ETV Bharat / bharat

କୋଭିଡ-19: ମହାରାଷ୍ଟ୍ରରେ ପ୍ଲାଜମା ଥେରାପିରେ ହେବ ସଂକ୍ରମିତଙ୍କ ଚିକିତ୍ସା - ICMR

ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା କୋରୋନାରେ 5 ହଜାର 649 ଆକ୍ରାତ ଥିବାବେଳେ, 269 ଜଣଙ୍କର ମୃତ୍ୟୁ ହୋଇଛି । ସୁସ୍ଥ ହୋଇଛନ୍ତି 789 । ଅଧିକ ପଢନ୍ତୁ...

Maharashtra
ମହାରାଷ୍ଟ୍ରରେ ହେବ ପ୍ଲାଜମା ଥେରାପି ଦ୍ୱାରା ସଂକ୍ରମିତଙ୍କ ଚିକିତ୍ସା:ସ୍ୱାସ୍ଥ୍ୟମନ୍ତ୍ରୀ
author img

By

Published : Apr 23, 2020, 12:23 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ବର୍ତ୍ତମାନ କୋରୋନା ସଂକ୍ରମିତଙ୍କୁ ପ୍ଲାଜମା ଥେରାପି ଦ୍ୱାରା ଚିକିତ୍ସା କରାଯାଇପାରିବ । ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମ୍ଆର) ମହାରାଷ୍ଟ୍ର ସରକାରଙ୍କୁ ଅନୁମତି ଦେଇଛି । ଆଇସିଏମଆର ବୁଧବାର ପ୍ଲାଜମା ପ୍ରଣାଳୀ ବ୍ୟବହାର କରି ମୁମ୍ବାଇରେ କୋଭିଡ -19 ସଂକ୍ରମିତଙ୍କ ପରୀକ୍ଷାମୂଳକ ଚିକିତ୍ସା ପାଇଁ ଅନୁମତି ଦେଇଛି। ଏହି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପ ।

ରାଜେଶ ଟୋପ ମଧ୍ୟ ଗାଣିତିକ ଅନୁସନ୍ଧାନକୁ ଭିତ୍ତିହୀନ ବୋଲି ବର୍ଣ୍ଣନା କରିଛନ୍ତି । ଯେଉଁଥିରେ ଆକଳନ କରାଯାଇଛି ଯେ, 30 ଏପ୍ରିଲ ସୁଦ୍ଧା ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 5 ହଜାର 600 ରୁ 42 ହଜାରକୁ ବୃଦ୍ଧି ପାଇବ । ସେ କହିଛନ୍ତି, କୋରୋନା ଜୀବାଣୁ ସଂକ୍ରମଣରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ପ୍ଲାଜାମାରେ (ରକ୍ତର ଏକ ଅଂଶ) କିଛି ଆଣ୍ଟିବଡି ଅଛି। ଯେତେବେଳେ ଏହି ଲୋକମାନେ ପ୍ଲାଜମାକୁ ଅତି ଯତ୍ନର ସହ ବ୍ୟବହାର କରିବା ଦ୍ବାରା ଭଲ ଫଳାଫଳ ଆସିଛି । ”

ମହାରାଷ୍ଟ୍ର ଆଇସିଏମଆରରୁ ପ୍ଲାଜମା ଚିକିତ୍ସା ପାଇଁ ଅନୁମତି ମାଗିଥିଲା। ଟୋପ କହିଛନ୍ତି, ପ୍ଲାଜମା ଚିକିତ୍ସା ପଦ୍ଧତି ସହିତ ପରୀକ୍ଷା କରିବା ପାଇଁ ଆମକୁ ଆଇସିଏମଆରରୁ ଅନୁମତି ମିଳିଛି। ଏପ୍ରିଲ୍ ଶେଷ ସୁଦ୍ଧା ରାଜ୍ୟରେ 42,000 ସଂକ୍ରମଣର ଆକଳନ କରାଯାଇଥିବା ଗାଣିତିକ ଅନୁସନ୍ଧାନ ଉପରେ ମନ୍ତ୍ରୀ କହିଛନ୍ତି, 'ସେହି ଅନୁସନ୍ଧାନ ପାଇଁ କିଛି ବୈଜ୍ଞାନିକ ଆଧାର ଅଛି କିନ୍ତୁ, ସେହି ଅନୁଯାୟୀ ରାଜ୍ୟରେ କୋଭିଡ-19 ମାମଲା 3.8 ଦିନରେ ଦ୍ୱିଗୁଣିତ ହେବା ଉଚିତ । ବର୍ତ୍ତମାନ ସଂକ୍ରମଣର ମାମଲା 7 ଦିନ ମଧ୍ୟରେ ଦ୍ୱିଗୁଣିତ ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.