ETV Bharat / bharat

କୋରୋନା ଭୟ: ଡ୍ରୋନରେ ହେବ ହୋମ ଡେଲିଭରୀ, ଏହି କମ୍ପାନୀକୁ ମିଳିଲା ମଞ୍ଜୁରୀ - spice-jet company got approval

କୋରୋନା ସଂକ୍ରମଣ ରୋକିବାକୁ ପ୍ରୟାସ । ଖୁବଶୀଘ୍ର ଭାରତରେ ହେବ ଡ୍ରୋନ ସାହାଯ୍ୟରେ ହୋମ ଡେଲିଭରୀ । ଚାଲିଛି ଟ୍ରାଏଲ ପ୍ରକ୍ରିୟା । ଅଧିକ ପଢନ୍ତୁ...

କରୋନା ଭୟ: ଡ୍ରୋନରେ ହେବ ହୋମ ଡେଲିଭରୀ, ଏହି କମ୍ପାନୀକୁ ମିଳିଲା ମଞ୍ଜୁରୀ

author img

By

Published : May 30, 2020, 12:04 PM IST

ନୂଆଦିଲ୍ଲୀ: ଆଜି ପର୍ଯ୍ୟନ୍ତ ଆପଣ ନିଶ୍ଚୟ ଶୁଣିଥିବେ ଯେ, ଡ୍ରୋନ ଦ୍ୱାରା ଆମେରିକା ଭଳି ବିକଶିତ ଦେଶରେ ଜରୁରୀ ସାମଗ୍ରୀ ଉପଲବ୍ଧ କରାଇବା କାମ ଚାଲିଛି । କିନ୍ତୁ ଡ୍ରୋନ ସାହାଯ୍ୟରେ ଆବଶ୍ୟକ ସାମଗ୍ରୀ ପାଇବା ସ୍ୱପ୍ନ ଏବେ ଭାରତରେ ପୂରଣ ହେବାକୁ ଯାଉଛି । ଏଥିପାଇଁ ସରକାର ମଞ୍ଜୁରୀ ଦେଇଥିବାବେଳେ, ଖୁବଶୀଘ୍ର ଏହାର ଟ୍ରାଏଲ ଆରମ୍ଭ ହେବ ।

ବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶକ ନିକଟରେ ଘରୋଇ ବିମାନ ସ୍ପାଇସଜେଟକୁ ଡ୍ରୋନ ମାଧ୍ୟମରେ ଔଷଧ ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟର ହୋମ ଡେଲିଭରୀ କରିବାକୁ ଅନୁମତି ଦେଇଛନ୍ତି । ଖୁବ ଶୀଘ୍ର ସ୍ପାଇସ ଜେଟ ଏହାର ସହାୟକ ସ୍ପାଇସ ଏକ୍ସପ୍ରେସ ମାଧ୍ୟମରେ ସାମଗ୍ରୀ ଡେଲିଭରୀ ଆରମ୍ଭ କରିବ । ଡ୍ରୋନ ଅଳ୍ପ ସମୟ ଭିତରେ ଆପଣ ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇବ ।

ଏହି ମାମଲା ସହ ଜଡିତ ବିଶେଷଜ୍ଞମାନେ କହିଛନ୍ତି ଯେ, କରୋନା ଭାଇରସ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏହି ମାଧ୍ୟମ ଆପଣାଇବାକୁ ବିଚାର କରାଯାଉଛି । ଆହୁରି ମଧ୍ୟ, ସାମଗ୍ରୀ ଡେଲିଭରୀର ମୂଲ୍ୟ ମଧ୍ୟ ହ୍ରାସ କମିଯିବ । ଏହି କାରଣରୁ ସରକାର ପ୍ରଥମ ଥର ପାଇଁ ଡ୍ରୋନ୍ ସାହାଯ୍ୟରେ ସାମଗ୍ରୀ ବିତରଣ କରିବାର ଏହି ନୂତନ ଉପାୟ ଚେଷ୍ଟା କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ ଯେ, ଭାରତରେ କୋରୋନା ସଂକ୍ରମଣ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଘରକୁ ଜରୁରୀ ସାମଗ୍ରୀ ଡେଲିଭରୀ ସହିତ ଜଡିତ ଅନେକ ସମସ୍ୟା ରହିଛି । ସ୍ପାଇସଜେଟ ପୂର୍ବରୁ ମଧ୍ୟ ଅନେକ କମ୍ପାନୀ ଡ୍ରୋନ ସାହାଯ୍ୟରେ ସାମଗ୍ରୀ ଯୋଗାଇବାକୁ ପ୍ରସ୍ତାବ ଦେଇଛନ୍ତି । ଇ-କମର୍ସ କମ୍ପାନୀ ଆମାଜନ କିଛି ଦିନ ପୂର୍ବେ ସମାନ ଅଫର ଦେଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.