ETV Bharat / bharat

'ବୋର୍ଡିଂ ପାସରେ ଆଉ ଷ୍ଟାମ୍ପ ମାରିବେନି ସିଆଇଏସଏଫ ଯବାନ - ଯାତ୍ରୀ ନେଇ ପାରିବେ 350 ମିଲି ସାନିଟାଇଜର

ଦେଶରେ ଏୟାରପୋର୍ଟରେ ନିୟୋଜିତ ଥିବା ସିଆଇଏସଏଫ ଯବାନଙ୍କ ମଧ୍ୟରୁ 13ରୁ ଉର୍ଦ୍ଧ୍ବ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯାହା ଦ୍ବାରା ଏବେ ସେମାନଙ୍କ ସୁରକ୍ଷା ଦୃଷ୍ଟି ଉପରେ ଧ୍ୟାନ ଦିଆଯାଇଛି । ଅଧିକ ପଢନ୍ତୁ...

'ବୋର୍ଡିଂ ପାସରେ ଆଉ ଲାଗିବନି ମୋହର, ଯାତ୍ରୀ ନେଇ ପାରିବେ 350 ମିଲି ସାନିଟାଇଜର'

author img

By

Published : May 14, 2020, 1:16 PM IST

ନୂଆଦିଲ୍ଲୀ: ବିମାନ ବନ୍ଦରରେ ଥିବା ସିଆଇଏସଏଫ କର୍ମଚାରୀ ଯାତ୍ରୀମାନଙ୍କୁ ବିମାନରେ ବସିବା ପୂର୍ବରୁ ଯାଞ୍ଚ ସମୟରେ ସେମାନଙ୍କର ବୋର୍ଡିଂ ପାସରେ ଆଉ ଷ୍ଟାମ୍ପ ଲଗାଇବେ ନାହିଁ । ବିମାନ ସୁରକ୍ଷା ନିୟାମକ ବିସିଏସ ବୁଧବାର ଏହି ସୂଚନା ଦେଇଛନ୍ତି । ବିସିଏସ ଏହା ମଧ୍ୟ ସୂଚନା ଦେଇଛି ଯେ ଯାତ୍ରୀମାନେ ବର୍ତ୍ତମାନ ସେମାନଙ୍କ ବିମାନ ଯାତ୍ରା ସମୟରେ 350 ମିଲି ହ୍ୟାଣ୍ଡ ସାନିଟାଇଜର ନେଇପାରିବେ।

ବ୍ୟୁରୋ ଅଫ୍ ବେସାମରିକ ବିମାନ ଚଳାଚଳ (ବିସିଏଏସ) କହିଛି ଯେ, ପ୍ରତ୍ୟେକ ବିମାନବନ୍ଦର ନିର୍ଦ୍ଦେଶକ ସୁନିଶ୍ଚିତ କରିବାକୁ ପଡିବ ଯେ ପିଇଏସସି ଅଞ୍ଚଳରେ ଉପଯୁକ୍ତ ଉଚ୍ଚତାରେ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା ଲଗାଯାଇଛି ଯାହା ଦ୍ବାରା ଯାତ୍ରୀଙ୍କ ପରିଚୟ ଏବଂ ତାଙ୍କ ବୋର୍ଡିଂ ପାସ ରେକର୍ଡ ହୋଇପାରିବ ।

ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀ, ମୁମ୍ବାଇ ଏବଂ ଅହମ୍ମଦାବାଦ ବିମାନବନ୍ଦରରେ ନିୟୋଜିତ ଥିବା 13ରୁ ଅଧିକ ସିଆଇଏସଏଫ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ବୋର୍ଡିଂ ପାସରେ ଷ୍ଟାମ୍ପ ନ ମାରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏଥିସହିତ ବିସିଏଏସର ଆଉ ଏକ ଆଦେଶରେ କୁହାଯାଇଛି ଯେ, କୋରୋନା ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନରେ ଯାଉଥିବା ଯାତ୍ରୀମାନଙ୍କୁ ସେମାନଙ୍କ ବ୍ୟାଗରେ 350 ମିଲି ହ୍ୟାଣ୍ଡ ସାନିଟାଇଜର ନେବାକୁ ଅନୁମତି ଦିଆଯିବ। ସାଧାରଣତଃ 100 ମିଲିରୁ ଅଧିକ ତରଳ ପଦାର୍ଥ ଯାତ୍ରୀମାନଙ୍କ ହ୍ୟାଣ୍ଡ ବ୍ୟାଗରେ ନେବାକୁ ଅନୁମତି ଦିଆଯାଇନଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.