ETV Bharat / bharat

ଏଣିକି ବିନା ଫୋନ ଓ ଆକାଉଣ୍ଟରେ ହେବ ଫେସବୁକ ଲାଇଭ

ଲକଡାଉନ ସମୟରେ ବଢୁଛି ସୋସିଆଲ ମିଡିଆର ବ୍ୟବହାର । ସାଥୀରେ ବଢୁଛି ଲାଇଭ ଷ୍ଟ୍ରିମିଂର ଚାହିଦା । ଏନେଇ ସୋସିଆଲ ମିଡିଆ ଜାଏଣ୍ଟ ଭାବେ ଜଣା ଯାଉଥିବା ଫେସବୁକ ନେଇଛି ୟୁଜର୍ସଙ୍କ ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।

facebook live, facebook, instagram, social media, lockdown and social media, ସୋସିଆଲ ମିଡିଆ, ଫେସବୁକ ଲାଇଭ, ଫେସବୁକ, ଇନଷ୍ଟାଗ୍ରାମ, ଲକଡାଉନ ଓ ସୋସିଆଲ ମିଡିଆ
ଏଣିକି ବିନା ଫୋନ ଓ ଆକାଉଣ୍ଟରେ ହେବ ଫେସବୁକ ଲାଇଭ
author img

By

Published : Mar 30, 2020, 9:10 PM IST

ହାଇଦ୍ରାବାଦ: ଲକଡାଉନ ସମୟରେ ବଢୁଛି ସୋସିଆଲ ମିଡିଆର ବ୍ୟବହାର । ସାଥୀରେ ବଢୁଛି ଲାଇଭ ଷ୍ଟ୍ରିମିଂର ଚାହିଦା । ଏନେଇ ସୋସିଆଲ ମିଡିଆ ଜାଏଣ୍ଟ ଭାବେ ଜଣା ଯାଉଥିବା ଫେସବୁକ ନେଇଛି ୟୁଜର୍ସଙ୍କ ପାଇଁ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଆଗରୁ କେବଳ ଡେସ୍କଟପ ଓ ଆଣ୍ଡ୍ରଏଡ ଡିଭାଇସରେ ଫେସବୁକ ଲାଇଭ ଦେଖିବାର ଫିଚର ରହିଥିବା ବେଳେ ଆଗାମୀ କିଛି ଦିନ ଭିତରେ ଆଇଓଏଶ ୟୁଜର୍ସଙ୍କୁ ମିଳିବ ଏହି ସୁବିଧା ।

ଏଥିସହ ଲାଇଭ ଷ୍ଟ୍ରିମିଂରେ ‘ଅଡିଓ ଓନଲି(AUDIO ONLY)’ ମୋଡ ବା ‘ପବ୍ଲିକ ସ୍ବିଚ ଟେଲିଫୋନ ନେଟୱାର୍କ’ ଅପ୍ସନ ମଧ୍ୟ ୟୁଜର୍ସମାନେ ପାଇପାରିବେ । ଏନେଇ ଦିଆଯାଇଥିବା ଏକ ଟୋଲ ଫ୍ରି ନମ୍ବରରେ ଡାଏଲ କରି ୟୁଜର୍ସ କଲ ମାଧ୍ୟମରେ ଲାଇଭ ଷ୍ଟ୍ରିଂମିଂର ଅଡିଓ ବା ଶବ୍ଦ ଶୁଣିପାରିବେ ।

ବର୍ତ୍ତମାନ ଲକଡାଉନ ସମୟରେ ଲୋକେ ଘରେ ରହୁଥିବାରୁ ଇଣ୍ଟରନେଟର ବ୍ୟବହାର ବଢିବା ସହ 70 ପ୍ରତିଶତ ଲୋକେ ସୋସିଆଲ ମିଡିଆ ଯଥା ଫେସବୁକ ଓ ଇନଷ୍ଟାଗ୍ରାମରେ ଅଧିକ ସମୟ ବିତାଉଥିବା ଦେଖିବାକୁ ମିଳୁଛି । ଏନେଇ କିଛି ଦିନ ତଳେ ଉଭୟ ଫେସବୁକ ଓ ଇନଷ୍ଟାଗ୍ରାମ ଦେଶରେ ୟୁଜର୍ସଙ୍କ ପାଇଁ ନିଜ ଭିଡିଓ କ୍ବାଲିଟି କମାଇବାର ଘୋଷଣା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.