ETV Bharat / bharat

ଏମ୍ସରେ ବଦଳିଲା ଓପିଡି ନିୟମ, ନୂଆ ରୋଗୀ ନେଇପାରିବେ ଡାକ୍ତରୀ ପରାମର୍ଶ - corona virus

କୋରୋନା ସଂକ୍ରମଣ ରୋକିବାକୁ ଏମ୍ସ ତାର ଓପିଡି ସେବାକୁ ବନ୍ଦ ରଖିଥିଲା । ଏହାପରେ ସେ ସୀମିତ ସଂଖ୍ୟାରେ ରୋଗୀ ମାନେ ଡାକ୍ତରୀ ପରାମର୍ଶ ନେବା ନେଇ ନିର୍ଦ୍ଦେଶ ଜାରି କରିଥିଲା, ଏବେ କିନ୍ତୁ ଏହି ନିୟମରେ ପରିବର୍ତ୍ତନ ଆସିଛି । ଅଧିକ ପଢନ୍ତୁ...

ଏମ୍ସରେ ବଦଳିଲା ଓପିଡି ସେବା ନିୟମ, ନୂଆ ରୋଗୀ ନେଇପାରିବେ ଡାକ୍ତରୀ ପରାମର୍ଶ

author img

By

Published : Jul 14, 2020, 3:55 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ମଧ୍ୟରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ) ରେ 25 ଜୁନରେ OPD ସେବା ଆରମ୍ଭ ହୋଇଥିଲା । ପ୍ରଥମେ ଏମ୍ସ କେବଳ 15 ଜଣ ରୋଗୀଙ୍କୁ ପ୍ରତ୍ୟେକ ବିଭାଗର ପରାମର୍ଶ ନେବାକୁ ଅନୁମତି ଦିଆଯାଇଥିଲା, ଯେଉଁମାନେ ପୂର୍ବରୁ ଏମ୍ସ ର ଡାକ୍ତରଙ୍କ ସହିତ ପରାମର୍ଶ କରିସାରିଛନ୍ତି । ହେଲେ ବର୍ତ୍ତମାନ ଏମ୍ସ ନୂଆ ରୋଗୀଙ୍କ ପାଇଁ ଡାକ୍ତରୀ ପରାମର୍ଶ ନେବା ପାଇଁ ଅନୁମତି ଦେଇଛି ।

ସୂଚନା ଅନୁଯାୟୀ, 30 ଜଣ ରୋଗୀ ପୂର୍ବରୁ ଏମ୍ସରେ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ଆଉ 30 ଜଣ ନୂଆ ରୋଗୀ ମଧ୍ୟ ପ୍ରତ୍ୟେକ ବିଭାଗର OPDରେ ଡାକ୍ତରୀ ପରାମର୍ଶ ନେବାକୁ ସକ୍ଷମ ହେବେ। ସୋମବାର ଏମ୍ସ ଦ୍ବାରା ଏହି ବିଷୟରେ ଏକ ଚିଠି ମଧ୍ୟ ଜାରି କରାଯାଇଛି। ଚିଠିରେ କୁହାଯାଇଛି ଯେ ଓପିଡି ସେବା ଆରମ୍ଭ କରିବାର ଦ୍ୱିତୀୟ ପର୍ଯ୍ୟାୟରେ, ପ୍ରତ୍ୟେକ ବିଭାଗରେ ପୂର୍ବରୁ ଥିବା 30 ଏବଂ ଆଉ 30 ଜଣ ନୂଆ ରୋଗୀଙ୍କୁ ଡାକ୍ତରୀ ପରାମର୍ଶ ନେବାକୁ ଅନୁମତି ଦିଆଯିବ।

ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପରାମର୍ଶ ପାଇଁ ଅନଲାଇନ ରେଜିଷ୍ଟ୍ରେସନ ସିଷ୍ଟମ ଏବଂ ଇଣ୍ଟରାକ୍ଟିଭ ଭଏସ ପ୍ରତିକ୍ରିୟା ସିଷ୍ଟମ ମାଧ୍ୟମରେ ଆପୋଏଣ୍ଟମେଣ୍ଟ ବୁକ କରାଯିବ । ଓପିଡିରେ ଆଡମିଶନ ପୂର୍ବରୁ ରୋଗୀଙ୍କୁ ଏନଫ୍ଲୁଏଞ୍ଜା ପାଇଁ ସ୍କ୍ରିନିଂ କରାଯିବ। ଏହା ପରେ ହିଁ OPDରେ ଆଡମିଶନ ଦିଆଯିବ ।

ଏମ୍ସ ସମସ୍ତ କ୍ଲିନିକାଲ ମୁଖ୍ୟ ଡାକ୍ତରଙ୍କ ତାଲିକା ମଧ୍ୟ ଖୋଜିଛି, ଯେଉଁମାନେ ଶାରୀରିକ ପରାମର୍ଶ ପାଇଁ ନିଯୁକ୍ତ ହେବେ । ସେହି ଡାକ୍ତରଙ୍କ ଫୋନ ନମ୍ବର ମଧ୍ୟ ଯୋଗାଡ କରିବାକୁ କୁହାଯାଇଛି। ତେବେ ସନ୍ଧ୍ୟା ସମୟରେ ସ୍ପେସିଆଲିଟି କ୍ଲିନିକ ପାଇଁ କୌଣସି ଆପୋଏଣ୍ଟମେଣ୍ଟ ବୁକ କରାଯିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି।

ଡାକ୍ତରୀ ପରାମର୍ଶ ଲୋଡିଥିବା ରୋଗୀଙ୍କ ପାଇଁ ଏମ୍ସ OPD ସେବା ଆରମ୍ଭ କରିଥିଲା । ପୂର୍ବରୁ ଚିକିତ୍ସା ପରାମର୍ଶ ନେଉଥିବା ରୋଗୀମାନଙ୍କ ସହିତ, ନୂତନ ରୋଗୀଙ୍କୁ ମଧ୍ୟ OPD ପାଇଁ ନିଯୁକ୍ତି ଦିଆଯାଉଥିଲା, ହେଲେ କେବଳ ସୀମିତ ସଂଖ୍ୟା ଥିଲା । ତେବେ ଇତିହାସରେ ପ୍ରଥମ ଥର ପାଇଁ କୋରୋନା ନିୟନ୍ତ୍ରଣ କରିବା ପାଇଁ ଏମ୍ସ ମାର୍ଚ୍ଚ 24ରୁ ଏହାର OPD ସେବାକୁ ବନ୍ଦ କରିଦେଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.