମକୋର୍ଟରେ ପହଞ୍ଚିଲା 'ଟିକଟକ୍' ଆପ୍ - mobile

ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତି ଚ୍ୟାଲେଞ୍ଜ କରି ଟିକଟକ ଆପ୍ ମାମଲା ସୁପ୍ରିମକୋର୍ଟରେ ଦାୟର ହୋଇଛି । ପୂର୍ବରୁ ମାଡ୍ରାସ ହାଇକୋର୍ଟ ଏହି ଆପ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Apr 8, 2019, 2:18 PM IST

ନୂଆଦିଲ୍ଲୀ: ଥମୁନି ଟିକଟକ୍ ଆପ୍ ଅଡୁଆ । ମାଡ୍ରାସ ହାଇକୋର୍ଟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ମାମଲା ଏବେ ସୁପ୍ରିମେକାର୍ଟରେ ଦାୟର ହୋଇଛି । କିନ୍ତୁ ସୁପ୍ରିମକୋର୍ଟ ଏହି ମାମଲାର ଶୀଘ୍ର ଶୁଣାଣି କରିବାକୁ ମନା କରି ଦେଇଛନ୍ତି ।

ସୂଚନାରହିଛି ଯେ, ମାଡ୍ରାସ ହାଇକୋର୍ଟର ଏକ ବେଞ୍ଚ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ମୋବାଇଲ ଭିଡିଓ ଆପ୍ ଟିକଟକର ଡାଉନଲୋଡିଂ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ଗଣମାଧ୍ୟମକୁ ଟିକଟିକ୍ ଭିଡିଓ ଗୁଡିକୁ ପ୍ରସାରଣ ନକରିବାକୁ କହିଛନ୍ତି ।

ହାଇକୋର୍ଟଙ୍କ କହିବାନୁଯାୟୀ, ଏହି ଆପ୍ ମାଧ୍ୟମରେ ଅଶ୍ଲୀଳ ଭିଡିଓର ପ୍ରସାରଣ କରାଯାଉଛି । ଯାହା ଛୋଟ ପିଲାଙ୍କ ଉପରେ ଖରାପ ପ୍ରଭାବ ପକାଉଛି । ଖାଲି ସେତିକି ନୁହେଁ ସାରା ଦେଶର ସଂସ୍କୃତିକୁ ଖରାପ କରିବା ସହିତ ଏହା ଯୁବପିଢିଙ୍କୁ ପଥଭ୍ରାନ୍ତ କରୁଛି । ଗତ ଫେବୃଆରୀ ମାସରେ ଟିକଟକ ଆପ୍‌କୁ ନେଇ ତାମିଲନାଡୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏମ.ମନିକନ୍ଦନ ଏହି ବୟାନ ରଖିବା ପରେ କୋର୍ଟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି ହୋଇଥିଲା । ଫଳରେ ଟିକଟକ୍ ଉପରେ ରୋକ ଲଗାଇବାକୁ ଦାବି କରାଯାଇଥିଲା ।

ଟିକଟକ ଏକ ଚାଇନିଜ ଆପ୍ । ପାଖାପାଖି 10 କୋଟି 40 ଲକ୍ଷ ଭାରତୀୟ ଏହି ଆପର ବ୍ୟବହାର କରୁଛନ୍ତି । ପୂର୍ବରୁ ଇଣ୍ଡୋନେସିଆ ଓ ବାଂଲାଦେଶ ଏହି ଆପ୍ ଉପରେ ରୋକ ଲଗାଯାଇଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.