ETV Bharat / bharat

ଏବେ ୟୁଜର୍ସ ବାଛିବେ ନିଜ ଟ୍ବିଟର କମେଣ୍ଟର ! - ଟ୍ବିଟରେ ରିପ୍ଲାଏ

କିଛି ଟ୍ବିଟର ଆକାଉଣ୍ଟରେ ଏହି ଫିଚରର ସୁବିଧା ଉପଲବ୍ଧ ହୋଇସାରିଥିବା ଜଣାପଡିଛି । ବର୍ତ୍ତମାନ ଟେଷ୍ଟିଂ ପର୍ଯ୍ୟାୟ ଥିବାରୁ ସମସ୍ତ ଆକାଉଣ୍ଟରେ ଏହା କାର୍ଯ୍ୟକାରୀ ହୋଇନାହିଁ । ଅଧିକ ପଢନ୍ତୁ...

ଏବେ ୟୁଜର୍ସ ବାଛିବେ ନିଜ ଟ୍ବିଟର କମେଣ୍ଟର !
ଏବେ ୟୁଜର୍ସ ବାଛିବେ ନିଜ ଟ୍ବିଟର କମେଣ୍ଟର !
author img

By

Published : May 25, 2020, 7:23 PM IST

ୱାଶିଂଟନ: ଲକଡାଉନରେ ଟ୍ବିଟର ବାହାର କରୁଛି ଗୋଟିଏ ପରେ ଗୋଟିଏ ଫିଚର । ନିକଟରେ ୟୁଜର୍ସଙ୍କ ପାଇଁ ରିଟ୍ବିଟ୍ ଦେଖିପାରିବା ଭଳି ଫିଚର ବାହାର କରିଥିଲା ଟ୍ବିଟର । ଏବେ ୟୁଜର୍ସଙ୍କ ପାଇଁ ଆଣିଛି ଆଉ ଏକ ଫିଚର ।

ଏହା ଅନୁସାରେ ଏବେ ନିଜ ଟ୍ବିଟ ପାଇଁ କମେଣ୍ଟର ବାଛିପାରିବେ ୟୁଜର୍ସ । ଅର୍ଥାତ କିଏ ତାଙ୍କ ଟ୍ବିଟରେ କମେଣ୍ଟ ଦେବ ଆଉ କିଏ ଦେବନି । କୌଣସି ଏକ ଟ୍ବିଟ୍ କରିବା ପରେ ଏହାର ରିପ୍ଲାଏ କିଏ ଦେବ ଏହା ଏବେ ନିଜେ ୟୁଜର୍ସ ବାଛିପାରିବେ । ଏନେଇ ଟ୍ବିଟର ପକ୍ଷରୁ ଟେଷ୍ଟିଂ ଚାଲିଥିବା ସୂଚନା ଦେଇଛି କମ୍ପାନୀ ।

କିଛି ଟ୍ବିଟର ଆକାଉଣ୍ଟରେ ଏହି ଫିଚରର ସୁବିଧା ଉପଲବ୍ଧ ହୋଇସାରିଥିବା ଜଣାପଡିଛି । ବର୍ତ୍ତମାନ ଟେଷ୍ଟିଂ ପର୍ଯ୍ୟାୟ ଥିବାରୁ ସମସ୍ତ ଆକାଉଣ୍ଟରେ ଏହା କାର୍ଯ୍ୟକାରୀ ହୋଇନାହିଁ । ପୂର୍ବରୁ ଥିବା ନିୟମ ଅନୁସାରେ ଯଦି କୌଣସି ବ୍ୟକ୍ତିର ପ୍ରୋଫାଇଲ ବ୍ଲକ ନଥିବ ଅବା ପ୍ରାଇଭେଟ୍ ନଥିବ ତେବେ ସମସ୍ତେ ସମସ୍ତଙ୍କ ଟ୍ବିଟରେ ରିପ୍ଲାଏ ଦେଇପାରିବେ ।

ହେଲେ ଏବେ ଏହାକୁ କଣ୍ଟ୍ରୋଲ କରିପାରିବେ ୟୁଜର୍ସ । ଏହି ଟ୍ବିଟର ଲିମିଟିଂ ପ୍ରକ୍ରିୟା ଦ୍ବାରା ୟୁଜର୍ସଙ୍କୁ ନୂଆ ସୁବିଧା ମିଳିବ । ନିଜ ଟ୍ବିଟରେ କମେଣ୍ଟ ଦେବା ପାଇଁ ସେମାନେ କେବଳ ସେହି ବ୍ୟକ୍ତିଙ୍କୁ ବାଛିପାରିବେ ଯାହାକୁ ସେମାନେ ଜାଣିଥିବେ ଅବା ନିଜର ଫଲୋୟର୍ସ । ଫଳରେ ଟ୍ବିଟକୁ ନେଇ ଦେଖାଦେଉଥିବା ବିବାଦୀୟ ଅଭିଯୋଗ କମ ହେବ ବୋଲି ଆଶା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.